Home ଜିଲ୍ଲା ପରିକ୍ରମା ମା’ କ୍ଷେତ୍ରପାଳଙ୍କର ନୂତନ ବିଗ୍ରହ ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା

ମା’ କ୍ଷେତ୍ରପାଳଙ୍କର ନୂତନ ବିଗ୍ରହ ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା

45

ଭଦ୍ରକ, ୨୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧୀନସ୍ଥ କୁବେରା ପଂଚାୟତ ସ୍ଥିତ ଦେଉଳା ତୁଳସୀପୁର ଗ୍ରାରେ ଆରାଧ୍ୟା ଦେବୀ ମା’ କ୍ଷେତ୍ରପାଳଙ୍କର ନୂତନ ବିଗ୍ରହ ପ୍ରତିଷ୍ଠା ନିମନ୍ତେ ୧୦୮ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପ୍ରତିଷ୍ଠା ଉତ୍ସବରେ କର୍ତା ଭାବେ କ୍ଷେତ୍ରପାଳ କମିଟିର ମୁଖ୍ୟ ପରିଚାଳକ ଧୀରେନ କୁମାର ସ୍ୱାଇଁ ଓ ତାଙ୍କର ସହଧର୍ମିଣୀ ମାଳତୀ ସ୍ୱାଇଁ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ତୁଳସୀପୁର, ଦେଉଳା, ରହଣିଆସାହି, ମାଙ୍କଡ଼କୋଲା, ଇଟାଗଡି ଗ୍ରାମର ୧୦୮ ଜଣ ମହିଳା ବ୍ରତଧାରୀ କଳସ ଶୋଭାଯାତ୍ରାରେ ସାମିଲ ହୋଇ କଳସ ବୁଡ଼ାଇ ଥିଲେ। ମା’ଙ୍କର ନୂତନ ବିଗ୍ରହ ମୟୁରଭଞ୍ଜ ଜିଲ୍ଲା ଖିଚିଙ୍ଗରୁ ଗ୍ରାମବାସୀଙ୍କ ଦ୍ୱାରା ଅଣାଯାଇ ସ୍ଥାପନ କରାଯାଇଥିଲା। ପୁରୋହିତ ଭାବେ ଅକ୍ଷୟ ତ୍ରିପାଠୀ, ପଣ୍ଡିତ ଚତୁର୍ଭୁଜ ତ୍ରିପାଠୀ, ଜୟକୃଷ୍ଣ ଆଚାର୍ଯ୍ୟ, ମନୋଜ କୁମାର ଆଚାର୍ଯ୍ୟ ଓ ଅଭୟ କୁମାର ପଣ୍ଡା ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ପରିଚଳନା କମିଟିର ସମ୍ପାଦକ ଶ୍ରୀଧର ରାଉତ, ସହସମ୍ପାଦକ ରଞ୍ଜନ କୁମାର ସ୍ୱାଇଁ, ସଭ୍ୟ ପରମେଶ୍ୱର ବିଶ୍ୱାଳ, ରବିନ୍ଦ୍ର ସ୍ୱାଇଁ, ରଜନୀ କାନ୍ତ ରାଉତ, ବିଶ୍ୱମ୍ବର ସ୍ୱାଇଁ, ମାଧବାନନ୍ଦ ବସନ୍ତିଆ, କୁମୁଦବଂଧୁ ସ୍ୱାଇଁ, ପ୍ରମୋଦ କୁମାର ସ୍ୱାଇଁ, କୃଷ୍ଣଚନ୍ଦ୍ର ସ୍ୱାଇଁ ତଥା ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.