Home ଜିଲ୍ଲା ପରିକ୍ରମା ମା’ କାଳିତ୍ରାଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ

ମା’ କାଳିତ୍ରାଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ

10

ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ବହୁଦରଡ଼ା ଗ୍ରାମ ପଂଚାୟତ ଅଂଚଳର ଆରାଧ୍ୟ ଦେବୀ ମା କାଲିତ୍ରା ଦେବୀଙ୍କ ନୂତନ ବିଗ୍ରହ ପତିଷ୍ଠା ଉତ୍ସବରେ ମନ୍ଦିର ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ଆମନ୍ତ୍ରଣରେ ଯୋଗ ଦେଇଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ । ସେଠାରେ ଉପସ୍ଥିତ ଥିଲେ ବିଜୁ ଯୁବ ଜନତା ଦଳର ପୂର୍ବତନ ଜିଲ୍ଲା ସଭାପତି ତଥା ଭଦ୍ରକ ବ୍ଲକ ଉପାଧ୍ୟକ୍ଷ ମୁକୁନ୍ଦଦେବ ସାମଲ, ବରିଷ୍ଠ ନେତା ଗୟାଧର ସାମଲ, ଅନିରୁଦ୍ଧ ଜେନା, ସୀତାକାନ୍ତ ଜେନା, ଆନନ୍ଦିଲାଲ ଗୁପ୍ତା, ବିକାଶ ସାମଲ, ପ୍ରଫୁଲ ସାହୁ । ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଅଂଚଳର ସମସ୍ତ ଗ୍ରାମବାସୀ, ମନ୍ଦିର ପରିଚାଳନା କମିଟି, ପୂଜାରୀ, ସମସ୍ତ ଜନ ପ୍ରତିନିଧିଙ୍କୁ ଶ୍ରଦ୍ଧା ଓ ସମ୍ମାନ ସହ ଆମନ୍ତ୍ରଣ କରିଥିବାରୁ ସଭିଙ୍କ ମଙ୍ଗଳ କାମନା କରିବା ସହ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.