Home ଓଡ଼ିଶା ମାହାଙ୍ଗାରେ ବାଘ ଆତଙ୍କ

ମାହାଙ୍ଗାରେ ବାଘ ଆତଙ୍କ

177

କଟକ,୦୮/୦୯,(ଓଡ଼ିଆ ପୁଅ ପି ନାଏକ): କଟକ ଜିଲ୍ଲା ମାହାଙ୍ଗା ହଂସଦିଆ ଗାଁରେ ହେଟାବାଘ ଆତଙ୍କ । ଗତକାଲି ବିଳମ୍ବିତ ରାତିରେ ଗାଁରେ ଏକ ହେଟା ବାଘ ବୁଲୁଥିବା ସ୍ଥାନୀୟ ବାସିନ୍ଦା ଦେଖି ସଫା ବନବିଭାଗକୁ ଖବର ଦେଇଥିଲେ । ପରେ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ବାଘକୁ ତନ୍ନ ତନ୍ନ କରି ଖୋଜିଥିଲେ। ହେଲେ ବାଘକୁ ପାଇ ନଥିଲେ ।ହେଲେ ବାଘର ପାଦ ଚିହ୍ନ ଗାଁର ବିଭିନ୍ନ ସ୍ଥାନରେ ପଡ଼ିଥିବା ଦେଖିବାକୁ ମିଳିଛି । ତେଣୁ ଲୋକଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି। ବନ ବିଭାଗର ତଲାସି ଜାରି ରଖିଥିବା ପ୍ରକାଶ କରିଛନ୍ତି ସଫା ଫରେଷ୍ଟର ସି.ଏସ୍. ଦାସ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.