Home ଜିଲ୍ଲା ପରିକ୍ରମା ମାସିକିଆ ଗୌଷପାକ ଙ୍କ ଫାତେହା ଉତ୍ସବ ପାଳିତ

ମାସିକିଆ ଗୌଷପାକ ଙ୍କ ଫାତେହା ଉତ୍ସବ ପାଳିତ

8

ଭଦ୍ରକ, ୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ରେ ଗୌସପାକ ଙ୍କ ” ଫାତେହା ” ପର୍ବ ପାଳିତ ହୋଇ ଯାଇଛି ଓ ବଡ ପୀର ଗୌସପାକ ଙ୍କ ମଜାର ସରିଫ “ଇରାକ’ ସହର ରେ ରହିଛି । ଏହି ପର୍ବ ଭଦ୍ରକ ସହିତ ସାରା ବିଶ୍ୱରେ ଗୋଟିଏ ମାସ ଧରି ଗୌସପାକ ଙ୍କ ଫାତେହା ପର୍ବ ପାଳନ କରାଯାଇଥାଏ । ଏହି ପର୍ବରେ ସମସ୍ତଙ୍କୁ ଘରେ ଫାତେହା ହୁଏ। ତତସହିତ ପ୍ରତ୍ୟେକ ଗାଁ ର ଲୋକମାନେ ଖାନକାହା ମଜାର (ପୀଠ) କୁ ଫାତେହା କରାଇବା ପାଇଂ ଫଳ ସାମଗ୍ରୀ ନେଇକି ଯାଆନ୍ତି ଓ ଅଧିକାଂଶ କମିଟି ଖେଚୁଡ଼ି ଭୋଗ କରି ଲଙ୍ଗର ବାଂଟୁଛନ୍ତି । ଖାନକାହା ସରିଫ ପରିସର ବାହାରେ ଗୁଲସନେ ନସୀମ ଠାରେ ଦୁଇ ଗୋଟି ଲଙ୍ଗର ର ଆୟୋଜନ ହୋଇଥାଏ । ମାସର ପ୍ରଥମ ଦିନ କାଦରୀ ବୀରାଦ୍ରାନ କମିଟି ତରଫରୁ ଶେଖ ହବିବୁଲ୍ଲା ଙ୍କ ଅଧକ୍ଷତା ରେ ଲଙ୍ଗର (ଖେଚୁଡ଼ି ଭୋଗ) କରି ସର୍ବସାଧାରଣ ଭକ୍ତଙ୍କୁ ବାଂଟନ୍ତି ଏବଂ ମାସର ଶେଷ ଦିନରେ ଏମ ଏସ ଏଫ (ଗଝୠ) କମିଟି ତରଫରୁ ହଜାର ହଜାର ଭକ୍ତ ଙ୍କୁ ଖେଚୁଡ଼ି ଭୋଗ କରି ବାଂଟନ୍ତି । ଏହି ଫାତେହା କାର୍ଯ୍ୟକ୍ରମ ରେ ଏମଏସଏଫ କମିଟି ର ସଭାପତି ଅବଦୁଲ ଫୈଜ ଖାନ , ସମ୍ପାଦକ ଶେଖ ଇମଦାଦ, ମୁଲ୍ଲା ମହମ୍ମଦ ଫକରେ ଆଲାମ , ଆସି୍ଫ ଇକବାଲ, ସାହିଦ ଖାନ, ଶେଖ ଯହିରୁଦ୍ଦିନ , ପରୱେଜ଼ ଆଲାମ , ଶେଖ ରିୟାଯୁଦ୍ଦିନ , ଶେଖ ରାଜୁ, ଶେଖ ଅହେସାନ, ଶେଖ ସୁରଜ , ରିୟାଯୁଦ୍ଦିନ ଖାନ, ଶେଖ ଜୈରୁଦ୍ଦିନ, ଏମ ଜେ ଅଲି ଏବଂ ବାବୁ ଖାନ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.