ଭଦ୍ରକ, ୨୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଦି ବ୍ଲକ କାଁପଡା ପଂଚାୟତ ଅଧିନ କାଁପଡା ବଜାର ମା ଶ୍ୟାମାକାଳୀଙ୍କ ପୂଜାପାଇଁ ଉତ୍ସବ ମୁଖର ହୋଇଉଠିଛି । ମା ‘ଶ୍ୟାମାକାଳୀଙ୍କ ସହ ମା ଲକ୍ଷ୍ମୀ ଓ ମା’ ସରସ୍ୱତୀ ପୂଜା ପାଉଛନ୍ତି। ଶ୍ୟାମାକାଳୀଙ୍କ ପାଖରେ ଚରୁ ଅନ୍ନଭୋଗ ପ୍ରସ୍ତୁତ ହୋଇଛି ।ପ୍ରଥମେ କାମ ଧେନୁକୁ ପୂଜନ କରାଯାଇଥିଲା ।ପରେ ତାଙ୍କ ଠାରୁ କ୍ଷୀର ଅଣାଯାଇ ଚରୁ ଅନ୍ନ ଭୋଗ ପ୍ରସ୍ତୁତ କରାଯିବା ଏକ ସ୍ୱତନ୍ତ୍ର ପରମ୍ପରାର ଗୁରୁତ୍ୱ ବହନ କରିଛି ।ମାଙ୍କ ମୃଣ୍ମୟ ମୂର୍ତିର ନିମ୍ନ ଭାଗରେ ମା’ ଶ୍ୟାମାକାଳୀଙ୍କୁ ଆସୀନ କରାଯାଇଛି । ମା’ଙ୍କ ଦକ୍ଷିଣ ପାର୍ଶ୍ୱରେ ସରସ୍ୱତୀ ଏବଂ ବାମ ପାର୍ଶ୍ୱରେ ଲକ୍ଷ୍ମୀ ଆସୀନ ହୋଇଛନ୍ତି । ରବିବାର ରାତିରେ କଳସ ବୁଡ଼ା ହେବାପରେ ସୋମବାର ମା’ ଶ୍ୟାମାକାଳୀଙ୍କ ପୂଜାର୍ଚ୍ଚନା ଯଥାରୀତିରେ କରାଯାଇଛି । ମଙ୍ଗଳବାର ଦେବୀ ସରସ୍ୱତୀ ଓ ବୁଧବାର ମା ଲକ୍ଷ୍ମୀଙ୍କ ପୂଜା କରାଯାଇଛି । ସେହି ଲଷ୍ମୀଙ୍କ ପୂଜାଦିନ ଏକ ଗୋମାତାଙ୍କୁ କାମ ଧେନୁ ଭାବେ ପୂଜନ କରାଯାଇ ତାଙ୍କ ଠାରୁ କ୍ଷୀର ଅଣାଯାଇ ଯଜ୍ଞା ପାଇଁ ଚରୁ ଅନ୍ନ ପ୍ରସ୍ତୁତ କରାଯିବା ମା’ କାଳୀଙ୍କ ପୂଜାର ପରମ୍ପରା ଓ ମହତ୍ୱକୁ ଦ୍ୱିଗୁଣିତ କରିଛି ।ଏହି କାମ ଧେନୁ ପୂଜନ ପରମ୍ପରା ନିଆରା ବୋଲି କୁହାଯାଇଛି । ଗ୍ରାମର କାମଧେନୁ ସ୍ୱରୂପ ଏକ ଗାଈକୁ ସଜ୍ଜିତ କରି ପୂଜାସ୍ଥଳକୁ ନିଆଯାଇଥିଲା । ପୂଜା କାର୍ଯ୍ୟ ତୁଲାଉଥିବା ପଣ୍ଡିତ ଗୋମତାଙ୍କୁ ପୂଜାର୍ଚ୍ଚନା କରିବା ପରେ ଗୋମାତା ଠାରୁ କ୍ଷୀର ସଂଗ୍ରହ କରି ସେହି କ୍ଷୀରରେ ପୂଜାରେ ଆରମ୍ଭ ହୋଇଥିବା ଯଜ୍ଞ ପାଇଁ ଚରୁ ଅନ୍ନ ପ୍ରସ୍ତୁତ କରାଯାଇଥିବା ଜଣାଯାଇଛି । କାଁପଡ଼ାରେ ୨୦୧୯ ମସିହାରେ ବିକାଶ ଦାସ ନାମକ ଜଣେ ବ୍ୟକ୍ତିଙ୍କ ଉଦ୍ୟମ ଓ ଅନ୍ୟ ପଂଚାୟତବାସୀଙ୍କ ସହଯୋଗରେ ଆରମ୍ଭ ହୋଇଥିବା ଶ୍ୟାମାକାଳୀ ପୂଜା ଚଳିତ ବର୍ଷ ମଧ୍ୟ ବେଶ ଆଡ଼ମ୍ବର ସହକାରେ ପାଳିତ ହେଉଛି । ସୁସଜ୍ଜିତ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକମାଳା ପୂଜାସ୍ଥଳକୁ ବେଶ ଆକର୍ଷଣୀୟ କରିଛି କ୍ଷ ଚଳିତ ବର୍ଷ କର୍ତା ଭାବେ ନିର୍ମଳ ଦାସ, ପୁରୋହିତ ରୋହିତ ଦାସ ଏବଂ ପୂଜକ ଭାବେ ପୁରୀର ପଣ୍ଡିତ ସୀତାମ୍ବର ମିଶ୍ର, ଅନନ୍ତ ଶର୍ମା ଓ ସତ୍ୟବ୍ରତ ମହାପାତ୍ର ପୂଜାକାର୍ଯ୍ୟ ତୁଲାଉଛନ୍ତି । ପୂଜା କମିଟିର ସଭାପତି ରଞ୍ଜିତ ଦାସ, ସମ୍ପାଦକ ଉତମ କୁମାର ଦାସ, କୋଷାଧ୍ୟକ୍ଷ ଦେବବ୍ରତ ଦାସ, ଉପଦେଷ୍ଟା ଶରତ ଦାସଙ୍କ ସମେତ ବାସୁଦେବ ଦାସ, ଅଜିତ ଦାସ, ଗୋପାଳ ଦାସ, ଆନନ୍ଦ ଦାସ, ଉପାସି ଦାସ, ଦିଲୀପ ଦାସ, ଉଦୟ ଦାସ, ସୁଶାନ୍ତ ଦାସ, କାଶୀନାଥ ଦାସ, ଅଶୋକ ଦାସ, ଜଗତ ଦାସ, କୁଳମଣି ଦାସ, ସୋମନାଥ ଦାସ, ବିଭୀଷଣ ଦାସ ପ୍ରମୁଖ ପୂଜା କର୍ଯ୍ୟ ପରିଚାଳନାରେ ସହଯୋଗ କରୁଛନ୍ତି । ଆଖପାଖ ଅଂଚଳର ବହୁ ଶ୍ରଦ୍ଧାଳୁ ମା’ଙ୍କୁ ଦର୍ଶନ କରି ଭୋଗ ଲଗାଇ ଆଶୀର୍ବାଦ ଭିକ୍ଷା କରୁଥିବା ବେଳେ ପୂଜାସ୍ଥଳରେ ଭକ୍ତଙ୍କ ଭିଡ଼ ଲାଗିଥିବା ଜଣାଯାଇଛି ।
Home ଜିଲ୍ଲା ପରିକ୍ରମା ମା’ଶ୍ୟାମାକାଳୀ ପୂଜା ପାଇଁ କାଁପଡା ଉତ୍ସବ ମୁଖର, ମା’କାଳୀଙ୍କ ସହ ପୂଜା ପାଉଛନ୍ତି ମା ‘ଲଷ୍ମୀ...








