କୋରାପୁଟ ୧୮-୦୯(ଓଡିଆ ପୁଅ /ରଂଜନ ଦାସ)ମାଳି ପର୍ବତରୁ ଖଣି ଖନନକୁ ସମର୍ଥନ କରି ପ୍ରଭାବୀତ ୧୮ ଗୋଟି ଗ୍ରାମର ଲୋକେ ଶନିବାର ଭିତରକୋଟ୍ଟା ଗ୍ରାମରୁ ଆଲିଗାଁ ଯାଏ ବିରାଟ ଶୋଭାଯାତ୍ରା କରିଛନ୍ତି । ଖଣି ଖନନ ଦ୍ୱାରା ପ୍ରଭାବୀତ ଅଂଚଳରେ ବିକାଶ ମୂଳକ କାର୍ଯ୍ୟ ତ୍ୱରାନ୍ୱୀତ ହୋଇ ପାରିବ ତେଣୁ ଖଣି ଖନନ କାର୍ଯ୍ୟ ତ୍ୱରନ୍ତ ଆରମ୍ଭ କରା ଯାଉ ବୋଲି ପ୍ରଭାବୀତ ଗ୍ରାମବାସୀ ଦେବି କରିଛନ୍ତି । ବହୁ ବର୍ଷରୁ ହିଣ୍ଡାଲକୋ କମ୍ପାନୀ ଏଠାରୁ ଖଣିଜ ପଦାର୍ଥନେଉଥିଲା,ଫଳରେ ସ୍ଥାନୀୟ ଶିକ୍ଷିତ ଯୁବକମାନେ ଭଲ ରୋଜଗାର କରୁଥିଲେ କିନ୍ତୁ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ଚକ୍ରାନ୍ତ ଯୋଗୁଁ ତାହା ବନ୍ଦ ହୋଇଛି,ସ୍ଥାନୀୟ ଆଦିବାସୀ ନିରୀହ ଜନତାଙ୍କୁ ଭୁଲ ରାସ୍ତାରେ ପରିଚାଳିତ କରି କେତେକ ଲୋକ ଖଣି ଖନନ ବନ୍ଦ କରିବାକୁ ସ୍ଥାନୀୟ ଅଧିବାସୀଙ୍କୁ ଉସୁକାଉଥିବା ଲୋକେ ଅଭିଯୋଗ କରିଛନ୍ତି । ମାଳି ପର୍ବତରୁ ଖଣି ଖନନ ପାଇଁ ଆସନ୍ତା ୨୨ରେ ହେବାକୁ ଥିବା ପରିବେଶ ମଂଜୁରୀ ଜନ ଶୁଣାଣୀ ବୈଠକକୁ ସଫଳ କରିବାକୁ ପ୍ରଭାବୀତ କଙ୍କଡାଆମ୍ବ,ଖୁଡି,ସୋରିଷପଦର ଓ ଦଳେଇଗୁଡା ପଂଚାୟତର ୧୮ଟି ଗ୍ରାମର ଲୋକେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିବା ବେଳେ ଦାବିପତ୍ର କୋରାପୁଟ ଏସପି,ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଡିଆଇଜି,କୋରାପୁଟ ଉପ-ଜିଲାପାଳ,ସୁନାବେଡା ଏସଡିପିଓ ଏବଂ ସେମିଲିଗୁଡା ଥାନା ଅଧିକାରୀଙ୍କୁ ପ୍ରଦାନ କରାଯାଇଥିବା ଜଣାପଡିଛି । ପରିବେଶ ଜନ ଶୁଣାଣୀକୁ ବିରୋଦ୍ଧ କରୁଥିବା ଲୋକଙ୍କ ବିରୋଧରେ ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଭାବୀତ ଗ୍ରାମର ରବି ସଦପେଲି,ରାଜେଶ କୁଲଦୀପ,ଭଗବାନ ନୟକ,ବିଜୟ କୁମାର,କୁସନିଲ କୁଲଦୀପ ଓ ରବି କୁଲଦୀପ ପ୍ରମୁଖ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ।








