Home କୋରାପୁଟ ମାଳିପର୍ବତ ଜଣଶୁଣାଣୀ ସ୍ଥଳ ରଣକ୍ଷେତ୍ର ପାଲଟିଲା ,କଂପାନୀ ଅଧିକାରୀଙ୍କୁ ଗୋଡେଇ ଗୋଡେଇ ପିଟିଲେ

ମାଳିପର୍ବତ ଜଣଶୁଣାଣୀ ସ୍ଥଳ ରଣକ୍ଷେତ୍ର ପାଲଟିଲା ,କଂପାନୀ ଅଧିକାରୀଙ୍କୁ ଗୋଡେଇ ଗୋଡେଇ ପିଟିଲେ

40

କୋରାପୁଟ ୨୨-୦୯(ଓଡିଆ ପୁଅ /ରଂଜନ ଦାସ)ସେମିଳିିଗୁଡା ବ୍ଲକ ଅନ୍ତର୍ଗତ କଙ୍କଡାଆମ୍ବଠାରେ ମାଳିପର୍ବତ ଖଣି ଖନନ ନିମନ୍ତେ ଜଣଶୁଣାଣୀ ସ୍ଥଳ ରଣକ୍ଷେତ୍ରରେ ପରିଣତ ହେବା କୋରାପୁଟ ଜିଲ୍ଲାରେ ପ୍ରଥମ ଘଟଣା ବୋଲି କୁହାଯାଉଛି ।ଜିଲ୍ଲାର ଅନେକ ସ୍ଥାନରେ ବିଭିନ୍ନ ପ୍ରକଳ୍ପ ନିମନ୍ତେ ପୂର୍ବରୁ  ଜଣଶୁଣାଣୀ ଆୟୋଜନ କରାଯାଇଥିଲା ।ଗ୍ରାମବାସୀମାନେ ଜଣଶୁଣାଣୀରେ ଅଂଶଗ୍ରହଣ କରି ବିରୋଧ କରୁଥିଲେ ।କିନ୍ତୁ ଆଜିର ଜଣଶୁଣାଣୀ କାର୍ଯ୍ୟକ୍ରମ ରଣକ୍ଷେତ୍ରରେ ପରିଗଣିତ ହେବ ବୋଲି କେହି ଭାବି ନ ଥିଲେ ।ଏପରି ହେବ ବୋଲି ଜିଲ୍ଲା ପ୍ରଶାସନ ନିକଟରେ ଖବର ଥିଲା କି ନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ? କଙ୍କଡାଆମ୍ବଠାରେ ଦିନ ୧୧ ଘ.ସମୟରେ ଜଣଶୁଣାଣୀ କରାଯିବ ବୋଲି ସୂଚନା ଦିଆଯାଇଥିଲା ।ସେହିନୁସାରେ କେତେ ପୁରୁଷ ଓ ମହିଳା ଜଣଶୁଣାଣୀରେ ପହଂଚିଥିଲେ । କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର , ପରିବେଶ ନିୟନ୍ତ୍ରଣ ବୋର୍ଡର,ରାୟଗଡାର ଆଂଚଳିକ ଅଧିକାରୀ ପ୍ରଶାନ୍ତ କର ପ୍ରମୁଖ ଉପସ୍ଥିତ ରହିଥିଲେ ।ମାଳି ସୁରକ୍ଷା ମଂଚର ସଦସ୍ୟମାନେ ଅସ୍ତ୍ରଶସ୍ତ୍ର ଓ ଠେଙ୍ଗା ଧରି ଶୋଭାଯାତ୍ରାରେ ହଜାର ହଜାର ପୁରୁଷ ଓ ମହିଳା ଘଟଣାସ୍ଥଳକୁ ଯିବା ସମୟରେ ବାଟରେ ପୋଲି ଫୋର୍ସ ସହ ଧସ୍ତାଧସ୍ତି ହୋଇଥିଲା ।ପରେ ପୋଲିସ ଛାଡିବା ପରେ ହଜାର ହଜାର ପୁରୁଷ ଓ ମହିଳା ଜଣଶୁଣାଣୀ ସ୍ଥଳକୁ ପ୍ରବେଶ କରିବା ସମୟରେ ପୋଲିସ ସହ କିଛି ସମୟ ଧସ୍ତାଧସ୍ତି ହେବ ପାରେ ବାରିକେଟ ଭାଙ୍ଗିଯାଇଥିଲା ।ସଭାସ୍ଥଳକୁ ଧସେଇପଶି ଚେୟାର ଭାଙ୍ଗିବା ସହ ତୋରଣକୁ ଚିରିଦେଇଥିଲେ ।ନଥିପତ୍ର ସବୁ ଚିରିଦେଇଥିଲେ ।ଜଣଶୁଣାଣୀ ରେ ଥିବା ଅଧିକାରୀମାନେ ଭୟଭୀତ ଅବସ୍ଥାରେ ଘଟଣାସ୍ଥଳର ପଛପଟରୁ ପଳେଇ ଯାଇଥିଲେ ।ଅସଂଖ୍ୟ ପୁରୁଷ ଓ ମହିଳା ମାନେ  ସେହି ବାଟେ ଯାଇ ୨ ଜଣ କଂପାନୀ ଅଧିକାରୀଙ୍କୁ ଗୋଡେଇ ଗୋଡେଇ ପିଟିଥିଲେ । ତା ପରେ ଜଣେ ସାମ୍ବାଦିକ ସେମାନଙ୍କୁ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କରିଥିଲେ ।୨ ଜଣଙ୍କୁ ଚିକିତ୍ସା ନିମନ୍ତେ ଆମ୍ବୁଲାନସରେ କୋରାପୁଟ ହସପିଟାଲ ପଠାଯାଇଥିଲା । ଲୋକଙ୍କ ବିରୋଧ ଯୋଗୁଁ ଜଣଶୁଣାଣୀ କାର୍ଯ୍ୟକ୍ରମ ହୋଇ ପାରି ନ ଥିଲା ।ପୋଲିସ ସହାୟତାରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଓ ପରିବେଶ ନିୟନ୍ତ୍ରଣ ଆଂଚଳିକ ଅଧିକାରୀଙ୍କୁ ଅଣାଯାଇ କୋରାପୁଟ ପଠାଯାଇଥିଲା ।କୋରାପୁଟ ଅତିରିକ୍ତ ଏସପି ଉତ୍କଳ କେଶରୀ ଦାସଙ୍କ ନେତୃତ୍ୟରେ  କରାଯାଇଥିବା ସୁରକ୍ଷା ବ୍ୟବସ୍ଥାରେ ୨ ଜଣ ଡିଏସପି ,୬ ଜଣ ପୋଲିସ  ନିରୀକ୍ଷକ ଓ ୯ ପ୍ଲାଟୁନ ପୋଲି ଫୋର୍ସ ମୃତୟନ କରାଯାଇଥିଲା ।କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁରଙ୍କ ଉପସ୍ଥିତିରେ ସେମଳିଗୁଡା ତହସିଲଦାର ରଂଜିତା ମେରୀ ନାୟକ , ଅତିରିକ୍ତ ତହସିଲଦାର ଦେବବ୍ରତ କରାଟି , କୋରାପୁଟ ତହସିଲଦାର ରଂଜନ କୁମାର ମାନ ସେଠ , ନନ୍ଦପୁର ତହସିଲଦାର ନରସିଂହ ଗାଦବା ଓ ଅତିରିକ୍ତ ତହସିଲଦାର ସୀମାଂଚଳ ମହାପାତ୍ର ପ୍ରମୁଖ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିଲେ ।କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନ୍ୟାୟିକ ଅଧିକାରୀ ସୁଜିତ ମିଶ୍ର ଓ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀ ବସନ୍ତ କୁମାର ପଣ୍ଡା ଉପସ୍ଥିତ ଥିଲେ ।ମାଳିପର୍ବତରେ ଖଣି ଖନନ କରିବାକୁ ଦେବୁ ନାହିଁ ବୋଲି ମାଳି ପର୍ବତ ସୁରକ୍ଷା ମଂଚର ସଭାପତି ବିଜୟ ଖିଲ ପ୍ରକାଶ କରିଛନ୍ତି ।ଦିନ ୧୧ଘ.ରେ ଜଣଶୁଣାଣୀ କରାଯିବ ବୋଲି କୁହାଯାଇଥିବା ବେଳେ ଦିନ ୯ଟାରେ ଜଣଶୁଣାଣୀ ଆରମ୍ଭ କରାଯାଇଥିଲା ବୋଲି ସେ ଅଭିଯୋଗ କରିଥିଲେ ।ଆସନ୍ତା ପଂଚାୟତ ନିର୍ବାଚନରେ ରାଜ୍ୟ ସରକାରଙ୍କୁ ଉଚିତ ଜବାବ ଦିଆଯିବ ବୋଲି ସେ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.