Home ଓଡ଼ିଶା ମାଲାକାନଗିରୀ ଜିଲ୍ଲାର କେନ୍ଦୁଗୁଡ଼ା ଗ୍ରାମରେ ହୋଇଥିବା ନାବାଳକ ହତ୍ୟା ଘଟଣାରେ ତଥ୍ୟ ଅନୁଧ୍ୟାନ କମିଟି ଗଠନ...

ମାଲାକାନଗିରୀ ଜିଲ୍ଲାର କେନ୍ଦୁଗୁଡ଼ା ଗ୍ରାମରେ ହୋଇଥିବା ନାବାଳକ ହତ୍ୟା ଘଟଣାରେ ତଥ୍ୟ ଅନୁଧ୍ୟାନ କମିଟି ଗଠନ କଲା କଂଗ୍ରେସ

72

ଭୁବନେଶ୍ୱର ତା ୧୨-୬(ଓଡ଼ିଆ ପୁଅ)– ମାଲାକାନଗିରୀ ଜିଲ୍ଲାର କେନ୍ଦୁଗୁଡ଼ା ଗ୍ରାମରେ ଗତ ୪ ତାରିଖରେ ହୋଇଥିବା ନାବାଳକ ହତ୍ୟା ଘଟଣାର ତଥ୍ୟ ଅନୁଧ୍ୟାନ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାକ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି। ଏହି କମିଟିରେ ମାଲାକାନଗିରୀ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଗୋବିନ୍ଦ ପାତ୍ର ଅଧ୍ୟକ୍ଷ ରହିଥିବା ବେଳେ ସର୍ବଶ୍ରୀ ରାମପ୍ରସାଦ ପଟ୍ଟନାୟକ, ମାଲା ମାଢ଼ୀ, ଲକ୍ଷ୍ମୀପ୍ରିୟା ନାଏକ, ଭୀମ ବାର୍ସେ, ଇର୍ମା ପୋଡ଼ିଆମି, ଜି- ଶ୍ରୀନିବାସ ରାଓ, କମଳା ବରାଳ, ଦଶରଥ ପୋଡ଼ିଆମି ଓ ମାଲକାନଗିରୀ ବ୍ଲକ ଉପାଧ୍ୟକ୍ଷା ବେଲାନ୍ତି ଗୋପାଳ ପ୍ରମୁଖ ସଭ୍ୟ ଭାବରେ ରହିଛନ୍ତି। ଏହି କମିଟି ଆସନ୍ତା ୧୪ ତାରିଖ ରବିବାର ଦିନ ଘଟଣାସ୍ଥଳ ଗସ୍ତକରି ତଥ୍ୟ ଅନୁଧ୍ୟାନ କରିବେ ଓ ୭ ଦିନ ମଧ୍ୟରେ ଏକ ରିପୋର୍ଟ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଦାଖଲ କରିବେ ବୋଲି ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.