Home ଜିଲ୍ଲା ପରିକ୍ରମା ମାଲବାହୀ ଟ୍ରେନ ଧକ୍କାରେ ଯୁବକ ମୃତ

ମାଲବାହୀ ଟ୍ରେନ ଧକ୍କାରେ ଯୁବକ ମୃତ

86

ବାହାନଗା,୧୩ା୧୧(ଭାରତୀ ଦାସ/ ଓଡ଼ିଆ ପୁଅ ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଦାଣ୍ଡହରିପୁର ପଞ୍ଚାୟତ ଅସିମିଳା ଗ୍ରାମର ଜଣେ ବିବାହିତ ଯୁବକ ଅସାବଧାନତା ବଶତଃ ଟ୍ରେନ ଲାଇନର ପାର ହେବା ସମୟରେ ମାଲବାହୀ ଟ୍ରେନରେ କଟି ମୃତ୍ୟୁ ବରଣ କରିଥିବାର ଜଣାପଡ଼ିଛି । ମୃତକ ଜଣକ ହେଲେ ଅସିମିଳା ଗ୍ରାମର ଗୋପାଳ ମଳିକଙ୍କ ପୁଅ ରମାକାନ୍ତ (ମିଲ) (୪୨) । ପ୍ରାପ୍ତ ସୂଚନା ମୁତାବକ ଶୁକ୍ରବାର ଦିନ ରମାକାନ୍ତ ଅପରାହ୍ନ ୧.୩୦ ମିନିଟ ସମୟରେ ଟ୍ରେନ ଲାଇନ ପାର ହୋଇ ଆରପଟକୁ ଯାଉଥିବା ସମୟରେ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେଠାରେ ସେ କଟି ଯାଇ ମୃତ୍ୟୁ ବରଣ କରିଥିଲେ । ସଙ୍ଗେ ସଙ୍ଗେ ଖବର ପାଇ ଗ୍ରାମବାସୀ ଓ ତାଙ୍କର ସମ୍ପର୍କୀୟ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ନେଇ ଯାଇଥିବାର ଜଣାପଡ଼ିଛି । ଏବାବଦରେ ଜିଆରପି ପାଖରେ ସୂଚନା ଅଛିକି ନାହିଁ ତାହା ଚର୍ଚ୍ଚାରେ ଅଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.