Home ଜିଲ୍ଲା ପରିକ୍ରମା ମାଲକାନଗିରି ପୌରପରିଷଦ ର ମହାପୁରୁଷଙ୍କ ପ୍ରତିମୂର୍ତି ପ୍ରତି ଅଣଦେଖା, ଆଦିବାସୀ ପାଳିଲେ ଶହୀଦ ଲକ୍ଷ୍ମଣନାଏକଙ୍କ...

ମାଲକାନଗିରି ପୌରପରିଷଦ ର ମହାପୁରୁଷଙ୍କ ପ୍ରତିମୂର୍ତି ପ୍ରତି ଅଣଦେଖା, ଆଦିବାସୀ ପାଳିଲେ ଶହୀଦ ଲକ୍ଷ୍ମଣନାଏକଙ୍କ ଜୟନ୍ତୀ

206

ମାଲକାନଗିରି,୨୨ା୧୧ (ଓଡିଆ ପୁଅ ) ଆଜି ବୀର ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତି ସମଗ୍ର ଦେଶ ପାଳୁଥିବା ବେଳେ  ତାଙ୍କ ଜନ୍ମମାଟିରେ ତାଙ୍କ ପ୍ରତି ମୂର୍ତିକୁ ହତାଦାର କରାଯାଇ ଥିବାରୁ ଜନ  ସାଧାରଣରେ ଅସନ୍ତୁଷ୍ଟ ପ୍ରକାଶପାଇଛି । ଏମିତି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ପୌରପରିଷଦ ଅନ୍ତର୍ଗତ ୧୦ନମ୍ବର ଓ୍ୟାର୍ଡ ଭାମ୍ବେ କଲୋନିରେ ।  ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ଶହୀଦ ଲକ୍ଷମଣ ନାଏକ ଙ୍କ ଜୟନ୍ତୀ ଉତ୍ସବ ପାଳିତ ହେଉଥିବାର ଜାଣି କଲୋନି ବାସୀ ସେହି ପ୍ରତିମୂର୍ତି ନିକଟରେ ଜୟନ୍ତୀଦିବସ ପାଳିବା ପାଇଁ ନିସ୍ପତି ନେଇଥିଲେ,  ଗୋବର କାଦୁଅରେ ପୋତି ହୋଇ ପଡି ରହିଥିବା ଉକ୍ତପ୍ରତି ମୂର୍ତିଟିକୁ  ଉପରୁ ଉଠାଇ ପାଣିରେ ଧୋଇ ସଫାସୁତରା କରିଥିଲେ । ଏହି ପ୍ରତି ମୂର୍ତୀଟି ପ୍ରତି ପୌରପରିଷଦ ଅଣଦେଖା କରିଥିବାରୁ ବାଧ୍ୟହୋଇ ଭାମ୍ବେ କଲୋନୀର ଆଦିବାସୀ ମହିଳା,ପୁରଷ ଓ ପିଲାମାନେ କନୋନୀ ର ସମସ୍ତେ ମିଶି ସେଠାରେ ଆଜି ପାଳିଛନ୍ତି ବୀର ଶହୀଦ ଲକ୍ଷ୍ଣନାଏକଙ୍କ ଜୟନ୍ତୀ । କଲୋନୀର ବୃଦ୍ଧା ରାଧା ମୁଦୁଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଲକ୍ଷମଣ ନାଏକ ଙ୍କ ଜୟନ୍ତୀ ଉତ୍ସବରେ ମୁଖ୍ୟଅତିଥି ଭାବେ ସାହିତ୍ୟ ଏକାଡେମୀର ସଦସ୍ୟ ରତ୍ନାକରଦାଶ ଯୋଗଦେଇ ମାଲକାନଗିରି ଜିଲ୍ଲା ହେଉଛି ଶହୀଦ ମାଟି, ଏହି ମାଟିର ସନ୍ତାନ ମାନେ ଇଂରେଜ ସରକାରଙ୍କୁ ହଟାଇ ଦେଶକୁ ସ୍ୱାଧୀନ କରିବାପାଇଁ ଭାରତଛାଡ ଆନ୍ଦୋଳନରେ ଯୋଗଦେଇ କେତେ ଯେ ଶହୀଦ ହୋଇଛନ୍ତି । ତେନ୍ତୁଲିଗୁମ୍ମା ଗ୍ରାମର ଭୁମିୟା ଆଦିବାସୀ ପରିବାର ର ଜଣେ ଆଦିବାସୀ ଯୁବକ ଦେଶକୁ ସ୍ୱାଧୀନତା ଆଣିବା ପାଇଁ ଶହୀଦ ହୋଇଗଲେ, ସେହି ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣନାଏକ ଙ୍କ ପାଇଁ ଆଜି ଆମେ ମୁଣ୍ଡଉପରକୁ ଉଠାଇ ସ୍ୱାଧୀନ ଭାରତର ନାଗରିକ ଭାବେ ପରିଚୟ ଦେଉଥିବା ବେଳେ ଯିଏ ଆମକୁ ସ୍ୱାଧୀନତା ଦେଲେ ତାଙ୍କୁ ଆମେ ଭୁଲି ଯାଉଛନ୍ତି । ଅମର ଶହୀଦ ଲକ୍ଷ୍ଣଣନାଏକ ଦେଶକୁ ସ୍ୱାଧିନତା ଆଣିବାପାଇଁ ଇଂରେଜସରକାରଙ୍କ ସହ ସଂଗ୍ରାମକରି ହସି ହସି ଫାଶିଖୁଟଂରେ ଝୁଲିପଡିଥିଲେ ।  ବୀର ଲକ୍ଷ୍ମଣନାୟକ ଇଂରେଜଙ୍କ ଫାସିଦଣ୍ଡକୁ ଖାତିର ନକରି ଜଣେ ଲକ୍ଷ୍ମଣ କୁ ଫସିଦେଲେ ଶହ ସଂଖ୍ୟାରେ ସଂଗ୍ରମୀ ଲକ୍ଷ୍ମଣ ଜନ୍ମନେବେ, ଦିନେ ନା ଦିନେ ଇଂରେଜ ମାନଙ୍କୁ ଦେଶରୁ ହଟାଇବେ କହି ହସି ହସି ଫାଶିଣ୍ଟଖୁଟଂରେ ଝୁଲିପଡି ଦେଶପାଇଁ ଶହୀଦ ହୋଇ ଗଲେ । ଏହି ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଆମର ସମ୍ମାନ ରହିବା ଦରକାର ବୋଲି ମୁଖ୍ୟଅତିଥି ଶ୍ରୀ ଦାଶ କହିଥିଲେ । ଏହି ଉତ୍ସବରେ ଅନ୍ୟାନ ମାନଙ୍କ ମଧ୍ୟରେ ଭାମ୍ବେ କଲୋନୀର ମିଟୁ ହରିଜନ,ଦ୍ରୋପଦୀ ହରିଜନ,ମୁରଲି ହରିଜନ,ଭଗବାନ ମୁଦୁଲି,ସନ୍ୟାସି ମୁଦୁଲି,ଚିତଜାନି,ପଦ୍ମନାଭ ନିଆଲ,ବାଲି ଜାନୀ ପ୍ରମୁଖ ଶତାଧିକ ମହିଳା ,ପୁରଷ, ପିଲାମାନେ ଯୋଗଦେଇ ଶହୀଦ ଲକ୍ଷ୍ମଣ ନାଏକ ଙ୍କ ସ୍ମୁତିଚାରଣ କରିଥିଲେ ।

 ସୁଚନା ଯୋଗ୍ୟ ଯେ ଗତ ୧୧ବର୍ଷତଳେ ଏହି କଲୋନି ପ୍ରତିଷ୍ଟା ହେବାବେଳ କୁ ସେଠାରେ ଏକ ମଣ୍ଡପ କରାଯାଇ ଶହୀଦ ବୀର ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତି ସ୍ଥାପନ କରାଯାଇଥିଲା । କିଛି ବର୍ଷ ବିଭାଗୀୟ ଅଧିକାରୀ ମାନେ ଜୟନ୍ତୀ ଓ ଶ୍ରାଦ୍ଧଦିବସରେ ଏହି ପ୍ରତି ମୂର୍ତିନିକଟରେ ଧୂପଟିଏ ଲଗାଇ ମାଳଟିଏ ପକାଇଥାନ୍ତି । କିଛି ବର୍ଷ ବିତିଗଲାପରେ ବିଭାଗୀୟ ଅଧିକାରୀ ମାନେ ଉକ୍ତକଲୋନିରେ  ବୀର ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତି ମୂର୍ତିଟିଏ ଅଛି ବୋଲି ତାହା ଧିରେ ଧିରେ ଭୁଲିଗଲେ । ଉକ୍ତ ପ୍ରତି ମୂର୍ତିଟି ରକ୍ଷାଣ ବେକ୍ଷାଣ ଅଭାବରୁ ଭାଙ୍ଗି ଭୁଷୁଡି ତଳେ ପଡିଗଲା । ପ୍ରତି ମୂର୍ତୀ ନିକଟରେ ଗାଇ ଗୋରୁ ଙ୍କ ଗୁହାଳ ବନିଗଲା । କଲୋନି ବାସୀ ଏ ସଂପର୍କରେ ସ୍ଥାନୀୟ କାଉଁସିଲର ଓ ବିଭାଗୀୟ ଅଧିକାରୀ ଙ୍କୁ ଜଣାଇ ଆସୁଥିଲେ ବି ଏହି ପ୍ରତିମୂର୍ତି ରକ୍ଷାଣ ବେକ୍ଷାଣା ପ୍ରତି କେହି ବି ନଜର ଦେଉନଥିବାରୁ ନାଳ ନର୍ଦମା ଗାଇଗୋରୁ ରହୁଥିବା ସ୍ଥାନରେ ବୀର ଶହୀଦ ଲକ୍ଷ୍ମଣ ନାୟକ ଙ୍କ ପ୍ରତି ମୂର୍ତିଟି ଅତି ଦୟନିୟ ଅବସ୍ଥାରେ ପଡିରହିଥିଲା । ମାଲକାନଗିରି ଏନଏସି ଥିବା ବେଳେ ଏହି ପ୍ରତିମୂର୍ତୀ ପ୍ରତି ଗୁରୁତ୍ୱ ଦେଇ ମାଲ୍ୟାର୍ପଣ ହେଉଥିଲା . ଏବେ ଏହା ପୌରପରିଷଦ ହୋଇଗଲାପରେ କେହି ଗୁରତ୍ୱ ଦେଉନହାଁନ୍ତି, ଏହି ପ୍ରତିମୂର୍ତିଟି ଗତ୫ବର୍ଷ ହେଲା ଭାଙ୍ଗି ଯାଇ ଅପନ୍ତରାରେ ପଡିରହିଥିଲେ ମଧ୍ୟ କେହି ପ୍ରଶାସନିକ ଅଧିକାରୀ କି କାଉଁସିଲର ମାନେ ଏଥିପ୍ରତି ଗୁରୁତ୍ୱ ଦେଉନଥିବା କଲୋନା ବାସୀ ଦୁଃଖପ୍ରକାଶ କରି କହିଛନ୍ତି । ଦେଶ ପାଇଁ ଯିଏ ହସିହସି ଫାଶିଖୁଟଂରେ ଝୁଲିପଡିଲେ,ସେହି ମହାନ ଶହୀଦ ବୀର ଲକ୍ଷ୍ମଣ ନାୟକ ଙ୍କ ପ୍ରତିମୂର୍ତିର ଦୟନୀୟ ଅବସ୍ଥା ଦେଖିଲେ ରାଜନୈତିକ ନେତା ଓ ପ୍ରଶାସନିକ ସ୍ତରରେ ଶହୀଦ ଙ୍କ ପ୍ରତି କେତେ ସମ୍ମାନ ରହିଛି ଜଣାପଡିଯାଉଛି । ଆଜି କଲୋନୀ ବାସୀ ଆଉ ଜିଲ୍ଲୀପ୍ରଶାସନ କି ପୌରପରିଷଦ ଙ୍କୁ ଅପେକ୍ଷା ନକରି ସେହି ମୂର୍ତିଟିକୁ ଅପନ୍ତରାରୁ ଉଦ୍ଧାର କରି ଭାଙ୍ଗିଯାଇଥିବା ମଣ୍ଡପନିକଟରେ ରଖି ଦେବତା ପୁଜା କରିବାପରି ଧୂପ ଦୀପ ଲଗାଇ ଫୁଲମାଳ ପକାଇ ନଡିଆ,କଦଳି ଭୋଗଲଗାଇ ପୁଜା କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.