Home ଓଡ଼ିଶା ମାଲକାନଗିରି ଜିଲ୍ଲାରେ ୧୮୬ ମିଲିମିଟର ବର୍ଷା,ବଜ୍ରଘାତରେ ଜଣେ ମୃତ ୮ ପିଲା ଆହତ

ମାଲକାନଗିରି ଜିଲ୍ଲାରେ ୧୮୬ ମିଲିମିଟର ବର୍ଷା,ବଜ୍ରଘାତରେ ଜଣେ ମୃତ ୮ ପିଲା ଆହତ

288

ମାଲକାନଗିରି,୧୭ା୫ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ପ୍ରବଳବର୍ଷା ସାଙ୍ଗକୁ ଝଡ ତୋପାନ ହୋଇଯାଇଛି । କାଳବୈଶାଖୀର ତାଣ୍ଡବରେ ଜଣେ ନାବାଳକର ମୃତ୍ୟୁ ହେବା ସହ୮ଜଣ ଆହତ ହୋଇ ବିଭିନ୍ନ ଅଚଂଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଗତ୧୭ତାରିଖ ସକାଳ ୮ଟା ଠାରୁ ୧୮ତାରିଖ ସକାଳ ୮ଟା ମଧ୍ୟରେ ୨୪ଘଟାଂ ଭିତରେ ଜିଲ୍ଲାର ସାତଟି ବ୍ଲକରେ ୧୮୬ମିଲି ମିଟର ବର୍ଷା ହୋଇଛି । କୁଡୁମୁଲୁଗୁମ୍ମା ଠାରେ ସର୍ବାଧିକ ୬୨ମିଲି ମିଟର ବର୍ଷା ହୋଇଥିବା ବେଳେ ପଡିଆ ବ୍ଲକରେ ୫୧ମିଲି ମିଟର,ଖଇରପୁଟ ବ୍ଲକରେ ୨୭ ମିଲି ମିଟର, କୋରକୁଣ୍ଡା ବ୍ଲକରେ ୨୫ମିଲିମିଟର,କାଲିମେଳା ବ୍ଲକରେ ୧୧ମିଲିମିଟର,ମାଲକାନଗିରି ବ୍ଲକରେ ୭ମିଲି ମିଟର,ମାଥିଲି ବ୍ଲକରେ ୩ମିଲି ମିଟର ବର୍ଷା ହୋଇଥିବାର ଜିଲ୍ଲା ଜରୁରୀକାଳିନ ବିଭାଗ ପକ୍ଷରୁ ସୁଚନା ମିଳିଛି । ଖଇରପୁଟ ବ୍ଲକସ୍ଥ କୁଡୁମୁଲୁଗୁମ୍ମା ପଚାଂୟତର ନୁଆଗୁଡା ଗ୍ରାମ ପଡିଆରେ ୯ଜଣ ପିଲାଖେଳୁଥିବା ବେଳେ ବର୍ଷା ଘଡଘଡି ହେବାରୁ ପିଲାମାନେ ନିକଟସ୍ଥ ଗଛମୁଳରେ ଆଶ୍ରୟନେଇଥିଲେ ।ହଟାତ ବଜ୍ରଘାତ ହୋଇ ଗଛମୁଳରେ ଆଶ୍ରୟନେଇଥିବା ନୁଆଗୁଡା ଗ୍ରାମର ପବିତ୍ର ଗୋଲରୀ(୧୬)ଙ୍କର ମୃତ୍ୟୁଘଟିଥିବା ବେଳେ ଅନ୍ୟ୮ଜଣ ପିଲା ଆହତ ହୋଇ ତଳେ ପଡିଯାଇଥିଲେ । ପିଲାମାନଙ୍କ ଚିତ୍କାର ଶୁଣି ଗ୍ରାମବାସୀ ମାନେ ସେଠାକୁ ଆସି ଦେଖିଲା ବେଳକୁ ପବିତ୍ରର ପ୍ରାଣବାୟୁ ଉଡିଯାଇଛି, ଅନ୍ୟମାନେ ଆହତ ହୋଇ ତଳେଛନ୍ତି,ସଙ୍ଗେ ସଙ୍ଗେ ଆହତମାନଙ୍କୁ ଆମ୍ବୁଲାନ୍ସ ଡାକି ମାଲକାନଗିରି ଜିଲ୍ଲା ହସପିଟାଲ ନେଇ ଚିକିତ୍ସା କରାଯାଇଥିଲା ।ମୃତ ପବିତ୍ରଙ୍କ ପରିବାର ଆତ୍ୟନ୍ତ ଗରିବ, ସେମାନଙ୍କ ପରିବାରଙ୍କୁ ସରକାରଙ୍କ ପ କ୍ଷରୁ ସହାୟତା ଯୋଗାଇ ଦେବାପାଇଁ ଗ୍ରାମବାସୀ ମାନେ ଦାବିକରିଛନ୍ତି । ଏହି ଝଡବର୍ଷାରେ ଜିଲ୍ଲା ସଦର ମହକୁମା ସ୍ଥାନିୟ ହାଇସ୍କୁଲ ଠାରେ ଏକ ବୃହତ ଗଛ ଉପୁଡିପଡି ରାସ୍ତା ଅବରୋଧ ହୋଇ ବିଦ୍ୟୁତ ତାର ଛିଣ୍ଡି ଯାଇ ରାସ୍ତାରେ ପଡି ବହୁସମୟ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଥିଲା । ପରେ ଅଗ୍ନିଶମ ବିଭାଗ କର୍ମାଚାରି ମାନେ ଗଛକାଟି ରାସ୍ତାରୁ ହଟାଇବାପରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା । ଏହି ବର୍ଷା ଓ ପବନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନେକ ଲୋକଙ୍କ ଘରଦ୍ୱାର ଉଡାଇ ନେବାସହିତ ରାସ୍ତାରେ ଗଛ ଓ ବିଦ୍ୟୁତଖଟଂ ଉପୁଡିପଡିଛି,ଅନୁରୁପ ଖଇରପୁଟ, କୁଡୁମୁଲୁଗୁମ୍ମା,ପାଣ୍ଡ୍ରିପାଣି, କତାମେଟା, ପଦ୍ମଗିରି,ଗ୍ରାମ ରେ ମଧ୍ୟ ଅନେକ ଚାଳଘର ଉଡାଇନେବାସହିତ ଗଛପଡିରାସ୍ତା ଅବୋରୋଧ ହୋଇଛି । ଠିକ ସେହିପରି ପଡିଆ,ଏମଭି୭୯,କାଲିମେଳା,ଚିତ୍ରକୋଣ୍ଡା, କୋରକୁଣ୍ଡା, ଏମଭି୧୧, ମଧ୍ୟ ବହୁତ କ୍ଷୟକ୍ଷତି ଘଟିଥିବାର ଜଣାପଡିଛି । ଝଡତୋପାନରେ ଏମଭି ୧୦ ଓ ଏମଭି ୧୧ଗ୍ରାମରେ ବହୁତ କଦଳିଗଛ ଭାଙ୍ଗିପଡିବାସହିତ ,ଆମ୍ବଗଛରୁ ଆମ୍ବ ଝଡିପଡିଛି,ଜିଲ୍ଲା ସଦର ମହକୁମା ଠାରେ ବିଦ୍ୟୁତ,ଟେଲିଫୋନ,ଇଟଂରନେଟ ସେବା ମଧ୍ୟ କିଛି ଘଟାଂ ପାଇଁ ବନ୍ଦରହିଥିଲା ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.