Home ଓଡ଼ିଶା ମାଲକାନଗିରି ଜିଲ୍ଲାପ୍ରତି ରେଳବିଭାଗର ବୈମାତୃକ ମନୋଭାବ,ଜିଲ୍ଲାରେ ଥିବା ଏକ ମାତ୍ର ରେଳ ଟିକେଟ କାଉଟଂର ବନ୍ଦ

ମାଲକାନଗିରି ଜିଲ୍ଲାପ୍ରତି ରେଳବିଭାଗର ବୈମାତୃକ ମନୋଭାବ,ଜିଲ୍ଲାରେ ଥିବା ଏକ ମାତ୍ର ରେଳ ଟିକେଟ କାଉଟଂର ବନ୍ଦ

42

ମାଲକାନଗିରି,୩୧ା୮ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାପ୍ରତି ରେଳବିଭାଗର ବୈମାତୃକ ମନୋଭାବକୁ ଜିଲ୍ଲାବାସୀ ନାପସନ୍ଦ କରିଛନ୍ତି । ଜିଲ୍ଲାକୁ ରେଳ ଲାଇନ ନିର୍ମାଣ ପାଇଁ ଅନେକ ବର୍ଷହେଲା ସେର୍ଭେ ଚାଲିଛି । ଚଳିତ ବର୍ଷ ରେଳଲାଇନ ପାଇଁ ଜମି ଅଧିଗ୍ରହଣ ହୋଇଥିବାର ଜଣାପଡିଛି । ଦେଶସ୍ୱାଧୀନ ହେବାର ୭୫ବର୍ଷରେ ପହଁଚିଥିଲେ ମଧ୍ୟ ଜିଲ୍ଲାବାସୀ ରେଳଗାଡି ସେବାରୁ ବଚିଂତ ଥିବା ବେଳେ ଜିଲ୍ଲାରେ ଥିବା ଏକ ମାତ୍ର ରେଳ ବିଭାଗ ଅଗ୍ରୀମ ଟିକେଟ କାଉଟଂର ଟିକୁ ବନ୍ଦ କରିଦିଆ ଯାଇଥିବାରୁ ଏଠାକାର ରେଳ ଯାତ୍ରୀ ମାନେ ନାହିଁ ନଥିବା ହଇରାଣ ହେଉଛନ୍ତି । ଜିଲ୍ଲାରେ ଥିବା ସାଇବର ଓ ଇଟଂରନେଟ ଦୋକାନ ଗୁଡିକରେ ରେଳ ଅଗ୍ରିମ ଟିକେଟ ମୂଲ୍ୟଅତ୍ୟଧିକ ପଡିବା ଓ ଟିକେଟ ବାତିଲ କଲେ ପଇସା ନ ଫେରିବା ତଥା ତତ୍‌କାଳ ରେଳ ଆଗ୍ରମୀ ଟିକେଟ କଟା ଯାଇପାରୁ ନଥିବାରୁ ଦୀର୍ଘ୧୧୦କିଲୋମିଟର ଜୟପୁର ଓ ୧୩୦କିଲୋମିଟର କୋରାପୁଟ ରେଳ ଷ୍ଟେନ କୁ ଅଗ୍ରିମ ଟିକେଟ କରିବା ଯିବାକୁ ପଡୁଛି । ଗତ୧୦ବର୍ଷତଳେ ରେଳବିଭାଗ ପକ୍ଷରୁ ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ସ୍ୱତନ୍ତ୍ର ଭାବେ ଅଗ୍ରୀମ ରେଳ ଟିକେଟ କାଉଟଂର ଖୋଲା ଯାଇଥିଲା । ତାହା ୩ରୁ ୪ବର୍ଷ ଠିକ ଭାବେ ଚାଲିବା ପରେ କୌଣସି କାରଣରୁ ମୁଖ୍ୟଡାକଘରକୁ ଉକ୍ତ କାଉଟଂରକୁ ସ୍ଥାନାନ୍ତରିତ କରିଦିଆ ଯାଇଥିଲା । ସେଠାରେ ମଧ୍ୟ ଠିକ ଭାବେ ୨ରୁ ୩ବର୍ଷ ଚାଲିବାପରେ ପୋଷ୍ଟଲା ବିଭାଗରେ କର୍ମଚାରି ଅଭାବରୁ ଉକ୍ତ ରେଳ ଟିକେଟ କାଉଟଂର ଟିକୁ ଗତ ତିନିବର୍ଷ ହେଲା ବନ୍ଦ କରିଦିଆ ଯାଇଛି । ରାଜ୍ୟର ଦୂରତମ ଶେଷ ଜିଲ୍ଲା ମାଲକାନଗିରି ଏହା ଆନ୍ଦ୍ରପ୍ରଦେଶ, ଛତିଶଗଡ,ତେଲାଙ୍ଗାନା ତିନୋଟି ରାଜ୍ୟ ସୀମାନ୍ତ ରେ ଅବସ୍ଥିତ । ଏହି ଜିଲ୍ଲାରୁ ଅନେକ ବ୍ୟକ୍ତି ବାହାର ଜିଲ୍ଲା ଓ ଅନ୍ୟ ରାଜ୍ୟସହ ଦେଶ ବିଦେଶରେ ଚାକିରି କରିବାସହିତ ବେପାର ବାଣିଜ୍ୟ କରିଥାନ୍ତି,ସେହି ସ୍ଥାନକୁ ଯାତାୟତ ପାଇଁ ଜିଲ୍ଲାରେ ରେଳ ସେବା ନଥିବାରୁ ମାଲକାନଗିରି ରୁ ବସରେ କୋରାପୁଟ, ଜୟପୁର, ବିଜୟନଗରମ ,ବିଶାଖାପାଟଣା, ଜଗଦଲପୁର,ରାୟପୁର କୁ ଯାଇ ସେଠାରୁ ନିଜ ନିଜ ଗନ୍ତବ୍ୟପଥରେ ରେଳ ଯାତ୍ରା କରିଥାନ୍ତି । ତେଣୁ ଅଗ୍ରମୀ ଟିକେଟ କାଟିବା ପାଇଁ ଜିଲ୍ଲାରେ ରେଳ ବିଭାଗ ପକ୍ଷରୁ ଟିକେଟ କାଉଟଂର ଟିଏ ନଥିବାରୁ ରେଳ ଯାତ୍ରୀ ମାନେ ବହୁତ ଖର୍ଚାନ୍ତ ହେବାସହିତ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତୁରନ୍ତ ଜିଲ୍ଲାରେ ଏକ ଅଗ୍ରମୀ ରେଳ ଟିକେଟ କାଉଟଂର ଖୋଲିବା ପାଇଁ ଜିଲ୍ଲାବାସୀ ଦାବିକରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.