Home ଜିଲ୍ଲା ପରିକ୍ରମା ମାର୍ଚ୍ଚ ୫ ରେ ପଂଚାୟତିରାଜ ଦିବସ ପାଳନ ନକରିବା ଅତି ଦୁର୍ଭାଗ୍ୟଜନକ – ପୂର୍ବତନ ମନ୍ତ୍ରୀ...

ମାର୍ଚ୍ଚ ୫ ରେ ପଂଚାୟତିରାଜ ଦିବସ ପାଳନ ନକରିବା ଅତି ଦୁର୍ଭାଗ୍ୟଜନକ – ପୂର୍ବତନ ମନ୍ତ୍ରୀ ଶ୍ରୀ ସାମଲ, ଭଦ୍ରକ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ ସଭା

21

ଭଦ୍ରକ, ୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାର ବରପୁତ୍ର, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଦିବସ ମାର୍ଚ୍ଚ ୫ରେ “ପଂଚାୟତିରାଜ ଦିବସ’ ପାଳନ ନ କରିବା ଅତି ଦୁର୍ଭାଗ୍ୟଜନକ। ବିଜୁ ବାବୁଙ୍କ କୃତିକୁ ମଳିନ କରିବାକୁ ରାଜ୍ୟର ବିଜେପି ସରକାର ହୀନ ଉଦ୍ୟମ କରୁଛନ୍ତି । ଏଥିପାଇଁ ବିଜୁ ଜନତା ଦଳ ପକ୍ଷରୁ ମାର୍ଚ୍ଚ ୬ରେ ସାରା ରାଜ୍ୟରେ ପ୍ରତିବାଦ ସଭା ଡାକରା ଦିଆଯାଇଥିଲା। ଏହି ନିଷ୍ପତି କ୍ରମେ ବିଜୁ ଜନତା ଦଳର ପୂର୍ବତନ ଭଦ୍ରକ ବ୍ଲକ ସଭାପତି ପ୍ରଫୁଲ୍ଲ ନାୟକଙ୍କ ସଭାପତିତ୍ୱରେ “ଭଦ୍ରକ ବ୍ଲକ ଅଫିସ’ ସମ୍ମୁଖରେ ଭଦ୍ରକ ନିର୍ବାଚନ ମଣ୍ଡଳୀ ପକ୍ଷରୁ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ସଭା ଆୟୋଜିତ ହୋଇ ଯାଇଅଛି। ଉକ୍ତ ସଭାରେ ଉପସ୍ଥିତ ଥିଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କି ହବିବ, କ୍ଷିରୋଦ ରାଉତ, ରମେଶ ବେହେରା, ଯୋଗେନ୍ଦ୍ର ଘଡେଇ, ନିରଞ୍ଜନ ମଲ୍ଲିକ, ରତ୍ନାକର ସାମଲ, ପ୍ରଣୟ କୁମାର ଦାସ, ଅକ୍ଷୟ କୁମାର ମହାନ୍ତି, ପଙ୍କଜ କୁମାର ବଳ, ଳିନୀ ପଣ୍ଡା, ରଘୁନାଥ ପଣ୍ଡା, ମେହେବୁବ ଖାନ, ବଟକୃଷ୍ଣ ଜେନା, ଦେବବ୍ରତ ତ୍ରିପାଠୀ, ବିଦ୍ୟୁତଲତା ନାୟକ, ଦେବୀଦତା ମହାନ୍ତି, ପଦ୍ମାବତୀ ପୃଷ୍ଟୀ, ଯାହିରୁଦ୍ଧିନ ଖାନ, ଇଂ ପ୍ରିୟବ୍ରତ ନାୟକ, ବିକାଶ ଶ୍ରେଷ୍ଠା, ନିରୋଧ ରାଉତ, ତାପସ ରାୟ, ଆଶିଷ କୁମାର ମହାନ୍ତି, ସୁମନ ମହାପାତ୍ର, ନସିରୁଦ୍ଧିନ ଖାନ, ଜୀବନ କୁମାର ତ୍ରିପାଠୀ, ଦେବାଶିଷ ଭାରତୀ, କାମେଶ ବାରିକ ଏବଂ ବିଜୁ ଜନତା ଦଳର ବରିଷ୍ଠ, ମହିଳା, ଯୁବ ଓ ଛାତ୍ର ନେତୃତ୍ୱ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.