Home ଜିଲ୍ଲା ପରିକ୍ରମା ମାମୁଁଘର ଗାଁକୁ ବୁଲିଆସିଥିବା ଭଣଜାର ପୋଖରୀରେ ପଡ଼ି ମୃତ୍ୟୁ

ମାମୁଁଘର ଗାଁକୁ ବୁଲିଆସିଥିବା ଭଣଜାର ପୋଖରୀରେ ପଡ଼ି ମୃତ୍ୟୁ

11

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ଥାନା ମହରମପୁର ପଂଚାୟତ ଅଧୀନ କନ୍ଦପୁର ଗ୍ରାମ ମାମୁଁ ଘରକୁ ବୁଲିଆସିଥିବା ୬ବର୍ଷର ଭଣଜାର ମଙ୍ଗଳବାର ସନ୍ଧ୍ୟା ୬ଟା ବେଳେ ଏକ ପୋଖରୀରେ ପଡ଼ି ମୃତ୍ୟୁ ଘଟିଛି । ମୃତ ବାଳକର ନାଁ ପିୟାଂଶୁ ବୋଲି ଜଣାପଡିଛି । ସେ ମାର୍କୋଣା ଥାନା ଅଧୀନ ଡୁବିଗଢ଼ିଆ ଗ୍ରାମର ଚନ୍ଦନ ସିଂଙ୍କ ପୁଅ ଅଟନ୍ତି । ପ୍ରିୟାଂଶୁ ତାଙ୍କ ମାମୁଘରକୁ ବୁଲିବାକୁ ଆସିଥିଲେ କ୍ଷ ଅପରାହ୍ଣରୁ ସେ ଘରୁ କେଉଁଆଡେ ଚାଲିଯାଇଥିଲେ । ପରେ ତାଙ୍କ ମାମୁଘର ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ବାଳକକୁ ତାଙ୍କ ଘର ନିକଟସ୍ଥ ଏକ ପୋଖରୀରୁ ଉଦ୍ଧାର କରି ଚିକିତ୍ସା ପାଇଁ ତିହିଡି଼ ଡାକ୍ତରଖାନାରେ ଭର୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ବାଳକକୁ ମୃତ ଘୋଷଣା କରିଥିଲେ । ପୋଲିସ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ଜବତ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.