ଭଦ୍ରକ, ୨୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ନିକଟସ୍ଥ ବେଲଦା ଗ୍ରାମ ଠାରେ ମା’ ଭଦ୍ରକାଳୀ ମ୍ୟୁଜିକ ଆଣ୍ଡ ଆର୍ଟ ସ୍କୁଲର ସପ୍ତଦଶ ବାର୍ଷିକ ଉତ୍ସବ ଅନୁଷ୍ଠାନର ସଭାପତି ଅଧିବକ୍ତା କିଶୋର ବିଶ୍ୱାଳଙ୍କ ସଭାପତିତ୍ୱରେ ପାଳିତ ହୋଇ ଯାଇଛି। ଏହି ଅବସରରେ ପ୍ରାକ୍ତନ ଅଧ୍ୟକ ତଥା ସାହିତ୍ୟିକ ପବିତ୍ର ପାଣିଗ୍ରାହୀ ମୁଖ୍ୟ ଅତିଥି, ବିଶିଷ୍ଟ ମଞ୍ଚ ସଂଯୋଜକ ମନୋଜ ପଣ୍ଡା ମୁଖ୍ୟ ବକ୍ତା, ହିନ୍ଦୁ ସୁରକ୍ଷା ସମିତିର ଜିଲ୍ଲା ସଭାପତି ବିଦ୍ୟାଧର ସାହୁ, ବରେଣ୍ୟ ଅତିଥି ,ସମ୍ମାନିତ ଅତିଥି ଭାବେ ସତ୍ୟବ୍ରତ ତ୍ରୀପାଠୀ ଯୋଗ ଦେଇଥିଲେ। ସମ୍ପାଦକ ଚକ୍ରଧର ଯେନା ସମ୍ପାଦକୀୟ ବିବରଣି ପାଠ କରିଥେôଲ। କାର୍ଯ୍ୟକ୍ରମ ଆରମ୍ଭରେ ଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହିତ ପ୍ରଦୀପ ପ୍ରଜ୍ୱଳନ ପରେ ନାଟ୍ୟାଚାର ଚାର୍ଯ୍ୟ ରଘୁନାଥ ପଣ୍ଡାଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥେôଲ। ଅତିଥିମାନେ ଚକ୍ରଧର ଯେନାଙ୍କ ଗୁରୁ ଭକ୍ତିର ପରାକାଷ୍ଠା ଓ ନୀଟ୍ୟାଚାର୍ଯ୍ୟଙ୍କ ଓଡିଆ ଯାତ୍ରା ଜଗତ ପ୍ରତି ଅଦ୍ୱାନ ସମ୍ପର୍କରେ ଆଲୋକପାତ କରିଥେôଲ। ପୂଜ୍ୟପୂଜା ର ଏହି କାର୍ଯ୍ୟକ୍ରମରେ ନାଟ୍ୟାଚାର ଚାର୍ଯ୍ୟ ରଘୁନାଥ ପଣ୍ଡା ସଙ୍ଗୀତ ବିଦ୍ୟାଳୟର ସମ୍ପାଦକ ଜଗନ୍ନାଥ କର, ମଞ୍ଚ କଳାକାର ଚିରଞ୍ଜିବୀ ବିଶ୍ୱାସ, ସତ୍ୟବ୍ରତ ତ୍ରୀପାଠୀ, ସହଦେବ ସାହୁ, ମାନସ କୁମାର ପଣ୍ଡା, ଶତ୍ରୁଘନ ବେଦାନ୍ତ, ଶରତ ସୁତାର ଆଦି ସମାଜର ବିଭିନ୍ନ ବର୍ଗରେ ଖ୍ୟାତି ଅର୍ଜନ କରିଥିବା ବ୍ୟକ୍ତି ମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ୱର୍ଦ୍ଧିତ କରାଯାଇ ଥିଲା। ପ୍ରାକ୍ତନ ଶିକ୍ଷକ ସବୋଧ ଯେନା ଧନ୍ୟବାଦ ଅର୍ପଣ କରିଥେôଲ। ଶେଷରେ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ନୃତ୍ୟ ପରବେଷଣ କରିଥେôଲ। ଅଶୋକ ଯେନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
।








