Home ଜିଲ୍ଲା ପରିକ୍ରମା ମାନେଶ୍ଵର ବ୍ଲକ ରୁକ୍ମଣୀ ଲାଠ ବାଳ ନିକେତନରେ ଷ୍ଟ୍ରୀଟ ଲାଇଟର ଶୁଭ ଭିତ୍ତି ପ୍ରସ୍ଥର ସ୍ଥାପନ

ମାନେଶ୍ଵର ବ୍ଲକ ରୁକ୍ମଣୀ ଲାଠ ବାଳ ନିକେତନରେ ଷ୍ଟ୍ରୀଟ ଲାଇଟର ଶୁଭ ଭିତ୍ତି ପ୍ରସ୍ଥର ସ୍ଥାପନ

71

ସମ୍ବଲପୁର ୨୫-୫ (ଓଡ଼ିଆ ପୁଅ/ସରୋଜ ସାହୁ): ସମ୍ବଲପୁର ଜ଼ିଲ୍ଲା ମାନେଶ୍ଵର ବ୍ଲକ ବରଗାଁ ପଞ୍ଚାୟତ ରୁକ୍ମଣୀ ଲାଠ ବାଳ ନିକେତନରେ ଷ୍ଟ୍ରୀଟ ଲାଇଟ ର ଶୁଭ ଭିତ୍ତି ପ୍ରସ୍ଥର ସ୍ଥାପନ ହୋଇଛି। ଏହି ଅବସରରେ ଉପ-ମୁଖ୍ୟ ସଚେତକ ତଥା ରେଢ଼ାଖୋଲ ବିଧାୟକ ଇଂ. ରୋହିତ ପୂଜାରୀ ଙ୍କ ମାନେଶ୍ଵର ବ୍ଲକ ପ୍ରତିନିଧି ଗୋପୀ ରଞ୍ଜନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦାନ ପୂର୍ବକ ଏହି ଭିତ୍ତି ପ୍ରସ୍ଥର ସ୍ଥାପନ କରିଥିଲେ। ରୁକ୍ମଣୀ ଲାଠ ବାଳ ନିକେତନର ସମ୍ପାଦକ ରାଧେ ଶ୍ୟାମ ପଣ୍ଡା, ରଞ୍ଜନ ପାଣିଗ୍ରାହୀ, ସଂଗ୍ରାମ ପ୍ରଧାନ, ହେମନ୍ତ ପ୍ରଧାନ ତଥା ଅନ୍ତେବାସୀ ଉପସ୍ଥିତ ଥିଲେ।

ଏହା ସହିତ ବଦୁଆପାଲି ପଂଚାୟତ ମେଣ୍ଡଳୀପାଲି ଗ୍ରାମରେ ମଧ୍ୟ ଷ୍ଟ୍ରୀଟ ଲାଇଟ ର ଶୁଭ ଭିତ୍ତି ପ୍ରସ୍ଥର ସ୍ଥାପନ ହୋଇଛି। ଏହି ଅବସରରେ ବଦୁଆପାଲି ଗ୍ରାମ ପଞ୍ଚାୟତ ସରପଞ୍ଚ ମିନାକ୍ଷୀ ବଘାର, ପୂର୍ବତନ ସମିତି ସଭ୍ୟ ସଞ୍ଜୟ ଭୋଇ, ଉଦ୍ଧବ ଭିତିରିଆ, ଲଳିତ ଭୋଇ, ଲବ ଭୋଇ ତଥା ଗ୍ରାମବାସୀ ଉପସ୍ଥିତ ଥିଲେ। ଓଡିଶା ସରକାରଙ୍କ ଉପ-ମୁଖ୍ୟ ସଚେତକ ତଥା ରେଢ଼ାଖୋଲ ବିଧାୟକ ଇଂ. ରୋହିତ ପୂଜାରୀ ଙ୍କ ପାଣ୍ଠିରୁ ଅନୁଷ୍ଠିତ ହେଉଥିବା ଏଭଳି ଜନମଙ୍ଗଳ କାର୍ଯ୍ୟ କୁ ଅଂଚଳରେ ବେଶ ପ୍ରଶଂସା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.