Home Top News ମାନସ ସ୍ୱାଇଁ ହତ୍ୟା ଘଟଣା, ଭଦ୍ରକ ଜେଲ୍‌ରେ ୨ ଅଭିଯୁକ୍ତଙ୍କୁ ୭ ଘଣ୍ଟା ଜେରା କଲା...

ମାନସ ସ୍ୱାଇଁ ହତ୍ୟା ଘଟଣା, ଭଦ୍ରକ ଜେଲ୍‌ରେ ୨ ଅଭିଯୁକ୍ତଙ୍କୁ ୭ ଘଣ୍ଟା ଜେରା କଲା କ୍ରାଇମବ୍ରାଞ୍ଚ

49

ଭଦ୍ରକ, ୧୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବହୁ ଚର୍ଚ୍ଚିତ କ୍ୟାମେରାମେନ୍ ମାନସ ସ୍ୱାଇଁ ହତ୍ୟା ଘଟଣାରେ ଆଜି ୩ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ୭ ଘଣ୍ଟା ଧରି ୨ ଅଭିଯୁକ୍ତଙ୍କୁ ଜେରା କରିଛି। ଦିନ ୧୧ ଟାରେ ଭଦ୍ରକ ସ୍ୱତନ୍ତ୍ର ଉପକାରାଗାରରେ ପହଞ୍ôଚଥିଲା କ୍ରାଇମବ୍ରାଞ୍ଚ ଟିମ୍। ପରେ ଅଭିଯୁକ୍ତ ବିବେକ ନାୟକ ଓ ଭାଗ୍ୟଧର ନାୟକଙ୍କୁ ଜେରା ଆରମ୍ଭ ହୋଇଥିଲା। ଜେରା ସମୟରେ ଦୁଇଜଣ ଅପହରଣ ଠାରୁ ନିର୍ଯ୍ୟାତନା ଓ ମୃତଦେହ ପୋତିବା ପଛରେ ହାତ ଅଛି କି ନାହିଁ ସେ ବିଷୟରେ ଅଧିକ ପଚରା ଉଚୁରା କରିଥିଲେ ବୋଲି ସୂଚନା ମିଳିଛି। ମାନସ ସ୍ୱାଇଁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ସମେତ ୭ ଜଣ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ରହିଛନ୍ତି। ତେବେ ପୂର୍ବରୁ ଦୁଇଥର କ୍ରାଇମବ୍ରାଞ୍ଚ ଟିମ୍ ଶର୍ମିଷ୍ଠାଙ୍କୁ ରିମାଣ୍ଡରେ ନେଇଥିଲେ ମଧ୍ୟ ମେମୋରି ଚିଫ୍ ଏପର୍ଯ୍ୟନ୍ତ ମିଳିପାରିନାହିଁ। ତେବେ ଚାନ୍ଦବାଲି ପୁଲିସ୍ ପ୍ରଥମେ ତିନି ଜଣଙ୍କୁ ଗିରଫ କରିଥିଲା। ହେଲେ ହତ୍ୟା ମାମଲା କୌଣସି ପଚରା ଉଚୁରା କରିନଥିଲେ କି କ୍ରାଇମବ୍ରାଞ୍ଚ ଜେରା କରିନଥିଲା। ଗତ ୧୩ ତାରିଖ ଦିନ ଚାନ୍ଦବାଲି ଜେଏମ୍‌ଏଫସି କୋର୍ଟ ଭାଗ୍ୟଧର ନାୟକ ଓ ବିବେକ ନାୟକଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ଜେରା କରିବା ପାଇଁ ଆବେଦନ କରିଥିଲେ। ହେଲେ ଆଜି ଦୁଇଜଣଙ୍କୁ ଜେରା କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆଜି କ୍ରାଇମବ୍ରାଞ୍ଚର ୩ ଜଣିଆ ଟିମ୍ ଡିଏସ୍‌ପି କଳ୍ପନା ସାହୁ, ଶରତ କୁମାର ସାହୁ ଓ ନରେନ୍ଦ୍ର ବେହେରା ଭଦ୍ରକ ସ୍ୱତନ୍ତ୍ର ଉପକାରାଗାରରେ ପହଞ୍ôଚ ଦିନ ୧୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜେରା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.