ଭଦ୍ରକ, ୨୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୁଲ୍ୟ ରେ ଶିଶୁ ଶିଶୁ ଯତ୍ନ ଅନୁଷ୍ଠାନ ର କର୍ମଚାରୀ ମାନଙ୍କୁ ନେଇ ଶିଶୁମାନଙ୍କ ମାନସିକ ସ୍ୱାସ୍ଥ୍ୟ ଓ ଶିଶୁ ଯତ୍ନ ଅନୁଷ୍ଠାନର ହିସାବ ଖାତା ସମ୍ବନ୍ଧୀୟ ଏକଦିବସୀୟ କର୍ମଶାଳା ପୁରାତନ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କର୍ଜ୍ୟାଳୟ , ଭଦ୍ରକ ଠାରେ ଅନୁଷ୍ଠିତ ହୋଇ ଯାଇ ଅଛି । ଉକ୍ତ କର୍ମଶାଳା ରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲା ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧକ୍ଷ ସୁବ୍ରତ କୁମାର ବିଶ୍ୱାଳ ଯୋଗଦେଇ ଚାପ ମୁକ୍ତ ଜୀବନ ଦ୍ୱାରା ଶିଶୁ ର ମନ ଖୁସି ରହିପାରିବ ଓ ଶିକ୍ଷା ରେ ଉନ୍ନତି ଲାଭ କରିପାରିବେ । ସନମାନିତ ଅତିଥି ଭାବେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ପ୍ରାକ୍ତନ ଅଧକ୍ଷ ଡା ଦେବରାଜ ପାଣିଗ୍ରାହୀ ଯୋଗଦେଇଥିଲେ ଉପଯୁକ୍ତ ଖାଦ୍ୟ ଓ ଚାପ ମୁକ୍ତ ଜୀବନ ଦ୍ୱାରା ଶିଶୁ ର ବୌଧିକ ବିକାଶ ଘଟିଥାଏ । କାର୍ଯ୍ୟକ୍ରମ ର ବୈଷୟିକ ଅଧିବେଶନ ରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ପ୍ରାକ୍ତନ ଅଧକ୍ଷ ଡା ଦେବରାଜ ପାଣିଗ୍ରାହୀ ମାନସିକ ସ୍ୱାସ୍ଥ୍ୟ ଠିକ ଭାବରେ କାର୍ଯ୍ୟକଲେ ଶିଶୁ ର ସର୍ବାଙ୍ଗୀନ ଉନ୍ନତି ହେବା ସହିତ ଜୀବନରେ ପ୍ରତିକୂଳ ଅବସ୍ଥାରେ ସଠିକ ମୁକାବିଲା କରିପାରିବେ । ବୈଷୟିକ ଅଧିବେଶନ ର ଦିତୀୟ ଭାଗରେ ହିସାବ ଖାତା ଉପରେ ପର୍ଯ୍ୟବେଶିତ କର୍ମଶାଳାରେ ବିଷୟ ବିଶାରଦ ଭାବେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ହିସାବ ରକ୍ଷକ ଧିରଜ କୁମାର ବାରିକ ଯୋଗଦେଇ ଶିଶୁ ଯତ୍ନ ଅନୁଷ୍ଠାନରେ ସରକାରୀ ଅନୁଦାନ ର ସଠିକ ହିସାବ ଖାତା ପ୍ରସ୍ତୁତ କରିବା , ଅନୁଦାନ ଖର୍ଚ କରିବାର ସଠିକ ପ୍ରଣାଳୀ ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । କାର୍ଯ୍ୟକ୍ରମ ର ପାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଆନୁଷ୍ଠାନିକ ସୁରକ୍ଷା ଅଧିକାରୀ ବିଶ୍ୱ ନାରାୟଣ ପଣ୍ଡା ପ୍ରାରମ୍ଭିକ ସୂଚନ। ପ୍ରଦାନ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି କାର୍ଯ୍ୟ କର୍ମ ସମ୍ବନ୍ଧରେ ବିସ୍ତ୍ରୁତ ଅଲୋଚନ। ମାନସିକ ସ୍ୱାସ୍ଥ୍ୟ ଉପରେ ଆଲୋଚନା କରିଥିଲେ ।ଉକ୍ତ କାର୍ଯ୍ୟ କ୍ରମ ରେ ଜିଲ୍ଲା ରେ ଥିବା ୭ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନ ର ସମ୍ପାଦକ , ଅଧିକ୍ଷକ , ପରାମର୍ଶ ଦାତା /ଦାତ୍ରୀ , ଶିଶୁ ମଙ୍ଗଳ ଅଧିକାରୀ , ହିସାବ ରକ୍ଷକ ଇତ୍ୟାଦି ଯୋଗଦାନ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସ୍ୱାଗତିକା ବାରିକ , ସୁବ୍ରତ କୁମାର ଦାସ ,ଲକ୍ଷ୍ମୀପ୍ରିୟା ମଲିକ , ଧୀରଜ କୁମାର ବାରିକ , ଦମୟନ୍ତୀ ଦାଶ , ନବୀନ ଚନ୍ଦ୍ର ବେହେରା , କୁଳଦୀପ ଜେନା ଓ ଚାଇଲ୍ଡ ଲାଇନ ର ସଂଯୋଜିକ। ଶୁଭଶ୍ରୀ ପଢିଆରୀ ଓ କର୍ମ କର୍ତା ମାନେ ମଧ୍ୟ ଯୋଗଦାନ କରିଥିଲେ । ଶିଶୁ ସୁରକ୍ଷା ୟୁନିଟ ମହେଶ ଚନ୍ଦ୍ର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଗାନ୍ଧୀ ଓଡିଶା ବାଳାଶ୍ରମ ର ସମ୍ପାଦକ ଅଶୋକ କୁମାର ଦାସ ଧନ୍ୟବାଦ ପ୍ରଦାନ କରିଥିଲେ ।
Home ଜିଲ୍ଲା ପରିକ୍ରମା ମାନସିକ ସ୍ୱାସ୍ଥ୍ୟ ଓ ହିସାବ ଖାତା, ଶିଶୁମାନଙ୍କ ବୃତି ଚୟନ, ଜୀବନ କୌଶଳ ଉପରେ ପର୍ଯ୍ୟବେଶିତ...








