Home କେନ୍ଦ୍ରାପଡ଼ା ମାନସିକ ଭିନ୍ନକ୍ଷମ ପରିବାର ଉପରେ ମରଣାନ୍ତଙ୍କ ଆକ୍ରମଣ ଓ ଲୁଟ

ମାନସିକ ଭିନ୍ନକ୍ଷମ ପରିବାର ଉପରେ ମରଣାନ୍ତଙ୍କ ଆକ୍ରମଣ ଓ ଲୁଟ

21

କେନ୍ଦ୍ରାପଡ଼ା ୧୮ -୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଏକ ମାନସିକ ଭିନ୍ନକ୍ଷମ ପରିବାରର ମୁଖ୍ୟଙ୍କ ଉପରେ କେତେକ ଦୁର୍ବୁତ୍ତ ମରଣାନ୍ତଙ୍କ ଆକ୍ରମଣ କରିବା ସହ ଘରୁ ଧନସମ୍ପତ୍ତି ଲୁଟ କରିନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାଇ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ଥାନା ଅନ୍ତର୍ଗତ ଯଶୁଆପଲ୍ଲୀ(ବାଲିସାହି)ଗ୍ରାମର ଗୋପକୃଷ୍ଣ ରାଉତଙ୍କ ପୁଅ ଯଶୋବନ୍ତ ରାଉତଙ୍କ ପତ୍ନୀ ଏବଂ ପୁଅ ଉଭୟ ମାନସିକ ଭିନ୍ନକ୍ଷମ ଅଟନ୍ତି। ବୁଧବାର କେତେକ ଦୁର୍ବୁତ୍ତତ୍ତଯଶୋବନ୍ତଙ୍କ କୋଠାଘରକୁ ଭାଙ୍ଗିଦେବାରୁ ସେ ଏହାର ପ୍ରତିବାଦ କରନ୍ତେ ସେମାନେ ଯଶୋବନ୍ତଙ୍କ ବେକରେ ଭୂଜାଲି ଲଗାଇ ମାରିଦେବାକୁ ଧମକ ଦେବା ସହ ତାଙ୍କୁ ମରଣାନ୍ତଙ୍କ ଆକ୍ରମଣ କରିଥିବା ଯଶୋବନ୍ତ ମହାକାଳପଡା ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ କୈାଣସି ପଦକ୍ଷେପ ଗ୍ରହଣ ନକରିବାରୁ ଦୁର୍ବୁତ୍ତମାନେ ପୁନର୍ବାର ଯଶୋବନ୍ତଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି। ଯଶୋବନ୍ତଙ୍କୁ ମାରଧର କରି ତାଙ୍କ ଘରେ ଥିବା ଧନସମ୍ପତ୍ତି ସମେତ ବିଭିନ୍ନ ଦରକାରୀ କାଗଜପତ୍ର ଦୁର୍ବୁତ୍ତମାନେ ଲୁଟ କରି ନେଇଥିବା ସମ୍ପର୍କରେ ସେ ଗତ ଜୁନମାସ ୨୦ତାରିଖରେ ମଧ୍ୟ ମହାକାଳପଡା ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସର ଉଦାସୀନତା ଯୋଗୁଁ ସେହି ଦୁର୍ବୁତ୍ତମାନେ ପୁନର୍ବାର ଯଶୋବନ୍ତଙ୍କୁ ମରଣାନ୍ତଙ୍କ ଆକ୍ରମଣ କରି ତାଙ୍କ ଠାରୁ ଏକ ସାଧା କାଗଜରେ ଦସ୍ତଖତ କରେଇ ନେଇଥିବା ଯଶୋବନ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.