Home କୋରାପୁଟ ମାନବ ସମ୍ବଳ ବିକାଶ ସଂପର୍କିତ ତିନି ଦିନିଆ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ

ମାନବ ସମ୍ବଳ ବିକାଶ ସଂପର୍କିତ ତିନି ଦିନିଆ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ

13

କୋରାପୁଟ ୨୨-୦୨(ଓଡିଆ ପୁଅ /ରଂଜନ ଦାସ) ସ୍ଥାନୀୟ କୋଟସ ସଭାଗୃହଠାରେ କୋରାପୁଟ ବନଖଣ୍ଡର ଅଧିକାରୀଙ୍କ ନିମନ୍ତେ ମାନବ ସମ୍ବଳ ବିକାଶ ସଂପର୍କିତ ତିନି ଦିନିଆ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି ।କୋଟସର ନିର୍ଦ୍ଦେଶକ ଡ.ପି.ସି.ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଉତରପ୍ରଦେଶ  ଲକ୍ଷେ୍ନାର ପୋଲିସ ଏଡିଜି ଡ.ସତ୍ୟ ନାରାୟଣ ସାବତ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଟାନିକ ଭାବେ ଉଦଘାଟନ କରିଥିଲେ ।ପ୍ରତ୍ୟେକ କ୍ଷେତ୍ରରେ ତାଲିମର ଆବଶ୍ୟକତା ରହିଛି ସେ ମତବ୍ୟକ୍ତ କରିଛନ୍ତି ।ଆମ୍ଭେମାନେ ଯେଉଁ କାର୍ଯ୍ୟ କରୁଛୁ ତାହାର ଦକ୍ଷତାକୁ ଉନ୍ନତ କରିବାକୁ ସେ ଉପସ୍ଥିତ ବନ ବିଭାଗ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।ସରକାରୀ କର୍ମଚାରୀମାନେ ସବୁବେଳେ ଲୋକମାନଙ୍କୁ ଉତମ ବ୍ୟବହାର ପ୍ରଦର୍ଶନ କରିବା ଉଚିତ ବୋଲି ସେ ଉଦବୋଧନ ଦେଇଛନ୍ତି ।କୋରାପୁଟ ବନଖଣ୍ଡ ଅଧିକାରୀ ରିଙ୍କୁ କୁମାରୀ ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇଥିଲେ ।ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସହାୟକ ପ୍ରଫେସର ଡ. କାକୋଲି ବାନାର୍ଜି ଯୋଗଦେଇ କୋରାପୁଟ ଅଂଚଳର ଜୈବ ବିବିଧତା ସଂପର୍କରେ ଆଲୋକପାତ କରିଥିଲେ । କୋରାପୁଟ ବାର ଆସୋସିଏସନର ସଭାପତି ଅଜିତ ପାତ୍ର ଯୋଗଦେଇ ଜଙ୍ଗଳ ଅପାରଧ ମାମଲାରେ ଦୋଷୀ ସାବ୍ୟସ୍ତ ହେବାର ପ୍ରବର୍ତନ ପ୍ରକ୍ରୀୟାର ଉନ୍ନତି  ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ । କୋଟସ ସହାୟତାରେ ତିନି ଦିନିଆ ତାଲିମ କାର୍ଯ୍ୟକ୍ରମ ପରିଚାଳନା କରାଯାଉଥିବା ଜଣାପଡିଛି ।କୋରାପୁଟ ବନାଞଳ ଅଧିକାରୀ ରୋହିତ କୁମାର ଓ ଲକ୍ଷ୍ମିପୁର ବନାଞଳ ଅଧିକାରୀ କୁମାର ଖରାଙ୍କ ସହ ଅନ୍ୟାନ୍ୟ ବନ ବିଭାଗ ଅଧିକାରୀମାନେ ଯୋଗଦେଇ ତାଲିମରେ ଭାଗ ନେଇଥିଲେ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.