ଭଦ୍ରକ, ୨୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଧୁନା ବିଜ୍ଞାନ ଯୁଗରେ ମାନବିକ ମୂଲ୍ୟବୋଧର ଘୋର ଅବକ୍ଷୟ ଘଟିଛି । ଯୁବକଯୁବତୀମାନେ ପଥହରା ହୋଇଯାଇଛନ୍ତି । ସେମାନଙ୍କ ମନରେ ଆଧ୍ୟାତ୍ମିକ ଚେତନା ସୃଷ୍ଟି ପାଇଁ ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ଭୂମିକା ନିମ୍ନ ପ୍ରଶଂସନୀୟ । ଐତିହାସିକ କାଳୀପୂଜା ଅବସରରେ ଚରମ୍ପା ରେଳଷ୍ଟେସନ ନିକଟରେ ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି ଆନୁକୁଲ୍ୟରେ ଆୟୋଜିତ ବିଶ୍ୱ ଭାତୃତ୍ୱର ପରିକଳ୍ପନା ସମ୍ପର୍କରେ ଆଲୋଚନା ଚକ୍ର ଏବଂ ଜଗନ୍ନାଥ ତଥ୍ୟ ଓ ତତ୍ୱ ଆଧାରିତ ସମାରୋହକୁ ଉଦ୍ଘାଟନ କରି ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ମତବ୍ୟକ୍ତ କରିଛନ୍ତି । ଭଦ୍ରକର ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଳ ଓ ସାହିତ୍ୟିକ ଇଂ ଅଭୟ ସୂତାର ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ସମଗ୍ର ବିଶ୍ୱର ୧୯୫ଟି ଦେଶର ଜଗନ୍ନାଥ ସଂସ୍କୃତି ଆଜି ବ୍ୟାପକ ହୋଇଛି ବୋଲି ସୂଚନା ଦେଇଥିଲେ । ସଂସ୍କୃତ ବିଶାରଦ ପଣ୍ଡିତ ଭାଗିରଥି ନନ୍ଦଶର୍ମାଙ୍କ ଅଧ୍ୟକ୍ଷତାରେ ଆଲୋକିତ ସାମାଜିକ ଚେତନା ସମ୍ପର୍କିତ ସମାବେଶରେ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରବି ନାରାୟଣ ଖିଲାର, ଡାକ୍ତର ଅନୀଲ କୁମାର ଦାଶ, ଶିଶୁ ସୁରକ୍ଷା ଅଧିକାରୀ ଡାକ୍ତର ଦେବରାଜ ପାଣିଗ୍ରାହୀ, କବୀ ଗୀତାଞ୍ଜଳି ଅଗସ୍ତି ଓ ରେଳବାଇ ସୁରକ୍ଷା ଅଧିକାରୀଙ୍କ ସମେତ ବହୁ ଆଧ୍ୟାତ୍ମିକବିତ୍ ଯୋଗଦେଇଥିଲେ । ସେବକ ଶରତ କୁମାର ସାହୁ ଓ ସେବକ ବାବୁଲାଲ ଦାସ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବରିଷ୍ଠ ସେବକ କାଶୀନାଥ ପଣ୍ଡା, କବି ସନେଇ ଶିଅଳ, ସେବିକା ତଥା ପ୍ରବଚିକା ସୁଶ୍ରୀ ତପସ୍ୱିନୀ ପାଢୀ ପ୍ରମୁଖ ଜଗନ୍ନାଥ ସଂସ୍କୃତିର ମହାନତା ଉପରେ ଆଲୋଚନା କରିଥିଲେ । କବି ଶଶୀକାନ୍ତ ବେହେରା ଓ ସୁଶ୍ରୀ କ୍ଷଣ ପ୍ରଭା ମହନୀ ପ୍ରଭୁ ଜଗନ୍ନାଥଙ୍କ ସମ୍ପର୍କରେ କବିତା ପାଠ କରିଥିଲେ । ଧନ୍ୟବାଦ ଦେଇଥିଲେ ସେବକ ପ୍ରବୋଧ କୁମାର ଅଗସ୍ତି । ପୂର୍ବାହ୍ଣରେ ସେବକ ରୋଟାରିୟାନ୍ ଶିଶିର ମିଶ୍ର ଉଦଘାଟନ କରିଥିବାବେଳେ କୀର୍ତନ ସଂକୀର୍ତନ ମଣ୍ଡଳୀ ସହର ପରିକ୍ରମା କରି ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସଚେତନତା ସୃଷ୍ଟି କରିଥିଲେ । ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ପ୍ରଚାର ଓ ପ୍ରସାର ନିମିତ ଏକ ସ୍ଥାୟୀ ଗୃହ ଆବଶ୍ୟକ ଥିବାରୁ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଙ୍କ ଆର୍ଥକ ଅନୁଦାନରୁ ଏହାକୁ ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।
Home ଜିଲ୍ଲା ପରିକ୍ରମା ମାନବିକ ମୂଲ୍ୟବୋଧର ଅବକ୍ଷୟକୁ ପ୍ରଭୁ ଜଗନ୍ନାଥ ରୋକି ପାରିବେ,ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି ପକ୍ଷରୁ ମହା...








