ନୂଆ ଦିଲ୍ଲୀ ୧୧-୪ (ଓଡ଼ିଆ ପୁଅ) କେନ୍ଦ୍ର ଶ୍ରମ ଏବଂ ନିୟୋଜନ ମନ୍ତ୍ରଣାଳୟ ଅଧୀନ ଏକ ସ୍ଵାୟତ୍ତ ଅନୁଷ୍ଠାନ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ପକ୍ଷରୁ ସାରା ଦେଶରେ ଆବେଦନ ହୋଇଥିବା ୧.୩୭ ଦାବିର ସମାଧାନ କରାଯାଇ ଏହାର ସଦସ୍ୟମାନଙ୍କୁ ୨୭୯.୬୫ କୋଟି ଟଙ୍କା ଜାରି କରାଯାଇଛି। କୋଭିଡ-୧୯ ମୁକାବିଲା ଲାଗି ଉପଭୋକ୍ତାମାନଙ୍କୁ ସୁବିଧା ଦେବା ଉଦ୍ଦେଶ୍ୟରେ ଇପିଏଫ ଯୋଜନାରେ ନୂଆକରି ହୋଇଥିବା ବିଶେଷ ସଂଶୋଧନ ଅନୁଯାୟୀ ଏହା କରାଯାଇଛି।