ଭଦ୍ରକ, ୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମାତିଛନ୍ତି ମନ୍ଦିର ଲୁଟେରା ଗ୍ୟାଙ୍ଗ! କିଛି ଦିନ ମଧ୍ୟରେ ଲୁଟି ନେଲେଣି ବହୁ ମନ୍ଦିର। ସମ୍ପ୍ରତି ଭଦ୍ରକ ଜିଲ୍ଲା ଧୁଷୁରି ଥାନା ଅସୁରାଳିରେ ଥିବା ମା ବରୁଣେଇ ମନ୍ଦିରରୁ ମା’ଙ୍କ ଅଳଙ୍କାର ଓ ହୁଣ୍ଡିରୁ ଟଙ୍କା ଚୋରି ହୋଇଥିବା ଧୁଷୁରୀ ଥାନାରେ ଅଭିଯୋଗ ହୋଇଛି। ମନ୍ଦିର ପରିଚାଳନା କମିଟି ପକ୍ଷରୁ ଦିଆଯାଇଥିବା ଏତଲା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ମାଙ୍କ ମନ୍ଦିରର ଗେଟର ତାଲା ଭାଙ୍ଗି ଲକ୍ଷ ଲକ୍ଷ ଟଙ୍କାର ଅଳଙ୍କାର ଚୋରି କରି ନେଇଛନ୍ତି। ମାଆଙ୍କ ସୁନା ମୁକୁଟ, ଆଖି, ହାରକୁ ଖୋଲି ନେଇଛନ୍ତି ଦୁର୍ବୁତ। ଏହାସହ ମନ୍ଦିରରେ ବସିଥିବା ହୁଣ୍ଡିକୁ ଭାଙ୍ଗି ସେଥିରୁ ସମସ୍ତ ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି। ଚୋରି ହୋଇଥିବା ଅଳଙ୍କାରର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହୋଇଥିବାବେଳେ ହୁଣ୍ଡିରୁ କେତେ ଟଙ୍କା ଯାଇଛି ତାହାର ଆକଳନ କରାଯାଇନାହିଁ। ସକାଳେ ମନ୍ଦିରର ପୂଜକ ପୂଜା ପାଇଁ ପହଂଚି ଦେଖନ୍ତି ଯେ, ଗ୍ରୀଲ ତଡ଼ା ଯାଇଛି। ସେହିପରି ହୁଣ୍ଡି ଭଙ୍ଗାଯାଇଛି। ଏନେଇ ପରିଚାଳନା କମିଟି ଓ ପୋଲିସକୁ ଜଣାଇଥିଲେ। ସେପଟେ ସମାନ ଅନୁରୂପ ଭାବେ ଧୁଷୁରୀ ଥାନା ସରପୁରଠାରେ ଥିବା ତାରିଣୀ ମନ୍ଦିରରୁ ମଧ୍ୟ ଲୁଟ୍ ହୋଇଥିବା ଖବର ମିଳିଛି। ଏଭଳି ଅଳ୍ପ ଦିନ ମଧ୍ୟରେ ବହୁ ସ୍ଥାନ ରେ ଲୁଟ କ୍ରମାଗତ ଭାବେ ଦେଖିବାକୁ ମିଳିଛି ତେଣୁ ସ୍ଥାନୀୟ ବାସିନ୍ଦା ଏଥିପାଇଁ ଉଦବେଗ ପ୍ରକାଶ କରିଛନ୍ତି। ରାତ୍ରୀ ପେଟ୍ରୋଲିଂ ପାଇଁ ଧୁଷୁରି ପୋଲିସ ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେ ଙ୍କୁ ଅନୁରୋଧ କରିଛନ୍ତି। ଧୁଷୁରି ପୋଲିସ କେସ ନମ୍ବର ୧୫୬/୨୫ ଓ ୧୫୭/୨୫ ୨ ଟି ମାମଲା ରୁଜୁ କରି ତଦନ୍ତ ଜାରି କରିଛି। ଖୁବ୍ ଶୀଘ୍ର ଲୁଟେରା ଗ୍ୟାଙ୍ଗ ର ପର୍ଦ୍ଦା ଫାସ ହେବ ବୋଲି ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେ ପ୍ରତିଶ୍ରୁତି ଦେଇଛନ୍ତି।
Home ଜିଲ୍ଲା ପରିକ୍ରମା ମାତିଛନ୍ତି ମନ୍ଦିର ଲୁଟେରା ଗ୍ୟାଙ୍ଗ! ଲୁଟି ନେଲେ ବରୁଣାଇ ମନ୍ଦିର ରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର,...







