ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଣ୍ଠଶିଳ୍ପୀ ଅମ୍ରିତା ନାୟକ ଓ ସୌରଭ ଭରଦ୍ୱାଜଙ୍କ ଗୀତରେ ଝୁମିଲେ ଦର୍ଶକ । ଯୁବ ସମାଜସେବୀ ବିଶ୍ୱଦିପ ନାୟକଙ୍କ ତତ୍ୱ୍ୱାବଧାନରେ ଅନୁଷ୍ଠିତ ମେଲୋଡି କାର୍ଯ୍ୟକ୍ରମ ଖଣ୍ଡତଡ଼ା ପଂଚାୟତ ତାରିଣୀ ପଡ଼ିଆ ଛକ ଠାରେ ମା ତାରିଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ହେବା ସହ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୪୦ ବର୍ଷ ଧରି ପୂଜାପାଇ ଆସୁଥିବା ମନ୍ଦିରରୁ ମା ତାରିଣୀ ନୂତନ ମନ୍ଦିରକୁ ପ୍ରବେଶ କରିଛନ୍ତି । ବରିଷ୍ଠ ନେତା ବିଶ୍ୱନାଥ ନାୟକଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଦୀର୍ଘ ୩ଦିନ ଧରି ମାଙ୍କ ପୂଜାର୍ଚ୍ଚନା ଚାଲିଥିଲା । ବହୁ ସାଧୁସନ୍ଥ ମାନଙ୍କ ଗହଣରେ ମା ତାରିଣୀ ମନ୍ଦିରକୁ ପ୍ରବେଶ କରିଥିଲେ ।ଯାହା ଫଳରେ ସମଗ୍ର ଅଂଚଳ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହ ବିଶ୍ୱଶାନ୍ତି ପାଇଁ ମହାଯଜ୍ଞ ହୋଇଥିଲା ।ବହୁ ଦୂରଦୂରାନ୍ତରୁ ଭକ୍ତମାନେ ଯୋଗ ଦେବା ସହ ।ଶତାଧିକ ମହିଳା ସ୍ଥାନୀୟ ସାଳନ୍ଦୀ ନଦୀରୁ ପାଣି ଉଠାଇ ଯଜ୍ଞ ସ୍ଥଳରେ କଳସ ସ୍ଥାପନ କରିଥିଲେ । ସ୍ୱାମୀ ବ୍ରହ୍ମନନ୍ଦ ସରସ୍ୱତୀ, ପଣ୍ଡିତ ବିରେନ୍ଦ୍ର ପଣ୍ଡା, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ପ୍ରମୁଖ ପୂଜା କାର୍ଯ୍ୟରେ ସାମିଲ ହୋଇଥିଲେ । ଏହି ଉପଲକ୍ଷେ, ଆଜି ଭଜନ ସନ୍ଧ୍ୟ ଓ ମେଲୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ବ୍ଲକ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଡାକ୍ତର ପ୍ରଦୀପ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।ଏହି ସମସ୍ତ କାର୍ଯ୍ୟକ୍ରମକୁ ସମାଜସେବୀ ବିଶ୍ୱଦିପ ନାୟକ ପରିଚାଳନା କରିଥିବା ବେଳେ କମିଟିର ସମସ୍ଥ ସଦସ୍ୟ ଓ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।
Home ଜିଲ୍ଲା ପରିକ୍ରମା ମା’ତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା : କଣ୍ଠଶିଳ୍ପୀ ଅମ୍ରିତା ନାୟକ ଓ ସୌରଭ ଭରଦ୍ୱାଜଙ୍କ ଗୀତରେ ଝୁମିଲେ...







