Home ଅନୁଗୁଳ ମାଟ୍ରିକ ପରୀକ୍ଷାରେ କଳମଛୁଇଁ ଶିଶୁମନ୍ଦିର ଛାତ୍ରଛାତ୍ରୀଙ୍କ ଶତ ପ୍ରତିଶତ ସଫଳତା

ମାଟ୍ରିକ ପରୀକ୍ଷାରେ କଳମଛୁଇଁ ଶିଶୁମନ୍ଦିର ଛାତ୍ରଛାତ୍ରୀଙ୍କ ଶତ ପ୍ରତିଶତ ସଫଳତା

219

ତାଳଚେର,୨୯/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ୨୦୧୯-୨୦ ଶିକ୍ଷା ବର୍ଷର ମାଟ୍ରିକ ବୋର୍ଡ ପରୀକ୍ଷାରେ ତାଳଚେର ବ୍ଲକସ୍ଥିତ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ଶତକଡା ଶହେ ପ୍ରତିଶତ ସଫଳତା ହାସଲ କରିଛନ୍ତି । ଚଳିତ ବର୍ଷ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୪୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଏ-୨ ଗ୍ରେଡରେ ୨ ଜଣ,ବି-୧ରେ ୭ ଜଣ,ବି-୨ରେ ୮ ଜଣ ସହ ଶତ ପ୍ରତିଶତ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି । ବିଦ୍ୟାଳୟର ଏଭଳି ସଫଳତାକୁ ନେଇ ପ୍ରଧାନ ଆଚାର୍ଯ୍ୟ ଅନୀଲ କୁମାର ଦେହୁରୀ,ପରିଚାଳନା ସମିତିର ସଭାପତି ଦିବାକର ବାରିକ,ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ,ସହ ସମ୍ପାଦକ ତପନ କୁମାର ସାହୁଙ୍କ ସମେତ ପରିଚାଳନା ସମିତିର ସଦସ୍ୟ,ସଦସ୍ୟା ତଥା ସମସ୍ତ ଗୁରୁଜୀ,ଗୁରୁମା ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସୂଚନାଯୋଗ. ବିଗତ ୫ ବର୍ଷ ଧରି କଳମଛୁଇଁ ଶିଶୁ ବିଦ୍ୟାମନ୍ଦିରର ମାଟ୍ରିକ ପରୀକ୍ଷା ଫଳ ଶତ ପ୍ରତିଶତ ହେଉଥିବାରୁ ଏହା ସ୍ଥାନୀୟ ଅଂଚଳରେ ଉଦାହରଣ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.