Home କୋରାପୁଟ ମାଟ୍ରିକ ପରୀକ୍ଷାରେ କମମାର୍କ ଆସିଥିବା ଯୋଗୁଁ  ଛାତ୍ରଛାତ୍ରୀଓଅଭିଭାବକମାନେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରଧାନଆଚାର୍ଯ୍ୟଙ୍କୁ ଘେରିଲେ

ମାଟ୍ରିକ ପରୀକ୍ଷାରେ କମମାର୍କ ଆସିଥିବା ଯୋଗୁଁ  ଛାତ୍ରଛାତ୍ରୀଓଅଭିଭାବକମାନେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରଧାନଆଚାର୍ଯ୍ୟଙ୍କୁ ଘେରିଲେ

107

କୋରାପୁଟ ୨୯-୦୬(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଆଜି ଏକ ଅଭାବନୀୟ ପରିସ୍ଥିତି ଦେଖାଯାଇଥିଲା ।ମାଟ୍ରିକ ପରୀକ୍ଷାରେ କମମାର୍କ ରଖିଥିବା ଛାତ୍ରଛାତ୍ରୀମାନେ ସେମାନଙ୍କ ଅଭିଭାବକମାନଙ୍କୁ ସହ ଆସି ପ୍ରଧାନ ଆଚାର୍ଯ୍ୟ ଅଲେଖ ଚନ୍ଦ୍ର ଦୋରାଙ୍କୁ ସହ କିଛି ସମୟ ଯୁକ୍ତିତର୍କ ହୋଇଥିଲା । ଯୁକ୍ତିତର୍କ ହେବା ପରେ ପ୍ରଧାନଆଚାର୍ଯ୍ୟ ଛାତ୍ରଛାତ୍ରୀମାନଙ୍କ ମାର୍କ ଦେକାଇଥିଲେ ।କିନ୍ତୁ ଅଭିଭାବକମାନେ ଅସନ୍ତୋଷ ପ୍ରକାଶକରିବା ସହ ପରୀକ୍ଷା ଖାତା ଦେଖିବାକୁ ଚାହିଁଥିଲେ ।ଯେଉଁ ଛାତ୍ରଛାତ୍ରୀମାନେ ଟ୍ୟୁସନ ହେଉଥିଲେ ସେମାନଙ୍କୁ ମାର୍କ ଅଧିକା ଦିଆଯାଇଥିବା ଅଭିଭାବକ ସନ୍ତୋଷ କୁମାର ମିଶ୍ର ଅଭିଯୋଗ କରିବା ସହ ତାଙ୍କ  ଝିଅ ଜଣେ ଶିକ୍ଷକଙ୍କ ପାଖରେ ଟ୍ୟୁସନ ନ ପଢିବାରୁ ତାର ମାର୍କ କମେଇ ଦିଆଯାଇଥିବା ଅଭିଯୋଗ କରିଥିଲେ ।ମୋ ଝିଅ ଅନ୍ୟ ବିଷୟରେ ଖୁବ ଭଲ ମାର୍କ ରଖିଥିବା ସେ ସୂଚନା ଦେଇଥିଲେ ।ପଇସା ଯାହାର ମାର୍କ ତାହାର ବୋଲି ଛାତ୍ରଚାତ୍ରୀମାନେ  ସାଂଘାତିକ ଅଭିଯୋଗ କରିଥିଲେ ।ମାଟ୍ରିକ ପରୀକ୍ଷାରେ କମ ମାର୍କ ଆସିଥିବା ଯୋଗୁଁ ସ୍କୁଲ କର୍ତୂପକ୍ଷ ଦାୟୀ ବୋଲି ଛାତ୍ରଛାତ୍ରୀମାନେ ପ୍ରକାଶ କରୁଥିବା ବେଳେ  ଏଥି ନିମନ୍ତେ ବୋର୍ଡ କର୍ତୂପକ୍ଷ ଦାୟୀ ବୋଲି ପ୍ରଧାନ ଆଚାର୍ଯ୍ୟ ପ୍ରକାଶ କରିଥିଲେ ।  ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଯେଉଁସବୁ ଅଭିଯୋଗ କରିଛନ୍ତି ତାହା ପରିଚାଳନା କମିଟି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବ ବୋଲି ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଦୋରା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.