Home କେନ୍ଦୁଝର ମାଟ୍ରିକ ଟପରଙ୍କୁ ସମ୍ବର୍ଦ୍ଧନା

ମାଟ୍ରିକ ଟପରଙ୍କୁ ସମ୍ବର୍ଦ୍ଧନା

276

ହାଟଡିହି ୩୧ । ୭ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ହାଟଡିହି ବ୍ଲକର ଟପର ହୋଇଥିବା ଡଅଁର ଟିଏମ ଏକାଡେମୀର ଛାତ୍ରୀ ସଞ୍ଜିବନୀ ନାୟକଙ୍କୁ ସର୍ଭଫର ପିପୁଲ ପରିବାର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ସଞ୍ଜିବନୀ ଚଳିତ ମାଟ୍ରିକ ପରୀକ୍ଷାରେ ବ୍ଲକ ପକ୍ଷରୁ ସର୍ବୋଚ ୫୪୦ମାର୍କ ରଖି ପ୍ରଥମସ୍ଥାନ ହାସଲ କରିଥିବାରୁ ତାଙ୍କୁ ସର୍ଭଫର ପିପୁଲ ପରିବାର ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବା ସହିତ ତାଙ୍କ ଜୀବନର ଲକ୍ଷ ପୁରଣରେ ସଫଳତା ହାସଲ ନେଇ ଶୁଭକାମନା ଜଣାଇଥିଲେ । ସର୍ଭଫର ପିପୁଲ ପରିବାର ତରଫରୁ ବିରେନ୍ଦ୍ର କୁମାର ବିଶ୍ୱାଳ, ଚନ୍ଦ୍ରମୌଳି ମହାନ୍ତି, ପ୍ରିତିରଞ୍ଜନ ଦ୍ୱିବେଦୀ, ରାଜଲକ୍ଷ୍ମୀ ବେହେରା, ସତ୍ୟଭାମା ସେନାପତି, ସତ୍ୟବ୍ରତ ସା, ଅଚ୍ୟୁତାନନ୍ଦ ସାହୁ, ପ୍ରଦୀପ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.