ଭଦ୍ରକ, ୧୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ଅପେରା ଶୋ ପ୍ରଦର୍ଶନ ଉପରେ ସାମୟିକ ରୋକ୍ ଲଗାଇଛନ୍ତି । ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ୧୩.୧.୨୫ତାରିଖରେ ପତ୍ର ସଂଖ୍ୟା ନଂ-୩୮୫ରେ ଏକ ନିର୍ଦ୍ଦେଶନାମା ଜାରି ହୋଇଛି । ଏହି ନିର୍ଦ୍ଦେଶାନାମା ଅନୁଯାୟୀ, ଜିଲ୍ଲା ଜୁଡିସିଆଲ ବିଭାଗ ପକ୍ଷରୁ ଗତ ୧୮ରୁ ଆସନ୍ତା ମାର୍ଚ୍ଚ ୨୭ତାରିଖ ଯାଏଁ ଜିଲ୍ଳାର ଉଭୟ ଗ୍ରାମାଚଂଳ ଓ ସହରାଚଂଳରେ କୌଣସି ଅପରୋ ବା ଯାତ୍ରା ପ୍ରଦର୍ଶନ ପାଇଁ ଅନୁମତି ଦିଆଯାଉନି । ଏହାର ବ୍ୟତିକ୍ରମ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡେପୁଟି କଲେକ୍ଟର ଜୁଡିସିଆଲ କାର୍ତିକ ନାଥ ମଣ୍ଡଳ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ପ୍ରଶାସନର ଏଭଳି କଟକଣାକୁ ନେଇ ବିଭିନ୍ନ ପୂଜା କମିଟି ଚିନ୍ତାରେ ପଡିଛନ୍ତି । ଦଳ ଦଳ ହୋଇ ସେମାନେ ଜିଲ୍ଲାପାଳଙ୍କୁ ଭେଟି ଯାତ୍ରା ଶୋ ପାଇଁ ସେମାନେ ପୂର୍ବରୁ ଆଡାଭାନ୍ସ ଦେଇଥିବାର ଏଦିଗରେ କିଛିଟା କୋହଳ କରିବାକୁ ନିବେଦନ କରିଛନ୍ତି । ତେବେ ଜିଲ୍ଳାପାଳ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନରେ ଦୁଇଟି ଗୁରୁତ୍ୱପୂର୍ଣ୍ର ପରୀକ୍ଷା ନେଇ ନିଜ ଜିଦରେ ଅଟଳ ରହିଥିବା ଜଣାଯାଇଛି । ଏଭଳି ପରିସ୍ଥିତିରେ ଜିଲ୍ଲାପାଳ ଶ୍ରୀ ରାଉତରାଏ ଆଜି ଗଣମାଧ୍ୟମ ଜରିଆରେ ସମାୟିକ ଭାବେ ଯାତ୍ରା ଶୋ’ ପ୍ରଦର୍ଶନ ବନ୍ଦ କରିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି ।
Home ଜିଲ୍ଲା ପରିକ୍ରମା ମାଟ୍ରିକ ଓ ଯୁକ୍ତଦୁଇ ପରୀକ୍ଷା ଲାଗି ମାର୍ଚ୍ଚ ୨୭ତାରିଖ ଯାଏଁ ଜିଲ୍ଲାରେ ଯାତ୍ରା ଶୋ ବନ୍ଦ...