Home ଜିଲ୍ଲା ପରିକ୍ରମା ମାଟ୍ରିକ୍ ପରୀକ୍ଷା ଫଳ, ଗ୍ରାମାଂଚଳ ଅପେକ୍ଷା ସହରାଂଚଳ ହାଇସ୍କୁଲ ଗୁଡିକର ପରୀକ୍ଷା ଫଳ ନୈରାଶ୍ୟ ଜନକ,...

ମାଟ୍ରିକ୍ ପରୀକ୍ଷା ଫଳ, ଗ୍ରାମାଂଚଳ ଅପେକ୍ଷା ସହରାଂଚଳ ହାଇସ୍କୁଲ ଗୁଡିକର ପରୀକ୍ଷା ଫଳ ନୈରାଶ୍ୟ ଜନକ, ସରକାରୀ ହାଇସ୍କୁଲରେ ଏ-୧ ଶୂନ

10

ଭଦ୍ରକ, ୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଦା ରାୟ) – ଚଳିତ ବର୍ଷ ମେଟ୍ରିକ ପରୀକ୍ଷାରେ ଗ୍ରାମାଂଚଳ ଅପେକ୍ଷା ଭଦ୍ରକ ସହରାଂଚଳର ହାଇସ୍କୁଲ ଗୁଡିକର ପରୀକ୍ଷା ଫଳ ନୈରାଶ୍ୟ ଜନକ ହୋଇଛି।ଚିନ୍ତାର ବିଷୟ ଏହିଁଯେ ଭଦ୍ରକ ସହରାଂଚଳରେ ଥିବା ବହୁ ପୁରାତନ ହାଇସ୍କୁଲ ଗୁଡିକର ମେଟ୍ରିକ ପରୀକ୍ଷା ଫଳ ଅତ୍ୟନ୍ତ ନୈରାଶ୍ୟ ଜନକ ହୋଇଛି।ଏହି ଜିଲ୍ଲାର ଚାନ୍ଦବାଲି, ତିହିଡି, ବାସୁଦେବପୁର, ଘେଂଟଶ୍ୱର, ପୀରହାଟ ଆଦି ଅଂଚଳରେ ଥିବା ହାଇସ୍କୁଲ ଗୁଡିକର ବହୁ ଛାତ୍ର ଛାତ୍ରୀ ଏ ୧ ଗ୍ରେଡ଼ ହାସଲ କରିଥିବା ବେଳେ ଭଦ୍ରକ ସଦର ମହକୁମାରେ ଥିବା ସରକାରୀ ଜିଲ୍ଲା ସ୍କୁଲ, ବାଗୁରାଇ ହାଇସ୍କୁଲ, ଏନ ସି ହାଇସ୍କୁଲ, ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଗୁଡିକରେ ଏଥର ଜଣେ ହେଲେ ବି ପରୀକ୍ଷାର୍ଥୀ ଏ ୧ ହାସଲ କରିପାରିନାହାଁନ୍ତି। ଏପରିକି ୧୮୮୨ମସିହାରୁ ପ୍ରତିଷ୍ଠିତ ଜିଲ୍ଲାର ଗର୍ବ ଓ ଗୌରବ ଜିଲ୍ଲା ସ୍କୁଲ ରେ ଏ ୧ କେହି ପାଇନାହାଁନ୍ତି। ଏହାଛଡା ସହରର ମଧ୍ୟ ସ୍ଥଳରେ ଥିବା ମଞ୍ଜୁଳା ମଞ୍ଜରୀ ଶିଶୁ ବିଦ୍ୟାମନ୍ଦିର, ନୂଆ ବଜାର ବିଗତ ବର୍ଷ ମାନଙ୍କରେ କ୍ରମାଗତ ଭାବେ ଜିଲ୍ଲା ଟପ୍ପର ହୋଇଆସିଥିବା ବେଳେ ଚଳିତ ବର୍ଷ ପରୀକ୍ଷାରେ ଆଶାନୁରୂପ ସଫଳତା ହାସଲ କରିନାହିଁ। ଏଥର ୫୭୭ ମାର୍କ ରଖି ଜିଲାର ଟପ୍ପର ହୋଇଥିବା ସ୍ୱୟଂପ୍ରଭା ନାୟକ ଚାନ୍ଦବାଲି ବ୍ଲକ୍‌ର ଶିବଦୁର୍ଗା ହାଇସ୍କୁଲ, ପାଂଚପଡାର ଛାତ୍ରୀ। ଅନ୍ୟପକ୍ଷରେ ସରକାରୀ ଜିଲା ସ୍କୁଲର ଚଳିତବର୍ଷ ୧୫୬ ଜଣ ପରୀକ୍ଷା ଦେଇଥିଲେ। ଏହାମଧ୍ୟରୁ ଜଣେ ହେଲେ ଏ୧ ହାସଲ କରିନାହାଁନ୍ତି। ଏ-୨ ରେ ୯ଜଣ, ବି-୧ ରେ ୧୬ ଜଣ, ବି-୨ ରେ ୩୦ ଜଣ, ସି ରେ ୫୩, ଡି ରେ ୪୦, ଇ ରେ ୭। ସେହିପରି ସହରାଂଚଳର ଅନ୍ୟତମ ପୁରାତନ ସରକାରୀ ବାଗୁରାଇ ହାଇସ୍କୁଲରେ ୧୨୭ ଜଣ ପରୀକ୍ଷା ଦେଇଥିବାବେଳେ ୧୧୯ ଜଣ ପାସ୍ କରିଛନ୍ତି। ଏ-୧ କେହି ପାଇନାହାଁନ୍ତି। ଏ-୨ ରେ ୬ ଜଣ, ବି-୧ ରେ ୫ ଜଣ, ବି-୨ ରେ ୨୦, ସି ରେ ୪୦, ଡି ରେ ୩୯, ଇ ରେ ୭। ସରକାରୀ ନାରାୟଣ ଚନ୍ଦ୍ର ହାଇସ୍କୁଲରେ ୨୨୬ ଜଣ ପରୀକ୍ଷା ଦେଇଥିଲେ। ୨୧୭ ଜଣ ପାସ୍ କରିଥିବାବେଳେ ଏ-୧ କେହି ହାସଲ କରିନାହାଁନ୍ତି। ଏ-୨ ରେ ୨ ଜଣ, ବି-୧ ରେ ୨ ଜଣ, ବି-୨ ରେ ୧୪ ଜଣ, ସି ରେ ୪୬, ଡି ରେ ୧୦୪, ଇ ରେ ୪୯। ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଏଥର ୧୩୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୨୭ ଜଣ ପାସ୍ କରିଛନ୍ତି। ହେଲେ ଏ-୧ କେହି ପାଇନାହାଁନ୍ତି। ଏ-୨ ରେ ଜଣେ, ବି-୧ ରେ ୭ ଜଣ, ବି-୨ ରେ ୩୫, ସି ରେ ୩୪, ଡି ରେ ୩୮, ଇ ରେ ୧୨। ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ଏହାର କାରଣ ସଂପର୍କରେ ପଚରାଯିବାରୁ ବିଦ୍ୟାଳୟ ଗୁଡିକରେ ଶିକ୍ଷକ ଅଭାବ ସାଙ୍ଗକୁ ପାଠପଢା ବ୍ୟତୀତ ଅନ୍ୟାନ୍ୟ ସରକାରୀ କାର୍ଯ୍ୟରେ ନିୟୋଜିତ କରାଯାଉଥିବାରୁ ନିୟମିତ ପାଠପଢା ବ୍ୟାହତ ହୋଇଛି। ତାହାଛଡା ଏହି ବିଦ୍ୟାଳୟ ଗୁଡିକରେ ବିକଳ୍ପ ଭାବରେ କେନ୍ଦ୍ରୀୟ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟ ସହରାଂଚଳ ପାଖରେ ଥିବାରୁ ଛାତ୍ର ଅଭିଭାବକ ସେଠାରେ ପାଠ ପଢିବାକୁ ଅଧିକ ପସନ୍ଦ କରୁଛନ୍ତି । ଫଳରେ ସହରାଂଚଳ ସରକାରୀ ବିଦ୍ୟାଳୟ ଗୁଡିକରେ ମେଧାବୀ ଛାତ୍ରମାନଙ୍କ ଅଭିଭାବକ ନାମ ଲେଖାଇବାକୁ କୁଣ୍ଠବୋଧ ପ୍ରକାଶ କରୁଛନ୍ତି। ସରକାରୀ ବିଦ୍ୟାଳୟ ଗୁଡିକ ୫-ଟି ଅଧୀନରେ ଭିତିଭୂମି, ଶିକ୍ଷାଦାନ ବ୍ୟବସ୍ଥାର ଉନ୍ନତିକରଣ ହୋଇଥିବାବେଳେ ଚଳିତବର୍ଷର ପରୀକ୍ଷା ଫଳ ବହୁ ଆରମ୍ଭେ ଲଘୁକ୍ରିୟାରେ ପରିଣତ ହୋଇଛି। ସହରାଂଚଳରେ ଥିବା ସରକାରୀ ହାଇସ୍କୁଲ ଗୁଡିକର ପରୀକ୍ଷାଫଳ ଭଲ ନହେବା ସଂପର୍କରେ ଜିଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ କୁହନ୍ତି ଗ୍ରାମାଂଚଳ ବିଦ୍ୟାଳୟ ଗୁଡିକରେ ବିଦ୍ୟାଳୟ ଓ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ସହ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ସବୁବେଳେ ପାଇଁ ଯୋଗାଯୋଗ ରକ୍ଷା କରୁଥିବାବେଳେ ସହରାଂଚଳ ହାଇସ୍କୁଲ ଗୁଡିକରେ ଏହାର ବ୍ୟତିକ୍ରମ ଦେଖାଯାଇଥାଏ। ଏହାବ୍ୟତୀତ ପିଲାମାନଙ୍କ ପାଠପଢା ପ୍ରତି ଅଭିଭାବକ ମାନେ ବେଶ୍ ଯତ୍ନବାନ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.