Home ଓଡ଼ିଶା ମାଟୋଆ ନିର୍ବାଚନ, ସନାତନଙ୍କ ୫ ସମର୍ଥକ ଦାଖଲ କଲେ ପ୍ରାର୍ଥୀ ପତ୍ର

ମାଟୋଆ ନିର୍ବାଚନ, ସନାତନଙ୍କ ୫ ସମର୍ଥକ ଦାଖଲ କଲେ ପ୍ରାର୍ଥୀ ପତ୍ର

117

ଯୋଡା, ୩୧/୧୦ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ମାଇନିଙ୍ଗ ଏରିଆ ଟ୍ରକ ୱନର ଆସୋସିଏସନ୍ (ମାଟୋଆ) ର ନିର୍ବାଚନ ଦିନକୁ ଦିନ ସରଗରମ ହେବାରେ ଲାଗିଛି। ପୂର୍ବତନ ବିଧାୟକ ସନାତନ ମହାକୁଡ ଏବଂ ତାଙ୍କର ବ୍ୟବସାୟୀଙ୍କ ପ୍ରତିଦ୍ୱନ୍ଦୀ ସଞ୍ଜୟ ବାରିକ୍ ଉଭୟ ନିଜ ନିଜର ସ୍ୱତନ୍ତ୍ର ପ୍ରାର୍ଥୀ ଦେଉଥିବାରୁ ଏହି ନିର୍ବାଚନ ରୋଚକ ମୋଡରେ ପହଞ୍ଚିଛି। ପୂର୍ବରୁ ଏହି ସଂଘରେ ସନାତନଙ୍କ ସମର୍ଥକମାନେ ବିଭିନ୍ନ ପଦ ପଦବୀରେ ରହିଥିବା ବେଳେ ତାଙ୍କର ପ୍ରତିଦ୍ୱନ୍ଦୀ ସଞ୍ଜୟଙ୍କ ସମର୍ଥôତ ପ୍ରାର୍ଥୀମାନେ ମାଟୋଆ ଦଖଲ କରିବା ପାଇଁ ଜୋରଦାର ଅଣ୍ଟା ଭିଡି ଥିବା ଦେଖିବାକୁ ମିଳିଛି। ବୁଧବାର ଦିନ ସଞ୍ଜୟଙ୍କର ୫ଜଣ ପ୍ରାର୍ଥୀ ଏକ ବିରାଟ ପଟୁଆରରେ ଯାଇ ମାଟୋଆ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଗୁରୁବାର ଦିନ ସନାତନଙ୍କ ୫ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି। ଯୋଡା ବଜାରସ୍ଥିତ ଲକ୍ଷ୍ମୀ ମନ୍ଦିର ନିକଟରୁ ଏକ ପଟୁଆରରେ ବାହାରି ସନାତନଙ୍କ ସମର୍ଥକମାନେ ମାଟୋଆ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସଭାପତି ପଦବୀ ପାଇଁ ଚତୁର୍ଭୁଜ ପଲେଇ, ଉପସଭାପତି ପଦ ପାଇଁ ରାଜେନ୍ଦ୍ର ବାରିକ୍, ସମ୍ପାଦକ ଭାବ ସତ୍ୟପ୍ରୀୟ ବାରିକ୍, ଯୁଗ୍ମ ସମ୍ପାଦକ ଭାବେ ଅଜୟ ସିହ୍ନା ଏବଂ କୋଷାଧ୍ୟକ୍ଷ ଭାବେ ସୁରେଶ ଚନ୍ଦ୍ର ଗିରି ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି। ପୂର୍ବକର୍ମକର୍ତ୍ତାମାନେ ଜଣେ ରାଜନେତାଙ୍କ ପ୍ରରୋଚନାରେ ଖଣି ଗୁଡିକରେ ଯୋରଜବରଦସ୍ତ ହାଇୱା ଚଳାଇ ଡମ୍ପର ମାଲିକଙ୍କ କାର୍ଯ୍ୟ ସଙ୍କୋଚିତ କରିବାକୁ ପ୍ରୟାସ କରିଥିବା ବେଳେ ଏ ନେଇ ଡମ୍ପର ମାଲିକଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ଦେଖାଦେଇଥିଲା। ତେବେ ଡମ୍ପର ମାଲିକଙ୍କ ସଂଘ ବଦ୍ଧ ବିରୋଧ ଫଳରେ ଏହାର ରୋକାଯାଇପାରିଥିଲା। ଆସନ୍ତା ନଭେମ୍ବର ୯ ତାରିଖ ନିର୍ବାଚନ ହେବାକୁ ଥିବା ବେଳେ ୯ ତାରିଖ ଅପରାହ୍ନ ୫ଟା ସୁଦ୍ଧା ଭୋଟ ଗଣତି ହୋଇ ଫଳାଫଳ ଘୋଷଣା କରାଯିବ। ଏହି ନିର୍ବାଚନର ଫଳାଫଳ ଶହ ଶହ ଡମ୍ପର ମାଲିକଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଥିବାରୁ ଫଳାଫଲକୁ ନେଇ ଯୋଡା ସହରରେ ଉତ୍ସୁକତା ଦେଖାଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.