Home ଜିଲ୍ଲା ପରିକ୍ରମା ମାଟିର ବାସ୍ନା ସାହିତ୍ୟ ସଂସଦର ଦ୍ୱିତୀୟ ବାର୍ଷିକ ରାଜ୍ୟସ୍ତରୀୟ ସ୍ୱନକ୍ଷତ୍ର ଦିବସ ପାଳିତ

ମାଟିର ବାସ୍ନା ସାହିତ୍ୟ ସଂସଦର ଦ୍ୱିତୀୟ ବାର୍ଷିକ ରାଜ୍ୟସ୍ତରୀୟ ସ୍ୱନକ୍ଷତ୍ର ଦିବସ ପାଳିତ

12

ଭଦ୍ରକ, ୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମାଟିର ବାସ୍ନା ସାହିତ୍ୟ ସଂସଦ ବାସୁଦେବପୁର ଭଦ୍ରକ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ଲେଖକ ମହୋତ୍ସବ ଭଦ୍ରକ ଶହୀଦ ସ୍ମୃତି ଭବନ ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରାୟ ୧୫୦ ରୁ ଉର୍ଦ୍ଧ୍ୱ କବି କବୟିତ୍ରୀ ଓ ସାମ୍ବାଦିକ,ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ପ୍ରଥମ ଅଧିବେଶନରେ ସଭାପତି ରାଖାଲ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଅତିଥି ଭରତ ଚନ୍ଦ୍ର ଦାଶ ପ୍ରାକ୍ତନ ସଦସ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ଭୁବନେଶ୍ୱର ,ମୁଖ୍ୟବକ୍ତା ଡ଼ ରମାକାନ୍ତ ନାୟକ ପ୍ରାକ୍ତନ ଅଧ୍ୟାପକ ବାଲି ଖଣ୍ଡ କଲେଜ , ବାଲେଶ୍ୱର , ବିଶିଷ୍ଟ ବକ୍ତା ଶିକ୍ଷାବିତ୍ ବିଷ୍ଣୁମୋହନ ନାୟକ ବାସୁଦେବପୁର, ସମ୍ମାନ୍ନିତ ବକ୍ତା ସୁରେଶ ଚନ୍ଦ୍ର ରଥ ଖୋର୍ଦ୍ଧା ସ୍ୱତନ୍ତ୍ର ଅତିଥି କବି ଉମେଶ ଚନ୍ଦ୍ର ମହାପାତ୍ର ଭଦ୍ରକ,ସମ୍ମାନିତ ବକ୍ତା ଇଂ ପଦ୍ମଲୋଚନ ମାଝୀ ନୂଆପଡ଼ା ,ସମ୍ମାନ୍ନିତ ବକ୍ତା ଶିକ୍ଷକ ପ୍ରଶିକ୍ଷକ କଳିଙ୍ଗ ସାହୁ ପାହିମହୁରା , ସମ୍ମାନ୍ନିତ ବକ୍ତା ବୈଲୋଚନ ସାହୁ ସାମ୍ବାଦିକ ସମାଜ ପ୍ରମୁଖ ଉପସ୍ଥିତ ରହି ଶିଶୁ ସାହିତ୍ୟର ସୃଜନ ଉପରେ ଆଧାରିତ ବିଭିନ୍ନ କବିତା ଓ ଗଳ୍ପର ରଚୟିତା ମାନଙ୍କ ଉପରେ ଆଲୋଚନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.