Home ଜିଲ୍ଲା ପରିକ୍ରମା ମାଛ ବଦଳରେ ଜାଲରେ ପଡିଲା ହିଂସ୍ର କୁମ୍ଭୀର

ମାଛ ବଦଳରେ ଜାଲରେ ପଡିଲା ହିଂସ୍ର କୁମ୍ଭୀର

19

ଭଦ୍ରକ, ୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଆରଡି ନିକଟସ୍ଥ ନାନ୍ଦପୁର ଗାଁ ଦେଇ ପ୍ରବାହିତ ହେଉଥିବା ସାଳନ୍ଦୀ ନଦୀର ଶାଖା ହଂସଦିଆ ନଦୀରେ ଜଣେ ଧୀବର ମାଛ ଧରିବା ପାଇଁ ଜାଲ ଟାଣୁଥିବାବେଳେ ଏକ ୪ ଫୁଟ୍ ଲମ୍ବର ହିଂସ୍ର କୁମ୍ଭୀର ଜାଲ ଫାଶରେ ପଡିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ତେବେ ବଡ ମାଛ ଭାବି ଡଙ୍ଗା ଦ୍ୱାରା ଧୀବର ଜଣକ ନଦୀ କୂଳକୁ ଜାଲ ଆଣିବା ପରେ ହିଂସ୍ର କୁମ୍ଭୀରଟି ସେଥିରେ ଫଶି ରହିବାର ଦେଖି ଭୟରେ ଡଙ୍ଗା ଓ ଜାଲ ଛାଡି ଦୌଡି ପଳାଇଥିଲା । ପରେ ଗ୍ରାମବାସୀମାନେ କୁମ୍ଭୀରଟିକୁ ଉଦ୍ଧାର କରି ଆରଡି ପୁଲିସ୍ ଫାଣ୍ଡି ଓ ଧାମନଗର ବନଖଣ୍ଡ ବିଭାଗକୁ ଖବର ଦେବା ପରେ ବନଖଣ୍ଡ ଅଧିକାରୀ କୁମ୍ଭୀରଟିକୁ ନେଇ ଅନ୍ୟତ୍ର ଛାଡିଥିବାର ଜଣାପଡିଛି । ତେବେ ଏଭଳି ହିଂସ୍ର କୁମ୍ଭୀରକୁ ନେଇ ଗ୍ରାମବାସୀମାନେ ଭୟଭୀତ ହୋଇପଡିଛନ୍ତି । ଏଠାରେ ସୂଚନାଯୋଗ୍ୟ ଏହି ନଦୀରେ ସ୍ଥାନୀୟ ଅଂଚଳର ଲୋକମାନେ ଗାଧୋଇବା ସହ ଘରର ନିତ୍ୟ ବ୍ୟବହାର ପାଣି ପାଇଁ ନିର୍ଭର କରିଥାନ୍ତି । ଏବେ ହିଂସ୍ର କୁମ୍ଭୀର ଦେଖାଦେବା ପରେ ଗାଁ ଲୋକେ ଆତଙ୍କିତ ହୋଇପଡିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.