Home ଜିଲ୍ଲା ପରିକ୍ରମା ମାଛ ପୋଖରୀରେ ବିଷ ପ୍ରୟୋଗ ଅଭିଯୋଗ ଏସଏଚଜି ମହିଳାଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି

ମାଛ ପୋଖରୀରେ ବିଷ ପ୍ରୟୋଗ ଅଭିଯୋଗ ଏସଏଚଜି ମହିଳାଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି

113

ବାଲେଶ୍ୱର, ୨୪ା୯ (ଓଡ଼ିଆ ପୁଅ/ଅଭୟ ଦାସ) : ପୂର୍ବ ଶତ୍ରୁତାରୁ ଗ୍ରାମ ପଞ୍ଚାୟତରୁ ଲିଜ୍ ନେଇଥିବା ଏକ ପୋଖରୀରେ ବିଷ ପକାଇ ଲକ୍ଷାଧିକ ଟଙ୍କାର ମାଛ ମାରି ନଷ୍ଟ କରି ଦେଇଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଖନ୍ତାପଡ଼ା ଅଞ୍ଚଳର ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳାମାନେ ଆଜି ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି।ମହିଳାମାନଙ୍କ ଅଭିଯୋଗ ଅନୁସାରେ ରେମୁଣା ବ୍ଲକ ଅନ୍ତର୍ଗତ ଓସଙ୍ଗ ଗ୍ରାମର ରେଷୁଆ ପୋଖରୀକୁ ବରିପଦା ପଞ୍ଚାୟତଠାରୁ ୩ ବର୍ଷ ପାଇଁ ୫ଗୋଟି ଏସଏଚଜି ଲିଜ୍‌ରେ ନେଇଥିଲେ। ମାଆ ସରସ୍ୱତୀ ସ୍ୱୟଂ ସହାୟିକା ଗୋଷ୍ଠୀ ନାମରେ ଏହି ପୋଖରୀ ଲିଜ୍ ନିଆଯାଇଥିଲେ ବି ମା ବନଦୁର୍ଗା ଏସଏଚଜି, ସାଇନାଥ ଏସଏଚଜି, ମାଆ ଅନ୍ଧାରୀ ମଙ୍ଗଳା ଏସଏଚଜି ଓ ମହାଲକ୍ଷ୍ମୀ ଏସଏଚଜି ପ୍ରଭୃତି ୫ ଗୋଟି ସ୍ୱୟ ସହାୟିକା ଗୋଷ୍ଠୀ ମିଳିତ ଭାବେ ଅର୍ଥ ଖର୍ଚ୍ଚ ସହ ଏହି ପୋଖରୀରେ ମାଛଚାଷ କରିଥିଲେ। ଏନେଇ ସେମାନେ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କାର ଋଣ ମଧ୍ୟ ଆଣିଥିଲେ। ଗତ ୧୮ ତାରିଖ ଦିନ ସରସ୍ୱତୀ ଏସଏଚଜିର ସମ୍ପାଦିକା ରବୀନ୍ଦ୍ର ମଳିକଙ୍କ ପତ୍ନୀ ଝୁନି ମଳିକଙ୍କ ସହ ସେହି ଗ୍ରାମର ସୁରେନ୍ଦ୍ର ମଳିକଙ୍କ ପୁତ୍ର ଜୟନ୍ତ ମଳିକ ଓ ଛଚିନ୍ଦ୍ର ମଳିକଙ୍କ ପୁତ୍ର ମହେନ୍ଦ୍ର ମଳିକଙ୍କର ଝଗଡ଼ାଝାଣ୍ଟି ହୋଇଥିଲା। ଗଣ୍ଡୋଗଳ ସମୟରେ ସେମାନେ ପୋଖରୀରେ ବିଷ ପକାଇବା ନେଇ ଧମକ ମଧ୍ୟ ଦେଇଥିଲେ ଏବଂ ସେହି ରାତିରେ ବିଷ ପ୍ରୟୋଗ ଯୋଗୁଁ ପୋଖରୀରେ ସବୁ ମାଛ ମରି ଭାସିଥିବା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟ ପୂର୍ବ ଶତ୍ରୁତାରୁ ମହେନ୍ଦ୍ର ଓ ଜୟନ୍ତ କରିଥିବା ନେଇ ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳାମାନେ ଆରୋପ ଉଠାଇଛନ୍ତି। ତେବେ ଏନେଇ ଏସଏଚଜି ମହିଳାମାନେ ସ୍ଥାନୀୟ ସରପଞ୍ଚ ଓ ଖନ୍ତାପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ ବି କେହି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଶେଷରେ ସେମାନେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କଠାରେ ଆପତ୍ତି ଜଣାଇଛନ୍ତି। ଏହି ଘଟଣାର ତଦନ୍ତ ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେମାନେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତିଚ ଦାବିପତ୍ର ପ୍ରଦାନ ବେଳେ ମାଆ ସରସ୍ୱତୀ ଏସଏଚଜି ସମ୍ପାଦିକା ଝୁନି ମଳିକଙ୍କ ସମେତ ରମଣୀ ମଳିକ, ଜୟନ୍ତୀ ମଳିକ, ସୁଲୋଚନା ମଳିକ, ଶନ୍ତିଲତା ମଳିକ, ସୁମିତ୍ରା ମଳିକ, କାଞ୍ଚନ ମଳିକ, ମଧୁସ୍ମିତା ମଳିକ ପ୍ରମୁଖ ଅନ୍ୟାନ୍ୟ ସ୍ୱୟଂ ସାହିକା ଗୋଷ୍ଠୀର କର୍ମକର୍ତ୍ତା ଓ ସଦସ୍ୟାମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.