Home ଜିଲ୍ଲା ପରିକ୍ରମା ମାଛ ଗୋଟିକର ଦାମ୍ ବୁଲେଟ ଗାଡି ଠାରୁ ଅଧିକ

ମାଛ ଗୋଟିକର ଦାମ୍ ବୁଲେଟ ଗାଡି ଠାରୁ ଅଧିକ

24

ଭଦ୍ରକ, ୧୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମାଛ ଗୋଟିକର ଦାମ ଦୁଇଗୋଟି ରୟାଲ ଏନଫିଲ୍ଡ କ୍ଲାସିକ୍ ୩୫୦ ଦାମ ଠାରୁ ଅଧିକ। କଥାଟା ଟିକେ ଅବିଶ୍ୱନିୟ ଲାଗୁଥିଲେ ମଧ୍ୟ କଥାଟି ସତ। ଏଭଳି ଖବର ଆସିଛି ଧାମରା ମୁହାଣରୁ। ଗଭୀର ସମୁନ୍ଦ୍ରରୁ ଧୀବର ମାନେ ତେଲିଆ ପ୍ରଜାତିର ଦୁଇଗୋଟି ମାଛ ଧରିଛନ୍ତି। ଗୋଟିଏ ମାଛ ୨୧କେଜି ହୋଇଥିବା ବେଳେ ତାହା କେଜି ପ୍ରତି ଟ ୭,୫୦୦ ଙ୍କାରେ ମୋଟ ୧ ଲକ୍ଷ ୫୭ ହଜାର ୫ ଶହ ଟଙ୍କାରେ ଏବଂ ଅନ୍ୟଟି ୩୧ କେଜି ୬୦୦ ଗ୍ରାମ ମାଛକୁ କେଜି ପ୍ରତି ୧୪ ହଜାର ୬ଶହ ଟଙ୍କାରେ ମୋଟ ୪ଲକ୍ଷ ୫୨ ହଜାର ୬ ଶହ ଟଙ୍କାରେ ବିକ୍ରି ହୋଇଛି। ଗଭୀର ସମୁଦ୍ରରୁ ଧରିବା ପରେ ଏହି ମାଛକୁ ଧାମରା ଚନ୍ଦିନୀ ପାଳ ସ୍ଥିତ କଂଟାରେ ଓଜନ କରାଯାଇଛି। ଏବଂ ମାଛକୁ ବିଭିନ୍ନ ନିଲାମ ଧାରୀ ଔଷଧ କମ୍ପାନୀକୁ ଯୋଗାଯୋଗ କରି ଏହି ମାଛକୁ ନିଲାମ ଧରିଛନ୍ତି । କେଜି ପ୍ରତି ଏକ ହଜାର ରୁ ଆରମ୍ଭ ହୋଇ କେଜି ପ୍ରତି ୧୪୬୦୦ ଟଙ୍କାରେ ବିକ୍ରୀହୋଇଛି। ମାଛ ର ଓଜନ ୩୧ କେଜି ଥିବା ବେଳେ ଏହାକୁ ୪ଲକ୍ଷ ୫୨ ହଜାର ୬ ଶହ ଟଙ୍କାରେ ବିକ୍ରି କରାଯାଇଛି। ଯାହାର ମୂଲ୍ୟ ଦୁଇଗୋଟି ବୁଲେଟ ଗାଡି ଠାରୁ ଅଧିକ ଦାମ। ଯାହାକୁ ନେଇ ଚର୍ଚ୍ଚା ବିଷୟ ପାଲଟିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.