Home ଜିଲ୍ଲା ପରିକ୍ରମା ମାକ୍ରୋୱେବ ଟେକ୍ନୋଲୋଜିର ନିର୍ଦ୍ଦେଶିକା ନମ୍ରତା ରାୟ ଶ୍ରେଷ୍ଠ ମହିଳା ଉଦ୍ୟୋଗୀ ଭାବେ ସମ୍ମାନିତ

ମାକ୍ରୋୱେବ ଟେକ୍ନୋଲୋଜିର ନିର୍ଦ୍ଦେଶିକା ନମ୍ରତା ରାୟ ଶ୍ରେଷ୍ଠ ମହିଳା ଉଦ୍ୟୋଗୀ ଭାବେ ସମ୍ମାନିତ

11

ଭଦ୍ରକ, ୧୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶା ଆସେମ୍ବେଲି ଅଫ ସ୍ମ୍ମଲ ଆଣ୍ଡ ମିଡ଼ିଅମ ଏେଂଟର ପ୍ରାଇଜେସ (ଓସମେ) ର ୪୦ ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଉତ୍ପାଦନ ଏବଂ ସେବା କ୍ଷେତ୍ରରେ ଖ୍ୟାତିଲାଭ କରିଥିବା ବିଭିନ୍ନ ଶିଳ୍ପ ସଂସ୍ଥା ମାନଙ୍କୁ ଚୟନ କରାଯାଇ ପୁରସ୍କୃତ କରାଯାଇଥିଲା । ଭଦ୍ରକ ଜିଲ୍ଲା ର ଅଗ୍ରଣୀ କମ୍ପ୍ୟୁଟର ଶିକ୍ଷା ଏବଂ ସେବା ଯୋଗାଣକାରୀ ସଂସ୍ଥା ମାକ୍ରୋୱେବ ଟେକ୍ନୋଲୋଜିର ନିର୍ଦ୍ଦେଶିକା ନମ୍ରତା ରାୟ ମନୋନୟନ କମିଟି ଦ୍ୱାରା ଚୟନ ହୋଇ ସେବା କ୍ଷେତ୍ର ରେ ଶ୍ରେଷ୍ଠ ମହିଳା ଉଦ୍ୟୋଗୀ ଭାବେ ସମ୍ମାନିତ ହୋଇଥିଲେ । ଏହି ପ୍ରତିଷ୍ଠା ଦିବସରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ୱାଇଁ, ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ, ମତ୍ସ୍ୟ ସଂପଦ ଓ ପଶୁ ପାଳନ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ, ହେମନ୍ତ ଶର୍ମା, ଆଇ . ଏ. ସ, ଅତିରିକ୍ତ ମୁଖ୍ୟ ସଚିବ, ପ୍ରଶାନ୍ତ ରେଡ୍ଡୀ, ଆଇ . ଏ. ସ, ଶିଳ୍ପ ସଚିବ, ଆବୋଲି ସୁନୀଲ ନାରାବନେ, ଆଇ . ଏ. ସ, ଶିଳ୍ପ ନିର୍ଦ୍ଧଶିକା, ପି. କେ. ଗୁପ୍ତା, ଯୁଗ୍ମ ନିର୍ଦ୍ଧେଶକ, ଏମ. ଏସ. ଏମ. ଇ. ଡ଼ି. ଏଫ. ଓ ଗୌରୀ ଶଙ୍କର ଦାସ, ଅଧ୍ୟକ୍ଷ, ଓସମେ, ସାର୍ତିକ ସ୍ୱାଇଁ, ସାଧାରଣ ସଂପାଦକ, ଓସମେ ପ୍ରମୁଖ ଉପସ୍ଥିତ ହୋଇ ଶ୍ରୀମତୀ ରାୟ ଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ । ଭଦ୍ରକ ଜିଲ୍ଲା ଓସମେ ତରଫରୁ ୩୦ ରୁ ଉର୍ଦ୍ଧ ଉଦ୍ୟୋଗୀ ମାନେ ଯୋଗ ଦେଇଥିଲେ । ଓସମେ, ଭଦ୍ରକ ର ସଭାପତି ସୁରଜ କୁମାର ସାହୁ, ସଂପାଦକ ସୁଶାନ୍ତ କୁମାର ନାୟକ, କୋଷାଧ୍ୟକ୍ଷ କମଳା କାନ୍ତ ସାହୁ ଶ୍ରୀମତୀ ରାୟ ଙ୍କ ସଫଳତା ପାଇଁ ସାଧୁବାଦ ଜଣାଇଛନ୍ତି । ବିଗତ ୧୮ ବର୍ଷ ଧରି ମାକ୍ରୋୱେବ ଟେକ୍ନୋଲୋଜି ସାରା ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିରବଚ୍ଛିନ୍ନ ଭାବେ ଉତମ ସେବା ଯୋଗାଇଥିବାରୁ ବିଭିନ୍ନ ମହଲ ରୁ ଶ୍ରୀମତୀ ରାୟ ଏବଂ ପରିଚାଳନା ନିର୍ଦ୍ଧେଶକ ମନୋଜ କୁମାର ରାୟ ଙ୍କୁ ଅନେକ ବ୍ୟକ୍ତି ବିଶେଷ ଏବଂ ସଂସ୍ଥା ତରଫ ରୁ ଅଭିନନ୍ଦନ ଓ ପ୍ରଶଂସା ର ସୁଅ ଛୁଟୁଛି । ମାକ୍ରୋୱେବ ଟେକ୍ନୋଲୋଜି ତରଫ ରୁ ନମ୍ରତା ରାୟ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.