Home କୋରାପୁଟ ମାଓ ମୁକାବିଲା ସମୀକ୍ଷା- ପୁଲିସ- କେନ୍ଦ୍ରୀୟ  ସୁରକ୍ଷା ଅଧିକାରୀଙ୍କ ସମନ୍ୱୟ ବୈଠକ

ମାଓ ମୁକାବିଲା ସମୀକ୍ଷା- ପୁଲିସ- କେନ୍ଦ୍ରୀୟ  ସୁରକ୍ଷା ଅଧିକାରୀଙ୍କ ସମନ୍ୱୟ ବୈଠକ

133

କୋରାପୁଟ  ୧୯-୧୦(ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲା ପୁଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଦକ୍ଷିଣ-ପଶ୍ଚିମାଂଚଳ ରେଂଜ ଡିଆଇଜି ସଫିନ ଅହମ୍ମଦଙ୍କ  ଅଧ୍ୟକ୍ଷତାରେ  ମାଓ ମୁକାବିଲା ଓ ଆଗାମୀ ଦିନର ରଣନୀତିକୁ ନେଇ  ରାଜ୍ୟ ପୁଲିସ ଓ କେନ୍ଦ୍ରୀୟ  ସୁରକ୍ଷା ବଳ ଅଧିକାରୀ(ସେଂଟ୍ରାଲ ଫୋର୍ସ) ମଧ୍ୟରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ମୁଖ୍ୟତଃ  ଏସଡବଲ୍ୟୁଆର   ଅନ୍ତର୍ଗତ ରାୟଗଡା,କୋରାପୁଟ,ମାଲକାନଗିରି,ନବରଂଗପୁର,କଳାହାଣ୍ଡି ଓ ନୂଆପଡା ଜିଲାରେ  ମାଓ ମୁକାବିଲା ଉପରେ ଆଲୋଚନା ହୋଇଥିଲା । ରାଜ୍ୟ ପୁଲିସ ଓ  ବିଏସଏଫ ,ସିଆରପିଏଫ ଭଳି କେନ୍ଦ୍ରୀୟ  ଫୋର୍ସ  ପରସ୍ପର ମଧ୍ୟରେ ଉତମ ବୁଝାମଣାରେ ସମସ୍ତ କାର୍ଯ୍ୟକ୍ରମ କରାଯିବା ସହ ଅଂଚଳରେ ମାଓବାଦୀ ନିୟନ୍ତ୍ରଣ କରା ଯିବାକୁ ଗୁରୂତ୍ୱ ଦିଆ ଯାଇଥିବାବେଳେ ମାଓ ଉପଦୃତ ଅଂଚଳରେ   ସରକାରଙ୍କର  ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସଫଳ  ରୂପାୟନ ପାଇଁ ପୁଲିସ ଓ କେନ୍ଦ୍ରୀୟ ଯବାନ ସମ୍ପୂର୍ଣ ସହଯୋଗ କରିବାକୁ ଆଲୋଚନା ହୋଇଥିଲା । ଜନ ସାଧାରଣଙ୍କ ଧନ ଜୀବନର ସୁରକ୍ଷା ପ୍ରତି ଧ୍ୟାନ ଦିଆ ଯିବା ସହ ମାଓବାଦୀ ବିଭିନ୍ନ ସମୟରେ ବନ୍ଦ ଡାକରା ଦେଇ ଭୟଭୀତ କରୁଥିବା ଘଟଣାକୁ ପ୍ରତିହତ କରା ଯିବାକୁ ମଧ୍ୟ  ଗୁରୂତ୍ୱ ଦିଆଯାଇଥିଲା । କୌଣସି ପରିସ୍ଥିତିରେ  ଲୋକଙ୍କୁ ଭୟର ବାତାବରଣ ମଧ୍ୟରେ ରହିବାକୁ ଦିଆଯିବ ନାହିଁ ବୋଲି ଡିଆଇଜି ଗଣ ମାଧ୍ୟମକୁ  ସୂଚନା  ଦେଇଥିଲେ । ଆଜିର ଏହି ସମନ୍ୱୟ ବୈଠକରେ ବିଏସଏଫ ଡିଆଇଜି,କୋରାପୁଟ ରେଂଜ ପି.କେ.ମିଶ୍ରା,କମାଣ୍ଡାଂଟ ଶାଜନ ସିଂହ ,୧୩ ବିଏନକମାଣ୍ଡାଂଟ ଦୀପକ କୁମାର ,୧୯୫  ବିଏନ କମାଣ୍ଡାଂଟ ପି.କେ.ମନ୍ଦାତା,୨୦୨ କୋବ୍ରା କମାଣ୍ଡାଂଟ ସନ୍ତୋଷ ବଲଦେବ ସିଂହ ,ସିଆରପିଏଫ ରାୟଗଡା ୱାଇ.କେ.ରାଜପୁତ୍‌,ଏନ୍‌.କେ.ସିଂହ,ବିଏସଏଫ ନବରଂଗପୁର କମାଣ୍ଡାଂଟ ବିକ୍ରମ ଶର୍ମା, ବିଏସଏଫ ମାଲକାନଗିରି  ଡିଆଇଜି ଏସପିଏସ ସାନ୍ଧୁ,କୋରାପୁଟ ଏସପି  ମୁକେଶ କୁମାର ଭାମୁଙ୍କ ସମେତ ରାୟଗଡା,ମାଲକାନଗିରି,ନବରଂଗପୁର,କଳାହାଣ୍ଡି ଓ ନୂଆପଡା ଏସପି  ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.