Home ଓଡ଼ିଶା ମାଆଙ୍କ ମୃଣ୍ମୟୀ ପ୍ରତିମୂର୍ତ୍ତିର ଆକାର ନେଇ ସୂଚନା ଦେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ମାଆଙ୍କ ମୃଣ୍ମୟୀ ପ୍ରତିମୂର୍ତ୍ତିର ଆକାର ନେଇ ସୂଚନା ଦେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

158

କଟକ ୧୬ା୯ ( ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ମୂର୍ତ୍ତି ଉଚ୍ଚତା ଓ ମଣ୍ଡପକୁ ଆବଦ୍ଧ କରି ମାଆଙ୍କୁ ପୂଜାର୍ଚ୍ଚନା ମାମଲାର ଶୁଣାଣି ହାଇକୋର୍ଟରେ ହୋଇଛି। ଆଜି ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍, ଡଃ ଜଷ୍ଟିସ ବିଦ୍ୟୁତ ରଂଜନ ଷଡ଼ଙ୍ଗୀଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା। ପିଟିସନର ଓ ଅନ୍ୟମାନେ କହୁଛନ୍ତି ନିୟମ ଆସିଲା ବେଳକୁ ମୂର୍ତ୍ତି ନିର୍ମାଣ କାମ ଆଗେଇ ଯାଇଥିଲା। ଏସବୁକୁ ଦୃଷ୍ଟିରେ ରଖି ଯେଉଁମାନେ ଅଧିକ ଉଚ୍ଚର ମୂର୍ତ୍ତି ତିଆରି କରିଛନ୍ତି, ସେମାନେ ଆଜି ସନ୍ଧ୍ୟା ୭ଟା ସୁଦ୍ଧା ଏ ନେଇ କମିସନରେଟ ପୁଲିସକୁ ଅବଗତ କରିବେ ଏବଂ ଏହା ପରେ ପୁଲିସ ପୂଜା ମଣ୍ଡପ ଯାଇ ମୂର୍ତ୍ତିର ଉଚ୍ଚତା ଅନୁଧ୍ୟାନ କରିବେ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଏହାପରେ ଅଦାଲତ ଏଥି ପାଇଁ ଆବଶ୍ୟକ ଅନୁମତି ପ୍ରଦାନ ପ୍ରସଙ୍ଗରେ ନିଷ୍ପତ୍ତି ନେବେ। ତେବେ, ଅନ୍ୟ ସମସ୍ତ କୋବିଡ୍ ଗାଇଡଲାଇନକୁ ମଣ୍ଡପରେ କଡ଼ାକଡ଼ି ପାଳନ କରାଯିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ ଗତ ସେପ୍ଟେମ୍ବର ୧୦ ତାରିଖରେ ରାଜ୍ୟ ସରକାର କହିଥିଲେ ଯେ, ମଣ୍ଡପରେ ସର୍ବାଧିକ ମୂର୍ତ୍ତିର ଉଚ୍ଚତା ୪ ଫୁଟ ରହିବ। ଏହାକୁ ଚ୍ୟାଲେଞ୍ଜ କରି ବାଲୁବଜାର ପୂଜା କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଏହାକୁଆଉ କିଛି ପୂଜା କମିଟି ମଧ୍ୟ ସମର୍ଥନ କରି ପକ୍ଷଭୂତ ହେବା ପାଇଁ ଆବେଦନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.