ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ମହୋତ୍ସବ ମାଧ୍ୟମରେ ସମ୍ପର୍କ ଓ ନିଜ ଅଂଚର ବିକାଶ ହୋଇଥାଏ । ଭଦ୍ରକ ଜିଲ୍ଲା ହେଉଛି ତ୍ୟାଗର ମାଟି । ସମଗ୍ର ଓଡ଼ିଶା ରାଜ୍ୟରେ ଭଦ୍ରକ ଜିଲ୍ଲାର ସ୍ଥାନ ସବୁ କ୍ଷେତ୍ରରେ ସ୍ୱତନ୍ତ୍ର ରହିଛି । ଭାରତର ସ୍ୱାଧୀନତା ସଂଗ୍ରାମରେ ଏହି ମାଟିର ମଣିଷମାନେ ଯୋଗଦେଇ ଯେପରି ଅଦମ୍ୟ ସାହସ ପ୍ରଦର୍ଶନ କରି ବଳିଦାନ ଦେଇଛନ୍ତି । ସେପରି ଏହି ମାଟି ସଂସ୍କୃତି, ସାହିତ୍ୟ, ଐତିହ୍ୟର ଗୌରବ ଗୀତିକା ଗାଉଛି। ଏହି ମାଟିର ମଣିଷ ଉତ୍କଳ କେଶରୀ ହରେକୃଷ୍ଣ ମହତାବ ନୂତନ ଓଡ଼ିଶା ଗଠନରେ ଯେପରି ନେତୃତ୍ୱ ନେଇଥିଲେ ସେପରି ଏହି ମାଟିର ଅମର କବି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କାଳଜୟୀ ରଚନା ବନ୍ଦେ ଉତ୍କଳ ଜନନୀ ଆମ ରାଜ୍ୟର ଜାତୀୟ ସଂଗୀତ ହୋଇ ଆମ ମାଟିର ଅସ୍ମିତାକୁ ଉର୍ଦ୍ଧ୍ୱକୁ ତୋଳି ଧରିଛି। ଏଣୁ ଭାରତର ସ୍ୱାଧୀନତା ସଂଗ୍ରାମ ତଥା ସାଂସ୍କୃତିକ ଜାଗରଣ ଏହି ଭୂମିର ଅସ୍ମିତା ବୋଲି ସଂଜୀବ କିଆ ପ୍ରାୟୋଜିତ ଦଶମ ଭଦ୍ରକ ସାଂସ୍କୃତିକ ମହୋତ୍ସବ ଆନୁକୁଲ୍ୟରେ ଭଦ୍ରକ ସହର ଐତିହାସିକ ଗାନ୍ଧିପଡ଼ିଆଠାରେ ଦଶମ ଭଦ୍ରକ ସାଂସ୍କୃତିକ ମହୋତ୍ସବ ଉଦ୍ଘାଟନ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ମହୋତ୍ସବ କମିଟିର ସଭାପତି ରବିନାରାୟଣ ଖିଲାରଙ୍କ ପୌରୋହିତ୍ୟ ଓ ବାବା ଆଖଣ୍ଡଳମଣି କଲେଜ ଅଧ୍ୟକ୍ଷ ନିହାର ରଞ୍ଜନ କର ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହକୁ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଓ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ କୁମାର ମଲ୍ଲିକ ମିଳିତ ଭାବେ ଉଦଘାଟନ କରିଥିବା ବେଳେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ମୁଖ୍ୟବକ୍ତା, ରୋ ଅତିସ ବେହେରା, କାଉନସିର ଙ୍କ ପ୍ରତିନିଧି ସୂର୍ଯ୍ୟକାନ୍ତ ଦାସ, ରାଜେଶ ଦାସ ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇଥିଲେ।ସମ୍ପାଦକ ଆଶିଷ ଅମିତାଭ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କୋଷାଧ୍ୟକ୍ଷ ପ୍ରିୟ ଦର୍ଶନ ବୋଇତି ଅତିଥି ମାନଙ୍କୁ ମଂଚ ନିମନ୍ତ୍ରଣ କରିଥିବାବେଳେ, ସାଂସ୍କୃତିକ ସମ୍ପାଦକ ରାମନାରାୟଣ ମହାନ୍ତି ସ୍ୱାଗତ ଭାଷଣ ସହିତ ସଂଗୀତ ପରିବେଷଣ କରିଥିଲେ।ସୁଶ୍ରୀ ଅଞ୍ଜନା ମିଶ୍ର, ପ୍ରଧାନ ଶିକ୍ଷୟିତ୍ରୀ ଡ.ଜାନକୀ ପାଢ଼ୀ ଓ କବୟିତ୍ରୀ ତଥା ଶିକ୍ଷୟିତ୍ରୀ ମନୋରମା ରାୟ , କବୟିତ୍ରୀ ଚୈତାଳି ଖିଲାର, ଗୀତାଞ୍ଜଳି ଅଗସ୍ତି ପ୍ରମୁଖ ଓଡ଼ିଶା ଜାତୀୟ ସଂଗୀତ ପରିବେଷଣ କରିଥିଲେ। ପରେ ଭଦ୍ରକ ର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଜଯାଇଥିଲା। ଜାନୁଆରୀ ୨ ରୁଆରମ୍ଭ ହୋଇଥିବା ଏହି ମହୋତ୍ସବ ୧୧ ତାରିଖ ପର୍ଯ୍ୟନ୍ତ ୧୦ଦିନ ଧରି ଅନୁଷ୍ଠିତ ହେବ ବୋଲି ସଭାପତି ଶ୍ରୀ ଖିଲାର ପ୍ରକାଶ କରିଛନ୍ତି । ଉକ୍ତ ସାରସ୍ୱତ ଓ ସାଂସ୍କୃତିକ ସମାବେଶରେ ଓଡ଼ିଶା ସଂସ୍କୃତି ବିଭାଗ ଓ ଭଦ୍ରକ ଜିଲ୍ଲାର ବହୁ କଳାକାର ଅଂଶଗ୍ରହଣ କରିବେ ବୋଲି କମିଟି ର ସମ୍ପାଦକ ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି। କାର୍ଯ୍ୟକାରୀ ସଭାପତି ସୁପ୍ରଭା ପାଣି,ସଂଗଠନ ସମ୍ପାଦକ ଜଗବନ୍ଧୁ ବେହେରା, ଅପୂର୍ବ ରଞ୍ଜନ ବେହେରା,ଅଜୟ ପଣ୍ଡା, ଆବାହକ ଅବିନାଶ ପଣ୍ଡା, କ୍ଷିତୀଶ ସାମନ୍ତ,ଶୁଭଦ୍ୱୀପ ମଲ୍ଲିକ, ଓମ କାର, ସୀତାକାନ୍ତ ବିଶ୍ୱାଳ, ଜଗନ୍ନାଥ ବେହେରା ପ୍ରମୁଖ କର୍ମକର୍ତା ପରିଚାଳନା କରିଥିଲେ ।
Home ଜିଲ୍ଲା ପରିକ୍ରମା ମହୋତ୍ସବ ମାଧ୍ୟମରେ ସମ୍ପର୍କ ଓ ନିଜ ଅଂଚଳର ବିକାଶ ହୋଇଥାଏ ,ଦଶମ ଭଦ୍ରକ ସାଂସ୍କୃତିକ ମହୋତ୍ସବ...








