Home ଜିଲ୍ଲା ପରିକ୍ରମା ମହୁରା ହାଇସ୍କୁଲରେ ଜିଲ୍ଲାସ୍ତରୀୟ ଦକ୍ଷତା ବିକାଶ ତାଲିମ ଉଦଯାପିତ

ମହୁରା ହାଇସ୍କୁଲରେ ଜିଲ୍ଲାସ୍ତରୀୟ ଦକ୍ଷତା ବିକାଶ ତାଲିମ ଉଦଯାପିତ

13

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ମହୁରା ଉନ୍ନିତ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ୫ ଦିନିଆ ଜିଲ୍ଲାସ୍ତରୀୟ ଦକ୍ଷତା ବିକାଶ ତାଲିମ ଶିବିର ବୁଧବାର ୁଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢୀ ଓ ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ମହାରଣା ଶବିରରେ ଯୋଗଦେଇ ଶିବିରାର୍ଥୀଙ୍କୁ ପ୍ରମାଣପତ୍ର ଓ ୫ଟି ବୈଷୟୀକ ପୁସ୍ତକ ପ୍ରଦାନ କରିଥିଲେ । ଓକରା ଉଚ୍ଚବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ପୂର୍ଣ୍ଣର୍ିମା ଦାଶ, ପ୍ରଧାନଶିକ୍ଷକ ଅଜୟ କୁମାର ନନ୍ଦ, କମ୍ପୁଟର ପ୍ଲାନିଂ ସଂଯୋଜକ ଆଲୋକ କୁମାର ବିଶ୍ୱାଳ ଓ ବସନ୍ତ କୁମାର ସାହୁ ଶିବିରରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକର ୩୬ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଏହି ଶିବିରରେ ତାଲିମ ଗ୍ରହଣ କରିଥିଲେ । ଶିକ୍ଷୟତ୍ରୀ ଲିପିରେଖା ବେହେରା ତାଲିମ ଅନୁଭୁତି ଉଚ୍ଚକୋଟୀର ବୋଲି ମତରଖିଥିଲେ । ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.