Home ଜିଲ୍ଲା ପରିକ୍ରମା ମହୀୟସୀ ନନ୍ଦିନୀ ଦେବୀ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରିଣୀ

ମହୀୟସୀ ନନ୍ଦିନୀ ଦେବୀ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରିଣୀ

129

ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଧରିତ୍ରୀ ଜିଲା କାର୍ଯ୍ୟାଳୟ ପରିସରରେ ନନ୍ଦିନୀ ଦେବୀଙ୍କ ୮୯ତମ ଜୟନ୍ତୀ ପାଳିତ ହୋଇଯାଇଛି । କରୋନା କଟକଣା କାରଣରୁ ନନ୍ଦିନୀ ଦେବୀଙ୍କ ଫଟୋଚିତ୍ରରେ କେବଳ ମାଲ୍ୟାର୍ପଣ କରାଯାଇଥିଲା । ବିଧାୟକ ସଂଜୀବ କୁମାର ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ବହୁମୁଖୀ ପ୍ରତିଭାଙ୍କ ରାଜନୈତିକ ଦକ୍ଷତା ସଂପର୍କରେ ମନେ ପକାଇଥିଲେ । ଅନ୍ୟତମ ଅତିଥି ଭାବେ ସାଂସଦ ମଂଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଯୋଗଦେଇ ସାହିତ୍ୟ ଓ ରାଜନୀତି କ୍ଷେତ୍ରରେ ନନ୍ଦିନୀ ଦେବୀଙ୍କ ଭୂମିକା ଅତୁଳନୀୟ ବୋଲି ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇନ୍‌ଜୀବୀ ଗଦାଧର ବଳ, ରୋଟାରିଆନ୍ ଅତିଶ ବେହେରା, ଶ୍ରମିକ ନେତା ଦିବ୍ୟସିଂହ ନାୟକ, ଶିକ୍ଷକ ନେତ୍ରୀ ସୁରଜିତା ନାୟକ, ଛାତ୍ରନେତା ସ୍ୱାଧୀନ ସୁନ୍ଦର ଦାସ, ଯୁବ ସଂଗଠକ ଚନ୍ଦନ ଦାସ, ନାରୀନେତ୍ରୀ ରାଜଲକ୍ଷ୍ମୀ ମହାପାତ୍ର, ରାକେଶ ପଣ୍ଡା, ସାଂସଦଙ୍କ ପ୍ରତିନିଧି ମଳୟ ଜେନା ପ୍ରମୁଖ ଉପସ୍ଥିତ ରହି ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଧରିତ୍ରୀ ଜିଲା ପ୍ରତିନିଧି ବିଭୁ ପ୍ରସାଦ ବେହେରା ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.