Home ଓଡ଼ିଶା ମହୀପୁରକୁ ଗଡ଼ିବ ଟ୍ରେନ, ରେଳବାଇ ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ରେଳଧାରଣା ପରୀକ୍ଷଣ

ମହୀପୁରକୁ ଗଡ଼ିବ ଟ୍ରେନ, ରେଳବାଇ ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ରେଳଧାରଣା ପରୀକ୍ଷଣ

142

ନୟାଗଡ଼, ୨୫-୭ (ଓଡ଼ିଆ ପୁଅ/ଲକ୍ଷ୍ମୀଧର ସାହୁ): ଖୋର୍ଦ୍ଧା-ବଲାଙ୍ଗିର ରେଳପ୍ରକଳ୍ପର ନୟାଗଡ଼ ଟାଉନ ରେଳ ଷ୍ଟେସନରୁ ମହୀପୁର ପର୍ଯ୍ୟନ୍ତ ସଂପ୍ରସାରିତ ରେଳଧାରଣାରେ ଗଡ଼ିବ ପାସେଞ୍ଜର ଟ୍ରେନ। ଏ ନେଇ ପୂର୍ବତଟ ରେଳବିଭାଗ ମୁଖ୍ୟ ସୁରକ୍ଷା ଅଧିକାରୀ ଏ.କେ. ରାୟଙ୍କ ନେତୃତ୍ୱରେ ଏକ ଟିମ ଭୁବନେଶ୍ୱରରୁ ନୟାଗଡ଼କୁ ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଆସିଥିଲେ। ଏଠାରୁ ଏହି ଅଧିକାରୀମାନେ ରେଳ ଲାଇନ ପରୀକ୍ଷଣ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର ଟ୍ରଲି ଯୋଗେ ନୟାଗଡ଼ରୁ ମହୀପୁର ୧୦ କିମି ରେଳଧାରଣାର ପରୀକ୍ଷଣ ତଥା ଯାଞ୍ଚ କାର୍ଯ୍ୟ କରିଥିଲେ। ଏହି ଯାଞ୍ଚ ସଂପର୍କିତ ଏକ ସ୍ୱତନ୍ତ୍ର ରିପୋର୍ଟ ଏବଂ ପ୍ରମାଣପତ୍ର ରେଳ ବିଭାଗକୁ ମୁଖ୍ୟ ସୁରକ୍ଷା ଅଧିକାରୀ ପ୍ରଦାନ କଲାପରେ ରେଳବିଭାଗ ପକ୍ଷରୁ ବିଧିବଦ୍ଧଭାବେ ମହୀପୁରକୁ ରେଳସେବା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ସୂଚନା ଯୋଗ୍ୟ ଯେ ଗତ ୨୨ ତାରିଖରେ ଏକ ସ୍ୱତନ୍ତ୍ର ରେଳ ଇଞ୍ଜିନ ନୟାଗଡ଼ରୁ ମହୀପୁର ପର୍ଯ୍ୟନ୍ତ ଗଡ଼ି ରେଳଧାରଣାର ସ୍ଥିତି ପରୀକ୍ଷା କରିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.