ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଦେଶ ଓ ରାଜ୍ୟର ମହିଳା ମାନଙ୍କ ଉପରେ ହେଉଥିବା ଅତ୍ୟାଚାର,ଗଣଧର୍ଷଣ,ତୃତୀୟ ଲିଙ୍ଗୀଙ୍କ ପାଇଁ ଲିଙ୍ଗ ସଚେତନତା,ଯୌନ ଉତ୍ପୀଡନ (ନିରୋଧ, ପ୍ରତିକାର,ନିବାରଣ) ଏବଂ ସୁରକ୍ଷା ନିମନ୍ତେ ସର୍ବୋଚ୍ଚ ନ୍ୟାୟାଳୟ ଓ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଚିଠି ନମ୍ବର ୧୪୬/୧୮.୦୨.୨୦୨୬ ନିର୍ଦ୍ଧେଶ ଅନୁସାରେ ଧାମନଗର ବିଚାରାଳୟର ଅନ୍ତରୀଣ କମିଟିରେ ଦୁଇ ଜଣ ମହିଳା ଜଣେ ସମାଜସେବୀଙ୍କୁ ଏକ କମିଟି ଗଠନପ୍ରକ୍ରିୟାରେ ସଂଘ ତରଫରୁ ଚୟନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଧାମନଗର ଓକିଲ ସଂଘ ସଭାଗୃହ ପରିସରରେ ଓକିଲ ସଂଘର ସଭାପତି ଅଶୋକ ଦାସଙ୍କ ସଭାପତିତ୍ୱରେ ଏକ ଜରୁରକାଳୀନ ବୈଠକ ଅନଷ୍ଠିତ ହୋଇଥିଲା। ଏହି ବୈଠକରେ ସଂଘର ସାଧାରଣ ସମ୍ପାଦକ ରଞ୍ଜିତ କୁମାର ମହାନ୍ତିଙ୍କ ସମେତ ଓକିଲ ସଂଘର ସଭ୍ୟ ସଭ୍ୟା ମାନେ ଉପସ୍ଥିତରେ ସର୍ବସମ୍ମତି କ୍ରମେ ଓକିଲ ସଂଘର ସଭ୍ୟା ମିନତୀ ମଲ୍ଲିକ,ମଧୁସ୍ମିତା ମହାପାତ୍ର ଓ ସମାଜସେବୀ ଭାବରେ ନାରାୟଣ ସାହାଣୀଙ୍କ ନାମ ସ୍ଥିର କରାଯାଇ ଧାମନଗର ବିଚାରପତିଙ୍କ ମାଧ୍ୟମରେ ଓଡ଼ିଶା ଉଚ୍ଚ ନ୍ୟାୟଳୟକୁ ଚିଠି ନମ୍ବର ୧୦୩/୨୧.୨.୨୦୨୬ ମାଧ୍ୟମରେ ଜଣାଇ ଦିଆଯାଇଛି ବୋଲି ପୂର୍ବତନ ସମ୍ପାଦକ ଆଇନଜୀବୀ ଅମରେନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି।








