Home କେନ୍ଦୁଝର ମହିଳା ସଂଗଠନ ପକ୍ଷରୁ ମଦ ବିରୋଧି ଅଭିଯାନ

ମହିଳା ସଂଗଠନ ପକ୍ଷରୁ ମଦ ବିରୋଧି ଅଭିଯାନ

89

ହରିଚନ୍ଦନପୁର,ତା ୩ ସେପ୍ଟେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବଡପଳାଶପାଳ ଗ୍ରାମ ପଞ୍ଚାୟତ ଗରଗଡବାହାଳ ଗ୍ରାମର ୧୫ଟି ସଂୟ ସହାୟକ ଗୋଷ୍ଠୀର ଶତାଧିକ ମହିଳା ଏକତ୍ରିତ ହୋଇ ମଦ ବିରୋଧି ଅଭିଯାନ ଆରମ୍ଭ କରିଛନ୍ତି । ସୂଚନା ଅନୁଯାୟୀ ୩ ନମ୍ବର ଓ୍ବାର୍ଡମେମ୍ବର ଅନ୍ନପୂର୍ଣ୍ଣା ପାତ୍ରଙ୍କ ନେତୃତ୍ବରେ ସଂୟ ସହାୟକ ଗୋଷ୍ଠୀର ମହିଳାମାନେ ଏକ ରାଲି ମାଧ୍ୟମରେ ଗରଗଡବାହାଳ ଗ୍ରାମ ଓ ମାଝୀ ସାହି ପର୍ଯ୍ୟନ୍ତ ପରିକ୍ରମା କରି ଦେଶୀ ଓ ବିଦେଶୀ ମଦ ବିକ୍ରିକୁ ବିରୋଧି କରିଥିଲେ । ଏହି ଅଭିଯାନରେ ମା କାଳୀଜାଇ, ମା ସରସ୍ବତୀ, ମା ମଙ୍ଗଳା, ମା ଗାୟତ୍ରୀ, ମା ସୁଭଦ୍ରା, ମା ସାରଳା, ମା ଅର୍ଣ୍ଣପୂଣ୍ଣା, ମା ଲକ୍ଷ୍ମୀ ନାରାୟଣୀ, ମା ମମତାମୟୀ, ଜୟ ଜଗନ୍ନାଥ, ମହାଳୟା, ମା ଗୁଣ୍ଡିଚା ରାଣୀ, ମା ତାରିଣୀ, ମା ବୃନ୍ଦାବତୀ, ମହାଲକ୍ଷ୍ମୀ ସଂୟ ସହାୟକ ଗୋଷ୍ଠୀର ସମସ୍ତ ମହିଳା ଯୋଗ ଦେଇଥିଲେ । ଏଥିସହ ଆସ୍ପାୟାର କର୍ମଚାରୀ ଅଶୋକ କୁମାର ମହାନ୍ତ, ଅକ୍ଷୟ କୁମାର ମହାନ୍ତ, ଖଗେଶ୍ବର ମହାନ୍ତ ଓ ଗ୍ରାମର କିଛି ଭଦ୍ର ବ୍ୟକ୍ତି ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଂଗଠନ ପକ୍ଷରୁ ସୂଚନା ଯେ ଏଅଞ୍ଚଳର ଗରିବ ଶ୍ରେଣୀର ଲୋକମାନେ ପ୍ରତ୍ୟେକ ଦିନ ଦେଶୀ ବା ବିଦେଶୀ ମଦ ପିଇ ବିଭିନ୍ନ ରୋଗ ଓ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏହାସହ ଏଠାକାର ଲୋକମାନେ ପ୍ରତ୍ୟେକ ଦିନ ମଦ୍ୟପାନ କରିବା ଦ୍ୱାରା ପାରିବାରିକ କଳହ ସୃଷ୍ଟି ହେଉଛି । ତେଣୁ ଗ୍ରାମରୁ ମଦ ବିକ୍ରି ବନ୍ଦ କରିବା ସହ ଅନେକଙ୍କ ମଦ ହାଣ୍ଡି ଗୁଡିକ ଭାଙ୍ଗି ଦେଇଥିବା ସହ ପୁନଃ ମଦ ବିକ୍ରିକୁ ବନ୍ଦ କରିବାକୁ ମହିଳା ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.