Home ଜିଲ୍ଲା ପରିକ୍ରମା ମହିଳା ମାନଙ୍କର ଆର୍ôଥକ ସ୍ଥିତିରେ ସୁଧାର ପାଇଁ ଓ ମାଇକ୍ରୋଫାଇନାନ୍ସ ସଂସ୍ଥାର ଶୋଷଣ ବିରୁଦ୍ଧରେ ଅଖିଳ...

ମହିଳା ମାନଙ୍କର ଆର୍ôଥକ ସ୍ଥିତିରେ ସୁଧାର ପାଇଁ ଓ ମାଇକ୍ରୋଫାଇନାନ୍ସ ସଂସ୍ଥାର ଶୋଷଣ ବିରୁଦ୍ଧରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ତରଫରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

21

ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ର ମହିଳା ମାନଙ୍କର ଆର୍ôଥକ ସ୍ଥିତିର ସୁଧାର ଓ ମାଇକ୍ରୋ ଫାଇନାନ୍ସ ସଂସ୍ଥା କୁ ନିୟନ୍ତ୍ରଣ କରିବା ପାଇଁ ସମଗ୍ର ରାଜ୍ୟରେ ଦସ୍ତଖତ ଅଭିଯାନ ଚାଲି ଥିଲା। ମୁଖ୍ୟ କଥା ହେଲା ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରଣୟନ ହୋଇଥିବା ନୂତନ ନୀତି ଗୁଡ଼ିକ ମହିଳା ମା ନକୁ ସିଧା ସଳଖ ଲୁଟ କରିବା ପାଇଁ ଅର୍ଥ ଲଗାଣ କାରୀ ସଂସ୍ଥା କୁ ପ୍ରୋତ୍ସହିତ କରୁଛି। ପ୍ରଚଳିତ ସୁଧ ହାର କୁ ପ୍ରବଳ ମାତ୍ରାରେ ବୃଦ୍ଧି କରା ଯାଇଛି,ଯାହା ଦ୍ୱାରା କି ଜାତୀୟ ବ୍ୟାଙ୍କ୍ ଗୁଡ଼ିକ କ୍ଷୁଦ୍ର ଋଣ ଦେବା କଥା, ସେମାନେ ଋଣ ଦେଉ ନାହାଁନ୍ତି। ସେହି ଜାତୀୟ ବ୍ୟାଙ୍କ୍ ମାନେ ବେ ସରକାରୀ ସଂସ୍ଥା ଯଥା ମାଇକ୍ରୋ ଫାଇନାନ୍ସ ସଂସ୍ଥା ମାନଙ୍କୁ ଅଗ୍ରାଧିକାର ତାଲିକାରେ ସାମିଲ କରି ଶହ ଶହ କୋଟି ଟଙ୍କା ଋଣ ଦେଇଛନ୍ତି। ଏହି ସଂସ୍ଥା ମାନେ ନିଜ ଇଚ୍ଛାରେ ସୁଧ ହାର ଠିକ୍ କରିବା ସହିତ ଗରିବ ଲୋକ ଙ୍କ ଠାରୁ ଚଢ଼ା ସୁଧ ଆଦାୟ କରୁଛନ୍ତି। ଏଥିରେ ବିଶେଷ ଭାବରେ ମହିଳା ମାନେ ପ୍ରଭାବିତ ହେଉଛନ୍ତି। ଏପରିକି ୧ରୁ ଅଧିକ ଋଣ କରି ମହିଳା ମାନେ ଋଣ ଯନ୍ତାରେ ପଡିଯାଇଛନ୍ତି। ଗରିବ, କୃଷକ ଓ ମହିଳା ମାନଙ୍କୁ ମୋହ ଗ୍ରସ୍ତ କରାଇ ବ୍ୟକ୍ତିଗତ ଓ ସାମୁହିକ ଋଣ ଦେଇ ସେମାନଙ୍କ ଠାରୁ ପ୍ରସେସିଂ ଫି,ବିମା ଫି, ଇତ୍ୟାଦି ବାର୍ଷିକ ଅଧିକ ଚଢ଼ା ସୁଧ ହାର ରେ ଲୁଟ କରାଯାଉଛି। ସାପ୍ତାହିକ ଓ ୧୫ଦିନିଆ ବୈଠକ ନାମରେ ଗୁଣ୍ଡା ମାନଙ୍କୁ ବ୍‌ଯବହାର କରି ଅର୍ଥ ଆଦାୟ କରାଯାଉଛି। ସେଥିପାଇଁ ଆମ ରାଜ୍ୟରେ ଏହା ବିରୁଦ୍ଧ ରେ ଦସ୍ତଖତ ଅଭିଯାନ ଚାଲି ଥିଲା,ଆମ ଭଦ୍ରକ ଜିଲ୍ଲାରେ ୨୦୦୦ରୁ ଉର୍ଦ୍ଧ ଦସ୍ତଖତ କରାଯାଇ,୮ଦଫା ଦାବି ସହିତ ଏହି ଦସ୍ତଖତ କରାଯାଇ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ୮ଦଫା ଦାବି ସମୂହ ମଧ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ସରଳ ପଦ୍ଧତିରେ ସମସ୍ତ ସରକାରୀ ବ୍ୟାଙ୍କ ଦ୍ୱାରା ବିନା ସୁଧ ରେ ଋଣ ଯୋଗାଇ ଦିଆଯିବା, ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କ ଋଣ ପାଇଁ ଅଗ୍ରାଧିକାର ଦେବା ସହିତ ପ୍ରତି ବ୍ୟାଙ୍କରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା, ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ସିଭିଲକୁ ବାଧ୍ୟ ତା ମୂଳକ କରାନଯିବା, କୋଭିଡ ସମୟରେ ନିଆ ଯାଇଥିବା କିସ୍ତି ଓ ଜୋରିମାନା କୁ ଫେରସ୍ତ କରାଯିବା, ମାଇକ୍ରୋ ଫାଇନାନ୍ସ ସମେତ ବେ ସରକାରୀ ସଂସ୍ଥା ଦ୍ୱାରା ପ୍ରଦାନ କରା ଯାଇଥିବା ଋଣ ୧୨ପ୍ରତିଶତ ରେ ସୀମିତ କରାଯିବା, ମାଇକ୍ରୋ ଫାଇନାନ୍ସ ସଂସ୍ଥା ମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଆଇନ ପ୍ରଣୟ ନ କରାଯିବା, ମାଇକ୍ରୋ ଫାଇନାନ୍ସ ସଂସ୍ଥା ଦ୍ୱାରା ମହିଳା ମାନଙ୍କ ଉପରେ ହେଉଥିବା ନିର୍ଯାତନା ଓ ଅଭିଯୋଗ ଗୁଡ଼ିକର ସମାଧାନ ନିମନ୍ତେ ପ୍ରତି ବ୍ଲକରେ ସ୍ୱତନ୍ତ୍ର ଅଭିଯୋଗ ନିବାରଣ ପ୍ରକୋଷ୍ଟ ଗଠନ କରାଯିବା, ରାଜ୍ୟ ସରକାରଙ୍କ ମହିଳା ଶିଶୁ ବିକାଶ ବିଭାଗ ତରଫରୁ ମାଇକ୍ରୋ ଫାଇନାନ୍ସ ର ଶୋଷଣ ବିରୁଦ୍ଧରେ ସଚେତନତା କାର୍ଯକ୍ରମ ସହିତ ସେମାନଙ୍କୁ ମାଗଣା ସେବା ଯୋଗାଇ ଦିଆଯିବାର ଦାବି ରହିଛି। ଆଗାମୀ ଡ଼ିସେମ୍ବର ୧୯ ତାରିଖ ରେ ଭୁବନେଶ୍ୱର ରେ ରିଜର୍ଭ ବ୍ୟାଙ୍କ ଆଗରେ ବିକ୍ଷୋଭ କରାଯିବ,ଭଦ୍ରକ ଜିଲ୍ଲା ରୁ ବହୁ ସଂଖା ରେ ମହିଳା ଯୋଗ ଦେବାପାଇଁ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ର ରାଜ୍ୟ ସମ୍ପାଦିକା ସୁରଜୀତା ନାୟକ,ଜିଲ୍ଲା ସଭାପତି ମମତା ଜେନା,ଜିଲ୍ଲା ସମ୍ପାଦିକା ପ୍ରଭାତୀ ଜେନା,ସୀତା ରାଣୀ ଦାଶ,ରୋଜାଲିନ ସାମ୍ୟବାଦୀ, ସଂଯୁକ୍ତ ଯାଦବ,ଶାନ୍ତିଲତା ବାରିକ,ପ୍ରତିମା ସ୍ୱାଇଁ,ଶାନ୍ତିଲତା ନାୟକ,ଜାନକୀ ସେଠୀ, ପୂର୍ଣ୍ଣିମା ଜେନା, ବର୍ଷା ରାଣୀ ନାୟକ, ସୁମତୀ ସ୍ୱାଇଁ, ବର୍ଷା ରାଣୀ ରାଉଳ ପ୍ରମୁଖ ଆହ୍ୱାନ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.