କେନ୍ଦ୍ରାପଡା ୧୫/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ମନକରପୁରର ମହିଳା ମହାସଙ୍ଘ ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ମନକରପୁରସ୍ଥିତ ମାଳେଶ୍ୱର କ୍ଲବ ପରିସରରେ ସାମାଜିକ ଦୂରତା ରକ୍ଷା ପୂର୍ବକ ସମାଜସେବୀ ତଥା ବିଜେଡିର ୱାର୍ଡ ସଭାପତି ଗୋଲଖ ଚନ୍ଦ୍ର ପଢିଆରୀଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ମାଳେଶ୍ୱର କ୍ଲବର ସଭାପତି ଦିଲ୍ଲିପ କୁମାର ସାହୁ ଏହି ଉପଲକ୍ଷେ ଅନୁଷ୍ଠିତ ସଭାକୁ ପରିଚାଳନା କରିଥିବା ବେଳେ ସମ୍ପାଦିକା ମମତା ସେଠୀ ଓ ସ୍ୱଛସାଥି ଶସ୍ମିତା ବାରିକଙ୍କ ସମେତ ସମସ୍ତ ସଦସ୍ୟମାନଙ୍କୁ ମାସ୍କ ଓ ସାନିଟାଇଜର ବଂଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନାରାୟଣ ସାହୁ, ବାସନ୍ତୀ ବେହେରା, ଭଞ୍ଜକୁମାର ସ୍ୱାଇଁ, କ୍ଷୀରୋଦ ରାଉତ, କାଳନ୍ଦି ଭୋଇ ଓ ମୋନାଲିସା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।








