Home ଜିଲ୍ଲା ପରିକ୍ରମା ମହିଳା ମହାସଂଘ ଦ୍ୱାରା ବେଆଇନ ସିଆର୍‌ପି ଓ ଏମ୍‌ବିକେ ନିଯୁକ୍ତିଙ୍କୁ ବିରୋଧ, ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ...

ମହିଳା ମହାସଂଘ ଦ୍ୱାରା ବେଆଇନ ସିଆର୍‌ପି ଓ ଏମ୍‌ବିକେ ନିଯୁକ୍ତିଙ୍କୁ ବିରୋଧ, ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କଲେ ଏସ୍‌ଏସ୍‌ଜିର ମହିଳାମାନେ

55

ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକର ଭଗବାନପୁର ପଞ୍ଚୟତରେ ଥିବା ଦ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ନେଇ ଗଠିତ ମହିଳା ମହାସଂଘ ସଭାନେତ୍ରୀ ଓ ସମ୍ପାଦିକାଙ୍କ ଦ୍ୱାରା ବେଆଇନ ଭାବେ ହେଉଥିବା ସିଆର୍‌ପି ଓ ଏମ୍‌ବିକେ ନିଯୁକ୍ତି ପ୍ରକ୍ରିୟାକୁ ଏସ୍‌ଏସ୍‌ଜିର ମହିଳାମାନେ ବିରୋଧ କରିଛନ୍ତି। ଆଜି ଏ ନେଇ ଏସ୍‌ଏ୍‌ଜିର ମହୁ ମହିଳା ଜିଲ୍ଲା ପ୍ରଶାସନକୁ ଭେଟି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଭଗବନାପୁର ପଞ୍ଚାୟତରେ ବିନା ବିଜ୍ଞାପନରେ ପଞ୍ଚାୟତ ନିର୍ବାହୀ ଅଧିକାରୀ, ସରପଞ୍ଚ ଏବଂ ମହାସଂଘର ସଭାନେତ୍ରୀ ସମ୍ପାଦିକା ବେନିୟମ ଭାବେ ଏହି ନିଯୁକ୍ତି କରୁଛନ୍ତି। ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କୁ ମହିଳାମାନେ ଭେଟି ଅଭିଯୋଗ କରିବା ସହ ନିଯୁକ୍ତି ସମ୍ପର୍କରେ ପଚାରିଥିଲେ ମଧ୍ୟ କୌଣସି ସନ୍ତୋଷ ଜନକ ଉତ୍ତର ପାଇ ନଥିଲେ। ବିନା ବିଜ୍ଞାପନରେ ନିଯୁକ୍ତି ହେଉଥିବାରୁ ବହୁ ମହିଳା ଆବେଦନ କରିବାରୁ ବଞ୍ଚିତ ହୋଇଛନ୍ତି। ପୁଣି ଉକ୍ତ ମହାସଂଘର ସଭାନେତ୍ରୀ ଓ ସମ୍ପାଦିକା ମନମୁଖୀ କାର୍ଯ୍ୟ କରୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ବି ଏ ନେଇ କୌଣସି ପଦକ୍ଷେପ ନିଆଯାଉ ନାହିଁ। ମହାସଂଘର ଉପଦେଷ୍ଟା ମଣ୍ଡଳୀର କିଛି ସଦସ୍ୟା ଏବଂ ଏସ୍‌ଏସ୍‌ଜିର ବହୁ ମହିଳା ମହାସଂଘର ସଭାନେତ୍ରୀ ପଙ୍କଜିନୀ ପାତ୍ର ଓ ସମ୍ପାଦିକା ସ୍ୱର୍ଣ୍ଣଲତା ସେଜପଡାଙ୍କ ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କରି ତାଙ୍କ ସ୍ଥାନରେ ନୂତନ ସଭାନେତ୍ରୀ ଓ ସମ୍ପାଦିକା ମନୋନୟନ ପାଇଁ ଗତ ଜୁଲାଇ ମାସରେ ଏସ୍‌ଏସ୍‌ଜି ସମୂହକୁ ନେଇ ବୈଠକ କରାଯାଇଥିଲା। ଏ ସମ୍ପର୍କରେ ଜୁଲାଇ ୧୮ ତାରିଖ ଦିନ ମହିଳାମାନେ ଧାମନଗର ବିପିଏମ୍‌ଙ୍କୁ ଅବଗତ କରାଇଥିଲେ। ସଭାନେତ୍ରୀ, ସମ୍ପାଦିକା, ସରପଞ୍ଚ ଏବଂ ପଞ୍ଚାୟତ ଅଧିକାରୀଙ୍କ ମିଳିତ ସଲାସୂତରାରେ ହେଉଥିବା ଅନୈତିକ କାର୍ଯ୍ୟର ତଦନ୍ତ କରାଯିବା ସହିତ ସିଆର୍‌ପି ଓ ଏମ୍‌ବିକେ ନିଯୁକ୍ତି ପ୍ରକ୍ରିୟାକୁ ବନ୍ଦ କରାଯିବାକୁ ବର୍ଷାରାଣି ସାହୁ, ମାଳତୀଲତା ବିଶ୍ୱାଳ, ଜ୍ୟୋତ୍ସ୍ନାରାଣୀ ନାୟକ, ଲୀପା ସାହୁ, ମନୋରମା ଜେନା, ମାନସୀ ଜେନା, ବୈଜୟନ୍ତୀ ସୂତାର, ସତ୍ୟଭାମା ସ୍ୱାଇଁ, ରେବତୀ ଦତ୍ତ, କବିତା ଜେନା, ନିରୂପମା ମିଶ୍ର ପ୍ରମୁଖ ଡେପୁଟି କଲେକ୍ଟର ପ୍ରଦୋଷ ଶୁଭଦର୍ଶନ ମହାନ୍ତିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.