Home ଜିଲ୍ଲା ପରିକ୍ରମା ମହିଳା ଥାନାଧିକାରୀଙ୍କ ଠାରୁ ସୁନାଚେନ୍ ଲୁଟ ବେଳେ ନିର୍ଦ୍ଧୁମ ମାଡ ଖାଇଲେ ଲୁଟେରା

ମହିଳା ଥାନାଧିକାରୀଙ୍କ ଠାରୁ ସୁନାଚେନ୍ ଲୁଟ ବେଳେ ନିର୍ଦ୍ଧୁମ ମାଡ ଖାଇଲେ ଲୁଟେରା

11

ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭିଡ ଦେଖି ମହିଳା ଥାନାଧିକାରି ଙ୍କ ବେକ ରୁ ସୁନା ଚେନ ଚୋରି ବେଳେ ଲୁଟେରାକୁ କାବୁ କଲେ ଲୋକେ । ଭଦ୍ରକ ସହର କଚେରି ବଜାରର ଘଟଣା । ଭଦ୍ରକ ଏସପିଙ୍କ କାର୍ଯ୍ୟଳୟ ରେ କାର୍ଯ୍ୟରତ ମହିଳା ଥାନାଧିକାରୀଙ୍କ ନିକଟରୁ ଲୁଟ ଉଦ୍ୟମ ହୋଇଛି। ଆଇଆଇସି ମୋନାଲିସା କର ଙ୍କ ନିକଟ ରୁ ଚୋରି ଉଦ୍ୟମ ହୋଇଛି । ମୋନାଲିସା କର କଚେରି ବଜାର ରେ କିଛି କିଣା କିଣି କରିବା ବେଳେ ଏକ କଳା ବାଇକ ରେ ଆସିଥିବା ଦୁଇ ଅଜଣା ଯୁବକ ଙ୍କ ମଧ୍ୟ ରୁ ଜଣେ ମୋନାଲିସା ଙ୍କ ବେକ ରୁ ସୁନା ଚେନ ଝାମ୍ପି ନେଉଥିଲେ । ମୋନାଲିସା ଗୋଡ଼ାଇ ଗୋଡ଼ାଇ ଜଣେ ଯୁବକଙ୍କୁ କାବୁ କରିଥିବା ବେଳେ ବାଇକ ଛାଡି ଅନ୍ୟ ଯୁବକ ଫେରାର ହୋଇଯାଇଛି । ସ୍ଥାନୀୟ ଲୋକେ ଲୁଟେରାକୁ ନିର୍ଦ୍ଧୁମ ମାଡ କରିଚନ୍ତି । ଗତକାଲି ମଧ୍ୟ ଏହି ଦୁଇ ଯୁବକ କଳା ବାଇକ୍‌ରେ ଆସି ବନ୍ତଛକ ମାମା ଜୁଏଲାରୀ ନିକଟରେ ନିଜ ଝିଅ ସହ ଯାଉଥିବା ସୀତାରାଣୀ ସାହୁ ନାମ୍ନୀ ଜଣେ ମହିଳା ଙ୍କ ନିକଟ ରୁ ସୁନା ଚେନ ଲୁଟ କରିଥିଲେ । ଗତକାଲି ଲୁଟ ର ଶିକାର ମହିଳା ଚୋର କୁ ଚିହ୍ନଟ କରିଛନ୍ତି । ପୋଲିସ ବାଇକ ଜବତ୍ କରିଥିବା ବେଳେ ଅନ୍ୟ ଫେରାର ଯୁବକ କୁ କାବୁ କରିବା ପାଇଁ ପୋଲିସ ପ୍ରକ୍ରିୟା ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.