Home ଜିଲ୍ଲା ପରିକ୍ରମା ମହିଳା, ଛାତ୍ରୀ ସୁରକ୍ଷା ଦାବି ନେଇ ବିଜେଡ଼ିର ‘ଜିଲ୍ଲାପାଳ ଅଫିସ୍ ଚାଲ’ କାର୍ଯ୍ୟକ୍ରମ

ମହିଳା, ଛାତ୍ରୀ ସୁରକ୍ଷା ଦାବି ନେଇ ବିଜେଡ଼ିର ‘ଜିଲ୍ଲାପାଳ ଅଫିସ୍ ଚାଲ’ କାର୍ଯ୍ୟକ୍ରମ

6

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ, ଭଦ୍ରକ ଜିଲ୍ଲା ବିଜେଡ଼ିର ନେତା ପ୍ରଫୁଲ୍ଲ ସାମଲଙ୍କ ନେତୃତ୍ୱ ଏବଂ ବିଜୁ ମହିଳା ଜନତା ଦଳର ଭଦ୍ରକ ବ୍ଲକ ସଭାନେତ୍ରୀ ଦେବୀଦତା ମହାନ୍ତିଙ୍କ ସଭାପତିତ୍ୱରେ ଭଦ୍ରକ ନିର୍ବାଚନ ମଣ୍ଡଳୀର ବିଜୁ ମହିଳା ଜନତା ଦଳ ତରଫରୁ ଆଜି ଦଳର ‘ଭଦ୍ରକ ଜିଲ୍ଲାପାଳ ଅଫିସ୍ ଚାଲ କାର୍ଯ୍ୟକ୍ରମ’ ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳ ୧୦ ଘଟିକାରେ ଟାଉନ୍ ହଲ୍ ଛକଠାରୁ ଶହଶହ ସଂଖ୍ୟାରେ ମହିଳା ଓ ପୁରୁଷ କର୍ମୀ ଜିଲ୍ଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇଥିଲେ। ସେଠାରେ ଶ୍ରୀମତୀ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ରାଜ୍ୟରେ ମହିଳା, ଛାତ୍ରୀ ଓ ଶିଶୁମାନେ ଅସୁରକ୍ଷିତ। ରାଜ୍ୟରେ ନାରୀ ନିର୍ଯାତନା ଓ ଦୁଷ୍କର୍ମ ଅହେତୁକ ବୃଦ୍ଧି ପ୍ରସଙ୍ଗକୁ ନେଇ ବିଜେଡ଼ି ମହିଳା କର୍ମୀମାନେ ସରକାରଙ୍କୁ ଦାୟୀ କରି ଭାଷଣ ରଖିଥିଲେ। ଓଡ଼ିଶାର ମାନ୍ୟବର ରାଜ୍ୟପାଳ ମହୋଦୟଙ୍କୁ ଜିଲ୍ଲାପାଳଙ୍କ ଦ୍ୱାରା ମହିଳା ଓ ଛାତ୍ରୀ ମାନଙ୍କ ସୁରକ୍ଷା ଦାବୀରେ ଏକ ଦାବିପତ୍ର ଜିଲ୍ଳାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କି ହବିବ, ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସୁଶ୍ରୀ ବିଦ୍ୟୁତଲତା ନାୟକ, ବିଜେଡ଼ି ଭଦ୍ରକ ବ୍ଲକ ସଭାପତି ପ୍ରଫୁଲ୍ଲ ନାୟକ, ଭଦ୍ରକ ଟାଉନ୍ ସଭାପତି ଏମଡି ଜକାଉଲ୍ଲା, ସରପଂଚ ତିଳୋତମା ମହାପାତ୍ର, ପଦ୍ମାବତୀ ପୃଷ୍ଟି, ମୀନାରାଣୀ ମହାଳିକ, ଅନୁସୁୟା ସେଠୀ, ବାସନ୍ତୀ ଜେନା, ସୁଚିଶ୍ମିତା ସାହୁ, ଉର୍ମିଳା ଜେନା, ଗୌରୀ ମଲ୍ଲିକ, ରାଜଲକ୍ଷ୍ମୀ ଦାସ, ଜ୍ୟୋତ୍ସ୍ନା ମଞ୍ଜରୀ ରାଉତ, ନାଜନିନ ଆଲମ, ରିହାନା ବିବି, ବିଶୁ ନାୟକ, ଯୋଗେନ୍ଦ୍ର ଘଡେଇ,ଅକ୍ଷୟ କୁମାର ମହାନ୍ତି, ରମେଶ ବେହେରା, କ୍ଷିରୋଦ ଚନ୍ଦ୍ର ଦାସ, ଦିଲ୍ଲୀପ ନାୟକ, ସୁଧାକର ମହାଳିକ, ଜାହିଦ ହବିବ, ପ୍ରିୟବ୍ରତ ନାୟକ, ଫରହାତ୍ ଆଲମ ଖାନ, ସାହୀଦ ଖାନ, ଅଞ୍ଜନ ଜେନା, ମନୋରଞ୍ଜନ ପୁହାଣ, ମେହେବୁବ ଖାନ, ଜାହିରୁଦ୍ଦିନ ଖାନ, ରଘୁନାଥ ପଣ୍ଡା, ପଙ୍କଜ ବଳ, ବିକାଶ ଶ୍ରେଷ୍ଠା, ଆଶିଷ କୁମାର ମହାନ୍ତି, ପ୍ରତାପ ଚନ୍ଦ୍ର ମହାନ୍ତି, ବାବୁଲା ରାଉତ, କାହ୍ନୁ ମଲ୍ଲିକ, ମୁକ୍ତିକାନ୍ତ ସାହୁ, ସରୋଜ ଲେଙ୍କା, ପିତାମ୍ବର ମଲ୍ଲିକ, ବଟକୃଷ୍ଣ ଜେନା, ସୌମେନ୍ଦ୍ର ସାହୁ, ତାପସ କୁମାର ରାୟ, ଅମୂଲ୍ୟ ନାଥ, ତପନ ଦାସ, ଗଣେଶ ପଣ୍ଡା, ସୁବ୍ରତ କୁମାର ଦାସ, ଗୋପିନାଥ ନାୟକ, ମନିନ୍ଦ୍ର ମହାନ୍ତି, ବାବା ନାୟକ, ନିରୋଦ ରାଉତ, ଅଖତର ଅଲ୍ଲୀ, ଇମତିୟାଜ କମାଲ ଖାନ, ନାସିରୁଦ୍ଦିନ ଖାନ, ସୁମନ ମହାପାତ୍ର, ଦେବାଶିଷ ଭାରତୀ, ଜିତନ ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.