Home ଜିଲ୍ଲା ପରିକ୍ରମା ମହିଳା ଓ ବାଳିକା ହିଂସା ନିରୋଧ କର୍ମଶାଳା

ମହିଳା ଓ ବାଳିକା ହିଂସା ନିରୋଧ କର୍ମଶାଳା

25

ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହିଳା ଏବଂ ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ଦ୍ୱାରା ପ୍ରାୟୋଜିତ ସୋସାଇଟି ଫର ଉଇକର କମ୍ୟୁନିଟି ସେଣ୍ଟର ଦ୍ୱାରା ପରିଚାଳିତ ଶଙ୍କରପୁର ସ୍ଥିତ ଆଶିୟାନା ସ୍ୱଧାର ଗୃହ ସଭାଗୃହରେ ମହିଳା ଓ ବାଳିକା ହିଂସା ନିରୋଧ ସମ୍ପର୍କୀତ ଏକ ୭ ଦିନିଆ କର୍ମଶାଳା ଆଜିଠାରୁ ଆରମ୍ଭ କରାଯାଇଛି । ଏହାର ଉଦ୍‌ଘାଟନୀ ଦିବସରେ ଆଶିୟାନାର ସମ୍ପାଦିକା ସୋଫିଆ ଶେଖଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ ଅନିମା ପଣ୍ଡା ସ୍ୱାଗତ ସଂଗୀତ ଗାଇଥିଲେ । ମୁଖ୍ୟ ଅତିଥି ଭାବେ ଭଦ୍ରକର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିକାଶ ଦାଶ ଯୋଗ ଦେଇ ସମାଜରେ ମହିଳା ଓ ବାଳିକାଙ୍କ କ୍ଷେତ୍ରରେ ହେଉଥିବା ପାରିବାରିକ ଓ ସାମାଜିକ ହିଂସାକାରୀଙ୍କ ପ୍ରତି ଆଇନରେ ରହିଥିବା ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ସମ୍ମାନନୀୟ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ େଯୋଗ ଦେଇ ମହିଳା ଓ ବାଳିକାମାନେ କିପରି ସୁରକ୍ଷିତ ଜୀବନଯାପନ କରି ପାରିବେ ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇନର ହୁଇଲ କ୍ଳବର ସଭାପତି ସ୍ନେହଲତା ବେହେରା, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସଂଗଠନର ଜିଳ୍ଲା ସଭାନେତ୍ରୀ ପ୍ରଭାତୀ ଜେନା, ସାମାଜିକ କର୍ମୀ କଳ୍ପନା ଜେନା, ଅଞ୍ଜନା ମିଶ୍ର, ଶିକ୍ଷୟିତ୍ରୀ ଜାନକୀ ପାଢୀ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ମହିଳା ଓ ବାଳିକାଙ୍କୁ ହିଂସାରୁ ରକ୍ଷା ପାଇବା ସଂକ୍ରାନ୍ତର ବିଭିନ୍ନ ପ୍ରକାରର ସଚେତନତା ସମ୍ପର୍କରେ ତାଲିମ ଦେଇଥିଲେ । ଶେଷରେ ସଂଯୋଜକ ରିୟାଜ ଅହମ୍ମଦ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଅଧୀକ୍ଷକ ସବାନା ଶେଖ୍‌, ପରାମର୍ଶଦାତ୍ରୀ ଅନିମା ପଣ୍ଡା, କର୍ମକର୍ତ୍ତା ଶାନ୍ତିଲତା ସ୍ୱାଇଁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.