Home ଓଡ଼ିଶା ମହିଳାମାନଙ୍କର ଆର୍ଥିକ ପ୍ରଗତି ପାଇଁ ସରକାର ବଦ୍ଧପରିକର : ମନ୍ତ୍ରୀ ପ୍ରତାପ ଜେନା

ମହିଳାମାନଙ୍କର ଆର୍ଥିକ ପ୍ରଗତି ପାଇଁ ସରକାର ବଦ୍ଧପରିକର : ମନ୍ତ୍ରୀ ପ୍ରତାପ ଜେନା

43

କଟକ, ୧୨/୧୨ (ଓଡ଼ିଆ ପୁଅ /ଅଭୟ ଜେନା) କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକର ବାଲିଆପଦା ଠାରେ ମିଶନଶକ୍ତି ପକ୍ଷରୁ ଏସଏଚଜି ଫେଡେରେସନ ଦ୍ୱାରା ଏକ ସମୀକ୍ଷା ବୈଠକକୁ ଆଇନିମନ୍ତ୍ରୀ ପ୍ରତାପ ଜେନା ଉଦଘାଟନ କରିଥିଲେ।

ନିଶ୍ଚିତକୋଇଲି ବ୍ଲକ୍ ବିଡ଼ିଓ କର୍ଣ୍ଣଦେବ ସମାଦ୍ଦାରଙ୍କ ସଭାପତିତ୍ୱରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଏହି ସମୀକ୍ଷା ବୈଠକରେ ୮୦ରୁ ଉର୍ଦ୍ଧ୍ଵ ଗ୍ରୁଫ ଯୋଗଦେଇଥିଲେ।

ଏହି ବୈଠକରେ ମନ୍ତ୍ରୀ ଶ୍ରୀ ଜେନା ଯୋଗଦେଇ ମହିଳାମାନେ କିପରି ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ ହୋଇପାରିବେ ସେ ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ। ମହିଳାମାନଙ୍କ ଆର୍ଥିକ ବିକାଶ ଦ୍ୱାରା ସାମାଜିକ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ୱ ଦେଇଆସୁଥିବା ମନ୍ତ୍ରୀ କହିଥିଲେ।

ଏହି କାର୍ଯ୍ୟକ୍ରମରେ ବ୍ଲକ ଚେୟାରମ୍ୟାନ ସବିତା ଓଝା, ବ୍ଲକ ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ତନ୍ମୟ ମହାନ୍ତି, ସିଡିପିଓ ଲୀଳାବତୀ ସେଠୀ, ସ୍ଥାନୀୟ ସରପଞ୍ଚ କୈଳାଶ ସାମନ୍ତରାୟ, ବିଜେଡ଼ି ଯୁବନେତା ଅଶୋକ କୁମାର ଓଝା, ବ୍ଲକ୍ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଗିରିଶ ରଞ୍ଜନ ମହାପାତ୍ର, ଛାତ୍ର ବିଜେଡି ସଭାପତି ସତ୍ୟଜିତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

ଏଥି ଉତ୍ସବରେ ୯ ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅଳ୍ପ ସୁଧରେ ଏକ ଲକ୍ଷରୁ ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ୠଣ ସହାୟତା ପ୍ରଦାନ କରାଯିବା ଦେଖିବାକୁ ମିଳିଥିଲା।

କାର୍ଯ୍ୟକ୍ରମରେ ୧ ହଜାରରୁ ଉର୍ଦ୍ଧ୍ଵ ମହିଳା ଯୋଗ ଦେଇ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.